ହଷ୍ଟେଲ ପାଇଁ ଫୋନ୍‌ କଲେ କଲ୍‌ ଲାଗୁଛି ପିପିଲିରେ

କଟକ ଅଫିସ,୩ା୧୧: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଓ୍ବେବସାଇଟ୍‌ରେ ହଷ୍ଟେଲ ଚିଫ୍‌ ଓ୍ବାର୍ଡେନଙ୍କ କାର୍ଯ୍ୟାଳୟ ନମ୍ବରକୁ ନେଇ ଛାତ୍ରୀଛାତ୍ରମାନେ ବିଭ୍ରାନ୍ତ ହେଉଛନ୍ତି। ଉକ୍ତ ନମ୍ବରରେ ଫୋନ୍‌ କଲେ ତାହାକୁ ପିପିଲିର ଏକ ଅଜଣା ବ୍ୟକ୍ତି ଉଠାଉଛନ୍ତି। ଯଦ୍ୱାରା ଛାତ୍ରୀଛାତ୍ରମାନେ ତଥ୍ୟ ପାଇବା ନିମନ୍ତେ ନିରାଶ ହେବାକୁ ବାଧ୍ୟ ହେଉଛନ୍ତି। ଏଭଳି ଏକ ପ୍ରାଚୀନ ତଥା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଓ୍ବେବ୍‌ସାଇଟ୍‌ରେ ବିଭ୍ରାନ୍ତିକର ମୋବାଇଲ୍‌ ନମ୍ବର ଦିଆଯିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପ୍ରକାଶ ଯେ, ପ୍ରାଚୀନ ଶିକ୍ଷାନୁଷ୍ଠାନ ଭାବେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ନାମ ଦେଶବିଦେଶରେ ପରିଚିତି ଲାଭ କରିଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତ ତଥା ବିଦେଶରୁ ଛାତ୍ରୀଛାତ୍ରମାନେ ଏହି ମହାନ୍‌ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ ନିମନ୍ତେ ବିଶେଷ ଆଗ୍ରହ ରଖିଆସିଛନ୍ତି। ଏବେ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପରେ ଛାତ୍ରାବାସ ଓ ଛାତ୍ରୀନିବାସରେ ରହିବା ନିମନ୍ତେ ବିଦ୍ୟାର୍ଥୀମାନେ ଆବେଦନ କରି ତାଲିକାରେ ନାମ ଆସିବାକୁ ଅପେକ୍ଷା କରିଛନ୍ତି। ଛାତ୍ରୀଛାତ୍ରମାନେ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ଏସମ୍ପର୍କରେ ପଚାରିବାବେଳେ ରେଭେନ୍‌ଶା ଓ୍ବେବସାଇଟ୍‌ରେ ଥିବା ଫୋନ ନମ୍ବରରେ ଛାତ୍ରାବାସ ସଂକ୍ରାନ୍ତୀୟ ପ୍ରଶ୍ନ ପଚାରିବାକୁ ପରାମର୍ଶ ଦିଆଯାଉଛି। ଏହାବାଦ୍‌ କଟକ ସହରରୁ ବାହାରେ ଥିବା ଛାତ୍ରୀଛାତ୍ରମାନେ ଓ୍ବେବସାଇଟ୍‌ ଉପରେ ଭରସା କରିଥାନ୍ତି। ସେଥିରେ ଥିବା ତଥ୍ୟ ଉପରେ ନିର୍ଭର କରିବା ବ୍ୟତୀତ ଆଉ କୌଣସି ଉପାୟ ନ ଥାଏ। ଏପରିସ୍ଥଳେ ଓ୍ବେବସାଇଟ୍‌ରେ ଦିଆଯାଇଥିବା ଅଫିସ ଅଫ୍‌ ଦି ଚିଫ୍‌ ଓ୍ବାର୍ଡେନ ଲେଖା ତଳକୁ ଦୀପ୍ତି ରଞ୍ଜନ ବେହେରା, ମୋବାଇଲ- ୯୪୩୮୫୬୭୩୯୫ ଲେଖାଅଛି। ଉକ୍ତ ନମ୍ବରରେ ଜଣେ ଛାତ୍ର ଫୋନ୍‌ କରିବା ପରେ ସେପଟୁ ଜଣେ ବ୍ୟକ୍ତି ଫୋନ୍‌ ଉଠାଇଥିଲେ। ଛାତ୍ର ଜଣକ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରୁ କହୁଛନ୍ତି କି ବୋଲି ପଚାରିବାରୁ ସେ ପିପିଲିରୁ କହୁଛନ୍ତି ବୋଲି ଉତ୍ତର ଦେଲେ। ତାଙ୍କ ନାମ ପଚାରିବାରୁ ସେ ନିଜକୁ ଇରଫାନ୍‌ ଖାନ ବୋଲି କହି ଏପରି ଫୋନ୍‌ କଲ ତାଙ୍କ ନିକଟକୁ ଗତ ୬ ମାସ ଧରି ଆସୁଛି ଏବଂ କଲ୍‌ କରୁଥିବା ଲୋକମାନେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ନାମଲେଖା ବିଷୟ ସମେତ ବିଭିନ୍ନ କଥା ପଚାରୁଛନ୍ତି ବୋଲି କହିଲେ। ଏଭଳି ଦୈନନ୍ଦିନ ଅନେକ ଫୋନ୍‌ କଲ୍‌ ଉତ୍ତର ସେ ଗତ ୬ ମାସ ହେବ ଦେଇ ନୟାନ୍ତ ହୋଇ ସାରିଲେଣି। ହେଲେ କାହିଁକି ଏମିତି ହେଉଛି ବୋଲି ସେ କିଛି ବୁଝିପାରୁନାହାନ୍ତି ବୋଲି କହିଲେ।

ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଦୀପ୍ତି ରଞ୍ଜନ ବେହେରା ଏଠାକାର ଜଣେ କର୍ମଚାରୀ। ସେ ଆଗରୁ ଚିଫ୍‌ ଓ୍ବାର୍ଡେନ ଅଫିସ ଦାୟିତ୍ୱରେ ଥିଲେ, ଏବେ ନାହାନ୍ତି। ହେଲେ ମୋବାଇଲ ନମ୍ବରଟି ଯଦି ଭୁଲ ରହିଛି, ତାହାକୁ ଆମେ ଓ୍ବେବସାଇଟରେ ସଂଶୋଧନ କରିଦେବୁ। ଏନେଇ ବିଶ୍ୱବିଦ୍ୟାଳୟର କୁଳସଚିବ ଭକ୍ତଚରଣ ପ୍ରଧାନଙ୍କୁ ପଚାରିବାରୁ ସେ ଏ ବାବଦରେ ଅବଗତ ନଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଛାତ୍ରମାନଙ୍କ ନିମନ୍ତେ ଧର୍ମପଦ, ଇଷ୍ଟ, ଜଗନ୍ନାଥ, ଲଳିତଗିରି, ନିଉ, ନିଉ ପିଜି ଓ ଓ୍ବେଷ୍ଟ ହଷ୍ଟେଲ ରହିଛି। ସେହିପରି ଛାତ୍ରୀମାନଙ୍କ ନିମନ୍ତେ ଭାର୍ଗବୀ, ଦୟା, ଦେବୀ, କାଠଯୋଡ଼ି, ମହାନଦୀ ଓ ପରିଜା ହଷ୍ଟେଲ ରହିଛି। ସମସ୍ତ ହଷ୍ଟେଲର ମୁଖ୍ୟ ଭାବେ ଜଣେ ଚିଫ୍‌ ଓ୍ବାର୍ଡେନ୍‌ ଓ ତାଙ୍କ ତଳେ ଦୁଇଜଣ ଡେପୁଟି ଚିଫ୍‌ ଓ୍ବାର୍ଡେନ ପୃଥକ ଭାବେ ଛାତ୍ରାବାସ ଓ ଛାତ୍ରୀ ନିବାସ ଦାୟିତ୍ୱରେ ଅଛନ୍ତି। ଓ୍ବେବସାଇଟ୍‌ର ସର୍ବାଗ୍ରେ ଚିଫ୍‌ ଓ୍ବାର୍ଡେନ ଡ. ଶିବବ୍ରତ ଦାସ ଫଟୋ ସହ ସ୍ଥାନିତ ହୋଇଛି। ତଳକୁ ବାମ ପାର୍ଶ୍ୱରେ ଡେପୁଟି ଚିଫ ଓ୍ବାର୍ଡେନ, ଲେଡିଜ ହଷ୍ଟେଲ ଡ. ଉର୍ମିଶ୍ରୀ ବେଦମାତା ଏବଂ ଡେପୁଟି ଚିଫ୍‌ ଓ୍ବାର୍ଡେନ, ବୟେଜ ହଷ୍ଟେଲ ଡ. ଚିତ୍ତରଞ୍ଜନ ନାୟକଙ୍କ ନାମ ଉଲ୍ଲେଖ ରହିଛି। ହେଲେ ଏସମସ୍ତ ଅଧିକାରୀମାନଙ୍କ କୌଣସି ଯୋଗାଯୋଗ ନମ୍ବର ଓ୍ବେବସାଇଟ୍‌ରେ ଦିଆଯାଇନାହିଁ। ତୁରନ୍ତ ଏହାକୁ ସଂଶୋଧନ କରିବା ନିମନ୍ତେ ଛାତ୍ରୀଛାତ୍ର, ଅଭିଭାବକ ତଥା ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri