ବିଦ୍ୟାର୍ଥୀ ଆତ୍ମହତ୍ୟା

ଏବେ ଆରମ୍ଭ ହୋଇଛି ପରୀକ୍ଷା ଋତୁ। ଅଧିକ ନମ୍ବର ରଖିବା ଲାଗି ପିଲାମାନଙ୍କ ଉପରେ ମାତାପିତା, ଅଭିଭାବକଙ୍କଠାରୁ ଆରମ୍ଭକରି ଶିକ୍ଷୟିତ୍ରୀଶିକ୍ଷକ ଚାପ ପକାଇବାରେ ବ୍ୟସ୍ତ। ସାଧାରଣ ପାଠକୁ ଦେଖିଲେ ଯିଏ ଯେତେ ନମ୍ବର ରଖିପାରିବେ ସିଏ ସେତେ ବଡ଼ ଶିକ୍ଷାନୁଷ୍ଠାନରେ ପଢ଼ିପାରିବେ। ଯଦି ଡାକ୍ତରୀ ବା ଇଞ୍ଜିନିୟରିଂ ପଢ଼ିବା ଲାଗି ସିଟ୍‌ ପାଇବା ସକାଶେ ହେଉଥିବା ପ୍ରତିଯୋଗିତା ବିଷୟ ଦେଖାଯାଏ, ସେଥିରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା। ପ୍ରତିଯୋଗିତାରେ ଧାଉଁଥିବା ପିଲାମାନଙ୍କ ମୁଣ୍ଡକୁ ଏପରି ବିଗାଡ଼ି ଦିଆଯାଇଛି ଯେ, ଯେମିତି ଏହି ପରୀକ୍ଷାରେ ସେମାନେ ବିଫଳ ହୋଇଗଲେ ଜୀବନ ଅସାର ହୋଇଯିବ। ସେଥିପାଇଁ ବିଦ୍ୟାର୍ଥୀ ପ୍ରାଣପଣେ ଚେଷ୍ଟା କରୁଛନ୍ତି। ଯଦି କୌଣସି ପିଲା ଗଣିତ କିମ୍ବା ବିଜ୍ଞାନରେ ଦକ୍ଷ ନ ଥିବ, ତଥାପି ତାକୁ ମାତାପିତା ବିଜ୍ଞାନ ବିଷୟ ନେଇ ପଢ଼ିବାକୁ ବାଧ୍ୟ କରୁଛନ୍ତି। ସବୁ ସ୍ତରରେ ଅଭିଭାବକମାନେ ଚାପ ପକାଇବାରେ ଧୂରନ୍ଧର। କ୍ୱଚିତ ମା’ବାପା ଅଛନ୍ତି, ଯେଉଁମାନେ ପିଲାଙ୍କ ଉପରେ ପଡ଼ୁଥିବା ଚାପ ସମ୍ପର୍କରେ ସଚେତନ ଏବଂ ନିଆଁରେ ଘିଅ ଢାଳନ୍ତି ନାହିଁ। ଏଭଳି ପରିପ୍ରେକ୍ଷୀରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ପାରୁ ନ ଥିବା ପିଲା ଅନେକ କ୍ଷେତ୍ରରେ ଆତ୍ମହତ୍ୟାର ପନ୍ଥା ବାଛି ନେଉଛନ୍ତି।
ରାଜସ୍ଥାନର କୋଟାକୁ ଦେଶର କୋଚିଂ ରାଜଧାନୀ ବୋଲି କୁହାଯାଉଛି। ଏଠାରେ ବିଶେଷକରି ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ସକାଶେ ହେଉଥିବା ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ହାସଲ ଲାଗି ବାର୍ଷିକ ପ୍ରାୟ ଦେଢ଼ ଲକ୍ଷ ଛାତ୍ରୀଛାତ୍ର ନାମ ପଞ୍ଜୀକରଣ କରୁଥିବା ଖବର ମିଳୁଛି। କିନ୍ତୁ ବିଗତ କିଛି ବର୍ଷ ହେବ କୋଟାରେ ସର୍ବାଧିକ ବିଦ୍ୟାର୍ଥୀ ପଢ଼ା ଚାପରେ ଆତ୍ମହତ୍ୟା କରୁଥିବା ରିପୋର୍ଟ ପଦାକୁ ଆସିଛି। କୋଟାରେ ଜାନୁୟାରୀ ୨୦୧୯ରୁ ଡିସେମ୍ବର ୨୦୨୨ ମଧ୍ୟରେ ୫୨ ଜଣ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଛନ୍ତି। ସେଥିମଧ୍ୟରୁ ବିଭିନ୍ନ କୋଚିଂ ସେଣ୍ଟରରେ ନାମ ପଞ୍ଜୀକରଣ କରିଥିବା ପ୍ରତିଯୋଗୀଙ୍କ ସଂଖ୍ୟା ରହିଛି ୨୭। ତେବେ ସେଠାକାର କୋଚିଂ କେନ୍ଦ୍ରରୁ ୨୦୨୨ରେ ସର୍ବାଧିକ ୧୫ ଜଣ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ୨୧ ଫେବୃୟାରୀରେ ରାଜସ୍ଥାନ ବିଧାନସଭାରେ ସଦସ୍ୟ ପାନା ଚାନ୍ଦ ମେଘଓ୍ବାଲ ଏହି ବିଷୟ ଉଠାଇବା ପରେ ସରକାର ଚେତିଛନ୍ତି। ଏକ ଲିଖିତ ଉତ୍ତରରେ ସରକାର ଜଣାଇଛନ୍ତି ଯେ, ସମ୍ପୃକ୍ତ ସମସ୍ୟାକୁ ଟାଳିବା ଲାଗି ଏକ ଆଇନ ଅଣାଯିବ। ସ୍ଥିତିର ଗମ୍ଭୀରତାକୁ ଦେଖି ସରକାର ଆଇନ ଆଣିବା ସକାଶେ ରାଜି ହେବା ଭଲ କଥା। କିନ୍ତୁ ଆତ୍ମହତ୍ୟା କରୁଥିବା ପିଲାମାନଙ୍କ ଉପରେ କେଉଁଭଳି ଚାପ ପଡ଼ୁଛି ଏବଂ ତାହାର ପ୍ରତିକାର କିଭଳି ଭାବେ କରାଯାଇପାରିବ, ସେ ସମ୍ପର୍କରେ ଅନୁଧ୍ୟାନ କରାଯିବାର ଚାହିଦା ଅଧିକ। କେବଳ ଗୋଟିଏ ଆଇନ ବିଧାନସଭାରେ ଗୃହୀତ ହୋଇଗଲେ ପିଲାଙ୍କ ଉପରେ ଚାପ ହ୍ରାସ ହେବ ନାହିଁ କିମ୍ବା ଆତ୍ମହତ୍ୟା କମିବା ଭଳି ମନେ ହେଉନାହିଁ। ଆଇନ ଅପେକ୍ଷା ମାତାପିତା, ଅଭିଭାବକ, ଶିକ୍ଷୟିତ୍ରୀ ଶିକ୍ଷକ ଓ ବିଶେଷକରି ବିଦ୍ୟାର୍ଥୀଙ୍କୁ ସଚେତନ କରାଯିବା ଦରକାର। ଏଠାରେ ଆଉ ଏକ ଦିଗକୁ ଦେଖିଲେ ଭାରତରେ ପିଲାମାନଙ୍କୁ ଘୋଷା ପାଠରେ ଅଭ୍ୟସ୍ତ କରାଇ ଦିଆଯାଉଛି। ସମ୍ଭବତଃ ସେଥିପାଇଁ ଅଭିନବତ୍ୱ ଓ ଗବେଷଣା କ୍ଷେତ୍ରରେ ଭାରତ ପଛୁଆ ରହିଯାଉଛି। ତେଣୁ ଚିନ୍ତାଧାରାରେ ପରିବର୍ତ୍ତନ ଆସିବା ନିତାନ୍ତ ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri