ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

କେନ୍ଦୁଝର,୧୭ା୨(ସ୍ବ.ପ୍ର.): ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ଗୁରୁବାର ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତତିନି ଶେଷବର୍ଷ ଛାତ୍ରୀଛାତ୍ର ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି। ପରେ ଅଧ୍ୟକ୍ଷ ନରେନ୍ଦ୍ର ସାହୁ ଓ ଅନ୍ୟ ଅଧ୍ୟାପକମାନେ ଆସି ବୁଝାଶୁଝା କରିଥିଲେ। ଅନ୍‌ଲାଇନ୍‌ରେ ପାଠପଢ଼ା ହୋଇଥିବାରୁ ପରୀକ୍ଷା ଅନ୍‌ଲାଇନରେ କରିବାକୁ ଦାବି କରିଥିଲେ। ତେବେ ଅଫ୍‌ ଲାଇନରେ ପରୀକ୍ଷା ହେବ ନେଇ ସରକାରଙ୍କ ଆଦେଶନାମା ହୋଇଥିବା ନେଇ ଅଧ୍ୟକ୍ଷ ପିଲାଙ୍କୁ ବୁଝାଇବା ପରେ ଆନ୍ଦୋଳନରୁ ଉଠିଥିଲେ।
ସେହିପରି ଅଫ୍‌ଲାଇନ ପରୀକ୍ଷା ପାଇଁ ସମୟ ଦେବାକୁ ପିଲାମାନେ ନିବେଦନ କରିବା ପରେ ଏହାକୁ ବିଚାର କରାଯିବ ବୋଲି ଅଧ୍ୟକ୍ଷ କହିଥିଲେ।