ୟୁଜିସି ଏନ୍‌ଇଟି: ଆବେଦନ ଫର୍ମରେ ଏଡିଟ୍‌ କରିପାରିବେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୩ା୫(ବ୍ୟୁରୋ): ୟୁଜିସି ଏନ୍‌ଇଟି ପାଇଁ ଆବେଦନ କରିଥିବା ଛାତ୍ରୀଛାତ୍ରଙ୍କୁ ଫର୍ମ ଏଡିଟ୍‌ ବା ପରିବର୍ତ୍ତନ କରିବା ଲାଗି ସୁଯୋଗ ଦିଆଯାଇଛି। ଛାତ୍ରୀଛାତ୍ରମାନେ ନିଜ ଅନ୍‌ଲାଇନ୍‌ ଆବେଦନ ଫର୍ମକୁ ପରିବର୍ତ୍ତନ କରିପାରିବେ। ଏଥିପାଇଁ ଛାତ୍ରୀଛାତ୍ରଙ୍କୁ ugcnet.nta.nic.inରେ ଲଗ୍‌ ଇନ୍‌ କରି ନିଜ ଫର୍ମରେ ପରିବର୍ତ୍ତନ ତଥା ଏଡିଟ୍‌ କରିବାକୁ ପଡ଼ିବ। ଏନେଇ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ୟୁଜିସି ଏନ୍‌ଇଟି ଡିସେମ୍ବର ୨୦୨୧ ଓ ଜୁନ୍‌ ୨୦୨୨ ପାଇଁ ଆବେଦନ କରିଥିବା ଛାତ୍ରୀଛାତ୍ରଙ୍କୁ ଏହି ସୁଯୋଗ ମିଳିବ। ତେବେ ୨୩ ତାରିଖ ରାତି ୯ଟା ସୁଦ୍ଧା ଛାତ୍ରୀଛାତ୍ରମାନେ ଆବେଦନ ଫର୍ମକୁ ଏଡିଟ୍‌ କରିପାରିବେ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି।