ଛାତ୍ରୀଛାତ୍ର ଦେଶର ଭବିଷ୍ୟତ: ସାଧାରଣତନ୍ତ୍ର ଦିବସରେ ବିଶିଷ୍ଟ ବ୍ୟକ୍ତି ପୁରସ୍କୃତ

ଦାରିଙ୍ଗବାଡି,୨୬।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆ ଠାରେ ସୋମବାର ବ୍ଲଜ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବ୍ଲକ ପ୍ରଶାସନ ଓ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଆୟୋଜନ କରାଯାଉଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ ସାହୁଙ୍କ ମଞ୍ଚ ପରିଚାଳନା ରେ ମୁଖ୍ୟ ଅତିଥିଭାବେ ବିଡ଼ିଓ ପ୍ରୀତିରଞ୍ଜନ ରଥ ଯୋଗଦେଇ ଜାତୀୟ ପତ୍ତାକା ଉତ୍ତୋଳନ କରିଥିଲେ। ଅନ୍ୟତମ ଅତିଥିଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ତହସିଲଦାର ଧୀରଜ ପାତ୍ର, ଆଇଆଇଆଇ ସଂଗ୍ରାମ କେଶରୀ ଜେନା, ସିଡିପିଓ ସଂନ୍ଧ୍ୟାରାଣୀ ପଣ୍ଡା, ପ୍ରମୁଖ ମଞ୍ଚାସୀନ ରହିଥିଲେ। କାର୍ଯ୍ୟକ୍ରମରେ ପ୍ରଥମେ ଅତିଥିମାନଙ୍କୁ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ଓ ଅନ୍ୟମାନେ ସ୍ବାଗତ କରି ମଞ୍ଚ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତ୍ତାକା ଉତ୍ତୋଳନ ସହ ସାମୁହିକ ପ୍ୟାରେଡ ପରିଦର୍ଶନ ଓ ଅଭିବାଦନ ଗ୍ରହଣ କରିଥିଲେ।
ଏହି ଅବସରରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଦେଶର ଭବିଷ୍ୟତ ବୋଲି କହିବା ସହ ସାଧାରଣତନ୍ତ୍ର ଦ୍ୱାରା ଆମେ ନିଜେ ନିଜକୁ ଶାସନ କରିପାରୁଛେ। ସମ୍ବିଧାନ ପ୍ରଣୟନ ଯୋଗୁ ଆମେ ଆଜି ଏକାଠି ହୋଇଦେଶକୁ ଆଗକୁ ନେଇପାରିଛେ ବୋଲି କହିଥିଲେ। ଦେଶକୁ ଯବାନମାନେ ବହୁ କଷ୍ଟ ସ୍ବୀକାର କରି ସୁରକ୍ଷା ଦେଉଛନ୍ତି। ତେଣୁ ତାଙ୍କୁ ଆମେ ଆଜିର ଦିନରେ ସମ୍ମାନ ଜଣାଇବା ବୋଲି କହିବା ସହ ଦେଶକୁ ଆଗକୁ ନେଉଥିବା ସରକାରୀ ଓ ବେସରକାରୀ ସଂସ୍ଥା ସମେତ ସାଧାରଣ ଲୋକ ଏବଂ ଆମେ ଚୟନ କରୁଥିବା ଲୋକ ପ୍ରତିନିଧିଙ୍କୁ ନିଜକୁ ନିଜେ ସମ୍ମାନ ଦେବାର ଦିନ ଏହି ଦିବସ ବୋଲି ମୁଖ୍ୟ ଅତିଥି କହିଥିଲେ। ଛାତ୍ରୀଛାତ୍ରଙ୍କୁ ଭଲ ପାଠ ପଢିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ପତିତପାବନ ରାଉତ ପରିଚାଳନା କରିଥିଲେ। ସେହିପରି ଶିକ୍ଷା ସ୍ବାସ୍ଥ୍ୟ, ଅଧ୍ୟୟନ, ଉନ୍ନୟନ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରୀଛାତ୍ର ଙ୍କ ସମେତ ସରକାରୀ ଓ ବେସରକାରୀ କର୍ମଚାରୀ ଓ ବ୍ଲକ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ଭାବେ ମାନପତ୍ର, ଟ୍ରଫି ଆଦି ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଚଳିତ ବର୍ଷର ଡାକ୍ତରୀ ଛାତ୍ରୀ ମୋନାଲିସା ପ୍ରଧାନ, ଦଶମରେ ବ୍ଲକରେ ସର୍ବୋଚ୍ଚ ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ କବିତା ପ୍ରଧାନ, ବ୍ଲକରେ ସରକାରୀ କାର୍ଯ୍ୟକୁ ଭଲ ପ୍ରଦର୍ଶନ କରୁଥିବା ବ୍ଲକ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ଶିକ୍ଷୟିତ୍ରୀ ଶାରଳା ମଲିକ, ଭଲ କୃଷକ ରମାକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ କାର୍ଯ୍ୟରେ ଭଲ ପ୍ରଦର୍ଶନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା। ସର୍ବଶ୍ରେଷ୍ଠ ଆଶାକର୍ମୀ ଲଷ୍ମୀ ନାୟକ, ସ୍ବେଚ୍ଛାସେବୀ ଧନେଶ୍ୱର ସାହୁ, ଅଲିମା ପ୍ରଧାନ ପେଟୁମାହା, ସର୍ବଶ୍ରେଷ୍ଠ ପୋଲିସ ଏଏସଆଇ ଅର୍ଜୁନ ଶବର, ସର୍ବଶ୍ରେଷ୍ଠ ରାଜସ୍ବ ନୀରିକ୍ଷକ ଦୁର୍ଗା ପ୍ରଧାନ, ସର୍ବଶ୍ରେଷ୍ଠ ସ୍ବଚ୍ଛ ଭାରତ ପାଇଁ ସଫେଇ କାର୍ଯ୍ୟକ୍ରମ ନବୋଜିନି ପ୍ରଧାନ, ସର୍ବଶ୍ରେଷ୍ଠ ଅଗ୍ନିଶମ ଅଧିକାରୀ ଧବଳେଶ୍ୱର ପ୍ରଧାନ ପ୍ରମୁଖ ପୁରସ୍କୃତ ହୋଇଥିଲେ।

କାର୍ଯ୍ୟକ୍ରମକୁ ଆମ୍ବେଦକର ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ରଶ୍ମୀ ରଞ୍ଜନ ତ୍ରିପାଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦଞ୍ଜୟ ରଥ, କନିଷ୍ଠ ଯନ୍ତ୍ରୀ ଧୀରେନ ସେଠୀ, ସହକାରୀ ଶିକ୍ଷକ ଶ୍ୟାମସୁନ୍ଦର ଦିଗାଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଖେତୀଶ ପ୍ରିୟଦର୍ଶି ସାହୁ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମକୁ ଆମ୍ବେଦକର ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ରଶ୍ମୀ ରଞ୍ଜନ ତ୍ରିପାଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦଞ୍ଜୟ ରଥ, କନିଷ୍ଠ ଯନ୍ତ୍ରୀ ଧୀରେନ ସେଠୀ, ସହକାରୀ ଶିକ୍ଷକ ଶ୍ୟାମସୁନ୍ଦର ଦିଗାଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଖେତୀଶ ପ୍ରିୟଦର୍ଶି ସାହୁ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବେଧଡକ୍ ଚାଲିଛି ନିଶା କାରବାର: ପୋଲିସ-ଅବକାରୀ ଚୁପ୍, ଅଣ୍ଟା ଭିଡ଼ିଲେ ମହିଳା

ଅତାବିରା,୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଧଡକ୍ ଚାଲିଛି ନିଶା କାରବାର । ସବୁ ଜାଣି ଅଜଣା ଭଳି ଚୁପ୍…

ବଢୁଛି ତାପମାତ୍ରା, ଦେଖାନାହିଁ ଜଳଛତ୍ର

ଲୋଇସିଂହା,୧୩।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି ା ଅସ୍ବାଭାବିକ ତାପମାତ୍ରା ବୃଦ୍ଧି ନେଇ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଲାଣି।…

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନ ବେଶି ଦାୟୀ: ନରସିଂହ

ବଲାଙ୍ଗୀର,୧୩ା୩(ବୀରେନ୍ଦ୍ର କୁମାର ଝାଙ୍କର): ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଏବର ସରକାର ଅପେକ୍ଷା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶୀ ଦାୟୀ ବୋଲି ବରିଷ୍ଠ କଂଗ୍ରେସ ନେତା…

ବଲାଙ୍ଗୀର ଜିଲାର ବିଭିନ୍ନ ସମସ୍ୟାକୁ ନେଇ ବିଧାନସଭାରେ ପ୍ରଶ୍ନ କଲେ କଳିକେଶ, ରାଜନୀତିରେ ହଇଚଇ

ବଲାଙ୍ଗୀର,୧୩ା୩(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାର ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। ଜିଲାର ପାନୀୟ ଜଳ ସମସ୍ୟା,…

ଜନଗଣନାରେ ଠିକ୍‌ ତଥ୍ୟ ଲିପିବଦ୍ଧ କରିବାକୁ ଗୁରୁତ୍ୱ

ବରଗଡ଼,୧୩ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମଳିନୀ କକ୍ଷଠାରେ ୨୦୨୭ ଜନଗଣନା ପାଇଁ ଗୁରୁବାର ଜିଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ପ୍ରତାପଗିରି ମନ୍ଦିର ଗୁପ୍ତଧନ ଲୁଟ୍‌ର ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ ‘ଗୁରୁ’ଙ୍କ ସହ ୫ ଗିରଫ, ଜବତ ହୋଇପାରିନି…

ଥୁଆମୂଳ ରାମପୁର, ୧୨।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୁମୁଡ଼ାବାହାଲ ଗ୍ରାମର ପ୍ରାଚୀନ ପ୍ରତାପଗିରି (ବୁଢ଼ାରଜା-ଠାକୁରାଣୀ) ମନ୍ଦିରରୁ ଗୁପ୍ତଧନ ଲୁଟ ଘଟଣାରେ…

ରବି ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଆରମ୍ଭରୁ ଅସନ୍ତୋଷ: ଅବଧି ବୃଦ୍ଧି ଦାବି କଲେ ଚାଷୀ, ସମବାୟ ଉପ ନିବନ୍ଧକଙ୍କୁ…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଗତ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏଥିପାଇଁ ରହିଥିବା ଅବଧିକୁ ନେଇ ଆରମ୍ଭରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri