ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ମିଳୁଛି ସ୍ମୋକିଂ ବ୍ରେକ୍‌

ବ୍ରିସ୍‌ବେନ: ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡସ୍ଥିତ ଆରେଥୁସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ବିଦ୍ୟାଳୟ ନିଜ ଛାତ୍ରୀଛାତ୍ରମାନଙ୍କୁ ଧୂମପାନ କରିବାକୁ ଅନୁମତି ପ୍ରଦାନ କରିଛି। ଉକ୍ତ ବିଦ୍ୟାଳୟର କ୍ୟାମ୍ପସ୍‌ ମଧ୍ୟରେ ସିଗାରେଟ ଟାଣିବା ପାଇଁ ଛାତ୍ରୀଛାତ୍ରମାନଙ୍କୁ ବିରତି ମିଳିଥାଏ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆରେଥୁସା ବିଦ୍ୟାଳୟରେ ପିଲାମାନଙ୍କୁ ସ୍ମୋକିଂ ବ୍ରେକ୍‌ ପ୍ରଦାନ କରାଯାଇଥାଏ। ଏହି ବ୍ରେକ୍‌ ସମୟରେ ବିଦ୍ୟାଳୟ ପରିସରରେ ନିର୍ମିତ ସ୍ବତନ୍ତ୍ର ଧୂମପାନ ଜୋନ୍‌ରେ ଏକସଙ୍ଗେ ପ୍ରାୟ ୫୦ ପିଲା ସିଗାରେଟ୍‌ ଟାଣିପାରନ୍ତି। ଛାତ୍ରୀଛାତ୍ରଙ୍କ ଉପରେ ପଡ଼ୁଥିବା ଚାପର ସ୍ତରକୁ ହ୍ରାସ କରିବା ଏବଂ ସେମାନଙ୍କ ମଧ୍ୟରେ ପ୍ରକାଶ ପାଉଥିବା ହିଂସ୍ର ଆଚରଣକୁ କମାଇବା ପାଇଁ ବିଦ୍ୟାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଛାତ୍ରୀଛାତ୍ରଙ୍କ ଅଭିଭାବକମାନଙ୍କଠାରୁ ଅନୁମତି ନିଆଯାଇଛି ବୋଲି ଆରେଥୁସା ବିଦ୍ୟାଳୟ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ବିଦ୍ୟାଳୟ ପ୍ରଶାସନ ଅନୁଯାୟୀ, ଏନେଇ ତଦନ୍ତକାରୀ ଏଜେନ୍ସିଠାରୁ ଆରମ୍ଭ କରି ମେଡିକାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି। ଏ ବିଷୟରେ ଆରେଥୁସା ବିଦ୍ୟାଳୟ ପକ୍ଷରୁ କିଛି ଲୁଚା ଯାଇନାହିଁ। ଏହି ନୀତିକୁ ଖୋଲାଖୋଲି ଭାବେ ସମସ୍ତଙ୍କ ସାମ୍‌ନାରେ ରଖାଯାଇଥିବା ନେଇ ବିଦ୍ୟାଳୟ ପରିଚାଳନା କମିଟି କହିଛି। ତେବେ ସେମାନଙ୍କ ପ୍ରତ୍ୟାଖ୍ୟାନ ସତ୍ତ୍ୱେ ମଧ୍ୟ ସ୍କୁଲ୍‌ ପ୍ରଶାସନ ପକ୍ଷରୁ ପିଲାମାନଙ୍କୁ ସିଗାରେଟ ଟାଣିବାକୁ ଅନୁମତି ଦିଆଯାଇଛି ବୋଲି କେତେଜଣ ଅଭିଭାବକ ଅଭିଯୋଗ ଆଣିଛନ୍ତି। ସ୍କୁଲରେ ଏପରି ଅଜବ ନିୟମ ଯୋଗୁ ସେମାନଙ୍କର ପିଲାମାନେ ସିଗାରେଟ ଟାଣିବା ଆରମ୍ଭ କରି ଦେଇଛନ୍ତି ବୋଲି କେତେଜଣ ଅଭିଭାବକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ପାଇଁ ସହମତି ହେଲେ ଇସ୍ରାଏଲ-ହମାସ, ୧୫ ମାସ ପାଇଁ ଯୁଦ୍ଧ ବନ୍ଦ

ନୂଆଦିଲ୍ଲୀ, ୧୫।୧: ଇସ୍ରାଏଲ ଏବଂ ପାଲେଷ୍ଟାଇନୀ ସଂଗଠନ ହମାସ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଯୁଦ୍ଧବିରତି ଏବଂ କଏଦୀ ବିନିମୟ ସମ୍ପର୍କରେ କିଛି ଦିନ ଧରି...

କେବେ ଏବଂ କେଉଁଠାରୁ ଫୁଲକୋବି ଭାରତ ଆସିଛି, ଜାଣନ୍ତି କି? ଏବେ ଏହି ରାଜ୍ୟ…

ପନିପରିବା ମଧ୍ୟରେ ପସନ୍ଦର କୋବି ହେଉଛି ‘ଫୁଲକୋବି’। ଶୀତଦିନେ ଏହା ବହୁଳ ଭାବେ ଉତ୍ପାଦନ କରାଯାଏ। କୋବିର ତରକାରୀ ହେଉ ଅବା ଚିଲି, ଖାଇବାକୁ ଅନେକେ...

କାଉ କେତେ ବର୍ଷ ବଞ୍ଚିଥାଏ? ଉତ୍ତର ଜାଣିଲେ ଚମକି ପଡ଼ିବେ…

ସବୁଠାରୁ ଚାଲାକ ପକ୍ଷୀଙ୍କ କଥା ଉଠିଲେ କାଉର ନାଁ ମନକୁ ଆସିଥାଏ। କାଉ ବାସ୍ତବରେ ବେଶ ଚାଲାକ। ଏହାକୁ ନେଇ ଅନେକ କାହାଣୀ ଲୋକପ୍ରିୟ ହୋଇ...

ଭାରତର ଏଭଳି ଭାଷା, ଯାହାକୁ ସିଧା କି ଓଲଟା ପଢ଼ିଲେ ବଦଳେ ନାହିଁ ନାମ; ଜାଣନ୍ତୁ…

ଭାରତ ଏହାର ଧର୍ମ, ସଂସ୍କୃତି ଏବଂ ଭାଷାକୁ ନେଇ ପରିଚିତ। ହେଲେ କେବଳ ଗୋଟିଏ ଭାଷା ଏଭଳି ରହିଛି ଯାହାକୁ ଓଲଟା ପଢ଼ କିମ୍ବା ସିଧା...

ବ୍ରାଡ୍‌ ପିଟ୍‌ଙ୍କ ନାଁରେ ୮ ଲକ୍ଷ ୟୁରୋ ଠକେଇ

ପ୍ୟାରିସ୍‌, ୧୫ା୧: ଫ୍ରାନ୍ସରେ ଇଣ୍ଟେରିଅର ଡିଜାଇନର ଭାବେ କାର୍ଯ୍ୟରତ ଆନି ପ୍ରାୟ ୮ ଲକ୍ଷ ୟୁରୋ ମୂଲ୍ୟର ଠକାମିର ସମ୍ମୁଖୀନ ହୋଇଛନ୍ତି। ହଲିଉଡ୍‌ ଅଭିନେତା ବ୍ରାଡ୍‌...

ମେଟା: ଚିନ୍ତାରେ କେନ୍ଦ୍ର

ନୂଆଦିଲ୍ଲୀ,୧୫।୧: ଆମେରିକୀୟ ସୋସିଆଲ ମିଡିଆ ଜାଏଣ୍ଟ ମେଟା ସିଇଓ ମାର୍କ ଜୁକରବର୍ଗ ଜାନୁଆରୀ ୧୦ରେ ପୋଡ୍‌କାଷ୍ଟର ଜୋ ରୋଗାନ୍‌ଙ୍କୁ ସାକ୍ଷାତକାର ଦେଇ କହିଥିଲେ, ୨୦୨୪ ଅଧିକାଂଶ...

କିଏ ଏହି ନାଗିନ ସାଧ୍ୱୀ, କୁମ୍ଭମେଳାରେ ସ୍ନାନ କରିବାବେଳେ ନାଗାସାଧୁଙ୍କ କରନ୍ତି ଅପେକ୍ଷା

ନୂଆଦିଲ୍ଲୀ,୧୫।୧:ପ୍ରୟାଗରାଜର ସଙ୍ଗମ ନଗରୀରେ ଆଜି ମହାକୁମ୍ଭର ତୃତୀୟ ଦିନ। ଗୋଟିଏ ଦିନ ପୂର୍ବରୁ, ମକର ସଂକ୍ରାନ୍ତିରେ, ସାଢେ ୩ କୋଟି ଲୋକ ଅମୃତ ସ୍ନାନ କରିଥିଲେ।...

ଯୁଦ୍ଧରେ କେରଳ ଯୁବକଙ୍କ ମୃତ୍ୟୁ ପରେ ଆକ୍ସନକୁ ଆସିଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପାଇଁ ଲଢୁଥିବା ଜଣେ କେରଳୀ ଯୁବକଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଆହତ ହେବା ଘଟଣାକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri