ଅଭିନୟ ଜରିଆରେ ଗ୍ରାମାଞ୍ଚଳ ଲୋକଙ୍କୁ ଡେଙ୍ଗୁ, ମ୍ୟାଲେରିଆ ସଚେତନ କଲେ ଛାତ୍ରୀଛାତ୍ର

କେସିଙ୍ଗା,୨୧ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କମଳାକାନ୍ତ ନର୍ସିଂ ଆଣ୍ଡ୍‌ ହେଲଥ ସାଇନ କଲେଜ ପକ୍ଷରୁ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ କେସିଙ୍ଗା ବ୍ଲକ ବାଲସି ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କଲେଜର ଅଧ୍ୟକ୍ଷ ସତ୍ୟ ସୁନ୍ଦର ସ୍ବାଇଁଙ୍କ ନେତୃତ୍ୱରେ ଶନିବାର ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ନିଶା ନିବାରଣ, ସ୍ବାସ୍ଥ୍ୟ ପରୀକ୍ଷା, ଡେଙ୍ଗୁ, ମ୍ୟାଲେରିଆ ଓ ହଇଜା ଆଦି ବିଷୟ ଉପରେ କଲେଜ ଛାତ୍ରୀଛାତ୍ରଙ୍କ ଦ୍ୱାରା ଏକ ଅଭିନୟ ପ୍ରଦର୍ଶନ କରି ଗ୍ରାମାଞ୍ଚଳର ଲୋକଙ୍କୁ ସଚେତନ କରିଥିଲେ। ଏହି ଉପଲକ୍ଷେ ସ୍ବାସ୍ଥ୍ୟ କର୍ମୀମାନେ ବାଲସି ଗ୍ରାମର ଘରକୁ ଘରୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ଏହି ସଚେତନ କାର୍ଯ୍ୟକ୍ରମରେ କଲେଜର ଋତୁ ବିଶ୍ୱାଳ, ଓମ୍‌ ପ୍ରିୟା ସାହୁ, ଆଶୁତୋଷ ଭେଜ,ଖାକନ ସେଠୀ, ମିଲନ ପାଣିଗ୍ରାହୀ, ମିରକାଶିମ ସାହା, ରାଜକୁମାର ମାଝୀ, ସୁବାସ କୁମ୍ଭାର, ଫିରୋଜ ସାହୁ ପ୍ରମୁଖ କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।