ବିଦ୍ୟାର୍ଥୀଙ୍କ ଦାୟିତ୍ୱ ରାଗିଂମୁକ୍ତ ଶିକ୍ଷାନୁଷ୍ଠାନ

ପ୍ରତ୍ୟେକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ହେଉଛି ପବିତ୍ର ଶିକ୍ଷାର ମନ୍ଦିର, ଯେଉଁଠି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଠନ ହୁଏ। ତେଣୁ ସେଠାରେ ମନ୍ଦିର ସମାନ ଶାନ୍ତିର ବାତାବରଣ ସୃଷ୍ଟି ହେବା କଥା। ମାତ୍ର ଏବେ ରାଗିଂ ଭଳି କୁତ୍ସିତ, ଘୃଣିତ ଓ ଅମାନବିକ ମାନସିକତା ରୋଗ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସୃଷ୍ଟି ହେଉଛି।
ବିଦ୍ୟାଳୟ ପାଠପଢ଼ା ପରେ ଯେତେବେଳେ ଜଣେ ମହାବିଦ୍ୟାଳୟରେ ପାଦ ଦିଏ, ତା’ ମନରେ ଅନେକ ସ୍ବପ୍ନ ଥାଏ। ନୂଆ ପରିବେଶ ଭିତରେ କେମିତି ପାଠ ପଢ଼ିବ, କେମିତି ଆଗକୁ ବଢ଼ିବ, ଏ ନେଇ ତା’ ମନ ଭିତରେ ଥାଏ ଆଶା ଓ ଆକାଂକ୍ଷା। ଗ୍ରାମାଞ୍ଚଳରେ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେଲାପରେ ସେ ସହରକୁ ଆସେ ନାମୀଦାମୀ ଶିକ୍ଷାନୁଷ୍ଠାନରେ ପାଠପଢ଼ିବାକୁ। କିନ୍ତୁ ଯେତେବେଳେ ଜଣେ ନବାଗତ ରାଗିଂର ଶିକାର ହୁଏ, ତା’ର ମନରେ ଯେଉଁ ପ୍ରଭାବ ପଡ଼େ, ତାକୁ କେବଳ ସେ ହିଁ ବୟାନ କରିପାରିବ ଗାଁରୁ ସହରକୁ ଆସି ପାଠ ପଢୁଥିବା ଛାତ୍ରୀ କିମ୍ବା ଛାତ୍ରମାନେ। ଅତୀତରେ ବରିଷ୍ଠ ଓ କନିଷ୍ଠଙ୍କ ମଧ୍ୟରେ ପାରସ୍ପରିକ ବିଚାରବିମର୍ଶର ପ୍ରକ୍ରିୟାରୁ ରାଗିଂ ଜନ୍ମ ନେଇଥିଲା। ସାଧାରଣତଃ, ବରିଷ୍ଠ ଛାତ୍ରୀଛାତ୍ରମାନେ କନିଷ୍ଠ ଛାତ୍ରୀଛାତ୍ରଙ୍କ ସହ ଥଟ୍ଟାମଜା କରି ନିଜର କର୍ତ୍ତୃତ୍ୱ ଜାହିର କରିଥା’ନ୍ତି, ଯାହା କନିଷ୍ଠ ଛାତ୍ରୀଛାତ୍ରମାନଙ୍କୁ ଅପମାନିତ କରିଥାଏ ସତ, ମାତ୍ର ପରବର୍ତ୍ତୀ ସମୟରେ ବରିଷ୍ଠ ଛାତ୍ରମାନଙ୍କ ସହିତ ମିଶିବାକୁ ଦୃଢ଼ ମନୋବଳ ଯୋଗାଇଥାଏ। ସେହିପରି ଜଣେ ବରିଷ୍ଠ ଛାତ୍ର ତାଙ୍କ ତଳ ବ୍ୟାଚର ଛାତ୍ରଟିକୁ ହୋଟେଲରୁ ଖାଇବା ଆଣିବା ପାଇଁ ନିର୍ଦ୍ଦେଶ ଦିଏ ଏବଂ କନିଷ୍ଠ ଛାତ୍ରଜଣକ ତାହା ପାଳନ କଲେ ବରିଷ୍ଠ ଛାତ୍ରଟିର କର୍ତ୍ତୃତ୍ୱ ସାବ୍ୟସ୍ତ ହୋଇଥାଏ। କିନ୍ତୁ ସମୟ ବଦଳିବା ସହିତ ବଦଳିଯାଇଛି ପରିସ୍ଥିତି। ରାଗିଂ ଏବେ ହିଂସାର ରୂପ ନେଉଛି। ପ୍ରତି ଶିକ୍ଷାନୁଷ୍ଠାନରେ ବରିଷ୍ଠ ଛାତ୍ରମାନେ କନିଷ୍ଠ ଛାତ୍ରଙ୍କୁ ହିଂସାତ୍ମକ ଓ ଆକ୍ରମଣାତ୍ମକ ଅତ୍ୟାଚାର କରୁଥିବା ଅଭିଯୋଗମାନ ଆସୁଛି। ପୂର୍ବରୁ କେବଳ ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କରେ ଏଭଳି ହିଂସାତ୍ମକ ରାଗିଂ ହେଉଥିବା ବେଳେ ଏବେ ସାଧାରଣ ଶିକ୍ଷାନୁଷ୍ଠାନକୁ ମଧ୍ୟ ରାଗିଂ ଭଳି ମାନସିକ ରୋଗ ଭଳି ଏହା ବ୍ୟାପିବାରେ ଲାଗିଛି। ନବାଗତ ବିଦ୍ୟାର୍ଥୀଟି ନିଜର ପରିବାରବର୍ଗ ଓ ଆତ୍ମୀୟ ସୋଦରଙ୍କୁ ଛାଡ଼ି ସହରି ଜୀବନ ତା’ ପାଇଁ ହୋଇଯାଏ ଅଭିଶପ୍ତ। ରାଗିଂ ଭଳି କୁତ୍ସିତ ମାନସିକତାକୁ ସହି ନ ପାରି ଅନେକ ଛାତ୍ରୀଛାତ୍ର ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି।
ଶିକ୍ଷାନୁଷ୍ଠାନଗୁଡ଼ିକ ଆଣ୍ଟି-ରାଗିଂ କମିଟିର ସକ୍ରିୟ ଭାବେ କାମ କଲେ ହିଁ ରାଗିଂ କମିପାରିବ ନଚେତ ମାନସିକ ବିକାର ଛାତ୍ରୀଛାତ୍ରଙ୍କ ଶିରାପ୍ରଶିରାରେ ଏହି ଭୂତାଣୁ ସକ୍ରିୟ ହୋଇ ସୁସ୍ଥ ସମାଜକୁ ନଷ୍ଟଭ୍ରଷ୍ଟ କରିଦେବେ। ତେଣୁ ନାମଲେଖା ସମୟରେ କେବଳ ଆଣ୍ଟି-ରାଗିଂ ସତ୍ୟପାଠ ସଂଗ୍ରହ ଯଥେଷ୍ଟ ନୁହେଁ ବୋଲି ଛାତ୍ରୀଛାତ୍ର ଓ ଅଭିଭାବକ ବିଶ୍ବାସ କରୁଛନ୍ତି। ଛାତ୍ରୀଛାତ୍ରମାନେ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି କମିଟିଗୁଡ଼ିକ ଅଧିକ ସକ୍ରିୟ ହେଲେ ରାଗିଂକୁ ରୋକାଯାଇପାରିବ। ଆଣ୍ଟି-ରାଗିଂ ସେଲ୍‌ ଶିକ୍ଷାନୁଷ୍ଠାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବା ଉଚିତ। ୧୯୫୬ ଅଧିନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ଯାହା ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ରାଗିଂ ବିପଦକୁ ରୋକିବା ପାଇଁ ନିୟମାବଳୀ ଭାବରେ ପରିବର୍ତ୍ତିତ ହୋଇଛି। ୨୦୦୯ ନିର୍ଦ୍ଦେଶାବଳୀ ଅନୁଯାୟୀ ଆଣ୍ଟି-ରାଗିଂ ସେଲ ପ୍ରତିଷ୍ଠା ଅତ୍ୟନ୍ତ ବାଧ୍ୟତାମୂଳକ ଓ ସକ୍ରିୟ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାବିଦ୍ୟାଳୟ ପରିସରରେ ରାଗିଂ ମୁକ୍ତ ପରିବେଶର ସଂସ୍କୃତିର ସଂରକ୍ଷଣ ପାଇଁ ଆଣ୍ଟି-ରାଗିଂ କମିଟି ପର୍ଯ୍ୟବେକ୍ଷକ ଏବଂ ପରାମର୍ଶଦାତା କମିଟିଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ହେଉଛି ଏହାର ବିକୃତତା ମଧ୍ୟରେ ଅନ୍ତର୍ନିହିତ ରାଗିଂର ମାନବିକ ପ୍ରଭାବ ବିଷୟରେ ଛାତ୍ରମାନଙ୍କୁ ସଚେତନ କରିବା। ଆମ ନଜରକୁ ଆସୁଥିବା ରାଗିଂ ଘଟଣାଗୁଡ଼ିକ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ତୁରନ୍ତ ଏବଂ କଠୋର ଭାବରେ ମୁକାବିଲା କରିଥାନ୍ତି। ଗୋଷ୍ଠୀଗତ ସମସ୍ୟା ପରିଲକ୍ଷିତ ହେଲେ ଉଭୟ ଗୋଷ୍ଠୀଙ୍କୁ ଡକାଯାଇ ଆପୋସ ସମାଧାନ କରାଯାଇଥାଏ। ଯେକୌଣସି ଛାତ୍ରୀ କିମ୍ବା ଛାତ୍ର ଗୋଷ୍ଠୀ ଶିକ୍ଷାନୁଷ୍ଠାନ ପରିସରରେ କିମ୍ବା ବାହାରେ ଦୋଷୀ ସାବ୍ୟସ୍ତ ହୋଇଥାଆନ୍ତି ତେବେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଉକ୍ତ ଛାତ୍ରୀ କିମ୍ବା ଛାତ୍ର ଗୋଷ୍ଠୀଙ୍କୁ କୌଣସି ଅଧିବେଶନ ପରୀକ୍ଷା କିମ୍ବା ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ଉପସ୍ଥିତ ହେବାକୁ ବାରଣ କରିଥାନ୍ତି। ଶ୍ରେଣୀ ଗୃହରେ ଅଧ୍ୟୟନ ନିମନ୍ତେ ଅନୁମତି ପ୍ରଦାନ କରାଯାଏନାହିଁ। ଛାତ୍ରବୃତ୍ତି ଏବଂ ଅନ୍ୟାନ୍ୟ ସୁବିଧା ପ୍ରତ୍ୟାହାର, ମହାବିଦ୍ୟାଳୟରୁ ନିଲମ୍ବନ, ନାମଲେଖାକୁ ବାତିଲ ଓ ପରୀକ୍ଷାଫଳ ପ୍ରକାଶନକୁ ଅଟକାଇ ଦିଆଯାଇଥାଏ।
ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଚଳିତ ଶିକ୍ଷାବର୍ଷ ଅଗଷ୍ଟ ପହିଲାରୁ ଆରମ୍ଭ ହୋଇଯାଇଛି ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ। ଉଚ୍ଚଶିକ୍ଷା ବିଭାଗଠାରୁ ଆରମ୍ଭ କରି ସମସ୍ତ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଛନ୍ତି ଶତପ୍ରତିଶତ ରାଗିଂମୁକ୍ତ ପରିସର ସୃଷ୍ଟି କରିବା ପାଇଁ। ଏଥିଲାଗି ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି। ବରିଷ୍ଠ ଛାତ୍ରୀଛାତ୍ର ଓ ନବାଗତ ଛାତ୍ରୀଛାତ୍ରଙ୍କୁ ନେଇ ମହାବିଦ୍ୟାଳୟ ପରିସରରେ ସୁସ୍ଥ ବାତାବରଣ ସୃଷ୍ଟି ନିମନ୍ତେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ, ପରାମର୍ଶଦାତା କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ରମାନ ଅନୁଷ୍ଠିତ ହୋଇସାରିଥିଲେ ମଧ୍ୟ ୨ ମାସ ନ ହେଉଣୁ ୧୯ଟି ରାଗିଂ ଅଭିଯୋଗ ସାମ୍ନାକୁ ଆସିଲାଣି। ଏଥିମଧ୍ୟରୁ ୧୩ଟି ସରକାରୀ ଶିକ୍ଷାନୁଷ୍ଠାନ ନାମରେ ଅଭିଯୋଗ ଆସିଥିଲା ବେଳେ ୬ଟି ବେସରକାରୀ ଅନୁଷ୍ଠାନ ନାମରେ ଅଭିଯୋଗ ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ ସାରା ଦେଶରେ ଚଳିତ ଶିକ୍ଷାବର୍ଷ ମଧ୍ୟରେ ୩୦୭ଟି ଅଭିଯୋଗ ପଞ୍ଜୀକରଣ ହୋଇଛି। ରାଗିଂ ରୋକିବା ପାଇଁ ସମସ୍ତ ବ୍ୟବସ୍ଥା ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି କରିବା ସହ ଶିକ୍ଷାନୁଷ୍ଠାନରେ ଅଣଛାତ୍ରଙ୍କ ପ୍ରବେଶ ଉପରେ ତୀକ୍ଷ୍‌ଣ ନଜର ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।
ଅଧ୍ୟାପକ (ରାଜନୀତି ବିଜ୍ଞାନ ବିଭାଗ)
ସିନ୍ଧେଦେବୀ ସ୍ନାତକ ମହାବିଦ୍ୟାଳୟ
ନନ୍ଦପୁର, କୋରାପୁଟ
ମୋ: ୯୪୩୭୯୫୫୫୬୮


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri