ବିଦ୍ୟାର୍ଥୀ ଆତ୍ମହତ୍ୟା

ଏବେ ଆରମ୍ଭ ହୋଇଛି ପରୀକ୍ଷା ଋତୁ। ଅଧିକ ନମ୍ବର ରଖିବା ଲାଗି ପିଲାମାନଙ୍କ ଉପରେ ମାତାପିତା, ଅଭିଭାବକଙ୍କଠାରୁ ଆରମ୍ଭକରି ଶିକ୍ଷୟିତ୍ରୀଶିକ୍ଷକ ଚାପ ପକାଇବାରେ ବ୍ୟସ୍ତ। ସାଧାରଣ ପାଠକୁ ଦେଖିଲେ ଯିଏ ଯେତେ ନମ୍ବର ରଖିପାରିବେ ସିଏ ସେତେ ବଡ଼ ଶିକ୍ଷାନୁଷ୍ଠାନରେ ପଢ଼ିପାରିବେ। ଯଦି ଡାକ୍ତରୀ ବା ଇଞ୍ଜିନିୟରିଂ ପଢ଼ିବା ଲାଗି ସିଟ୍‌ ପାଇବା ସକାଶେ ହେଉଥିବା ପ୍ରତିଯୋଗିତା ବିଷୟ ଦେଖାଯାଏ, ସେଥିରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା। ପ୍ରତିଯୋଗିତାରେ ଧାଉଁଥିବା ପିଲାମାନଙ୍କ ମୁଣ୍ଡକୁ ଏପରି ବିଗାଡ଼ି ଦିଆଯାଇଛି ଯେ, ଯେମିତି ଏହି ପରୀକ୍ଷାରେ ସେମାନେ ବିଫଳ ହୋଇଗଲେ ଜୀବନ ଅସାର ହୋଇଯିବ। ସେଥିପାଇଁ ବିଦ୍ୟାର୍ଥୀ ପ୍ରାଣପଣେ ଚେଷ୍ଟା କରୁଛନ୍ତି। ଯଦି କୌଣସି ପିଲା ଗଣିତ କିମ୍ବା ବିଜ୍ଞାନରେ ଦକ୍ଷ ନ ଥିବ, ତଥାପି ତାକୁ ମାତାପିତା ବିଜ୍ଞାନ ବିଷୟ ନେଇ ପଢ଼ିବାକୁ ବାଧ୍ୟ କରୁଛନ୍ତି। ସବୁ ସ୍ତରରେ ଅଭିଭାବକମାନେ ଚାପ ପକାଇବାରେ ଧୂରନ୍ଧର। କ୍ୱଚିତ ମା’ବାପା ଅଛନ୍ତି, ଯେଉଁମାନେ ପିଲାଙ୍କ ଉପରେ ପଡ଼ୁଥିବା ଚାପ ସମ୍ପର୍କରେ ସଚେତନ ଏବଂ ନିଆଁରେ ଘିଅ ଢାଳନ୍ତି ନାହିଁ। ଏଭଳି ପରିପ୍ରେକ୍ଷୀରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ପାରୁ ନ ଥିବା ପିଲା ଅନେକ କ୍ଷେତ୍ରରେ ଆତ୍ମହତ୍ୟାର ପନ୍ଥା ବାଛି ନେଉଛନ୍ତି।
ରାଜସ୍ଥାନର କୋଟାକୁ ଦେଶର କୋଚିଂ ରାଜଧାନୀ ବୋଲି କୁହାଯାଉଛି। ଏଠାରେ ବିଶେଷକରି ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ସକାଶେ ହେଉଥିବା ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ହାସଲ ଲାଗି ବାର୍ଷିକ ପ୍ରାୟ ଦେଢ଼ ଲକ୍ଷ ଛାତ୍ରୀଛାତ୍ର ନାମ ପଞ୍ଜୀକରଣ କରୁଥିବା ଖବର ମିଳୁଛି। କିନ୍ତୁ ବିଗତ କିଛି ବର୍ଷ ହେବ କୋଟାରେ ସର୍ବାଧିକ ବିଦ୍ୟାର୍ଥୀ ପଢ଼ା ଚାପରେ ଆତ୍ମହତ୍ୟା କରୁଥିବା ରିପୋର୍ଟ ପଦାକୁ ଆସିଛି। କୋଟାରେ ଜାନୁୟାରୀ ୨୦୧୯ରୁ ଡିସେମ୍ବର ୨୦୨୨ ମଧ୍ୟରେ ୫୨ ଜଣ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଛନ୍ତି। ସେଥିମଧ୍ୟରୁ ବିଭିନ୍ନ କୋଚିଂ ସେଣ୍ଟରରେ ନାମ ପଞ୍ଜୀକରଣ କରିଥିବା ପ୍ରତିଯୋଗୀଙ୍କ ସଂଖ୍ୟା ରହିଛି ୨୭। ତେବେ ସେଠାକାର କୋଚିଂ କେନ୍ଦ୍ରରୁ ୨୦୨୨ରେ ସର୍ବାଧିକ ୧୫ ଜଣ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ୨୧ ଫେବୃୟାରୀରେ ରାଜସ୍ଥାନ ବିଧାନସଭାରେ ସଦସ୍ୟ ପାନା ଚାନ୍ଦ ମେଘଓ୍ବାଲ ଏହି ବିଷୟ ଉଠାଇବା ପରେ ସରକାର ଚେତିଛନ୍ତି। ଏକ ଲିଖିତ ଉତ୍ତରରେ ସରକାର ଜଣାଇଛନ୍ତି ଯେ, ସମ୍ପୃକ୍ତ ସମସ୍ୟାକୁ ଟାଳିବା ଲାଗି ଏକ ଆଇନ ଅଣାଯିବ। ସ୍ଥିତିର ଗମ୍ଭୀରତାକୁ ଦେଖି ସରକାର ଆଇନ ଆଣିବା ସକାଶେ ରାଜି ହେବା ଭଲ କଥା। କିନ୍ତୁ ଆତ୍ମହତ୍ୟା କରୁଥିବା ପିଲାମାନଙ୍କ ଉପରେ କେଉଁଭଳି ଚାପ ପଡ଼ୁଛି ଏବଂ ତାହାର ପ୍ରତିକାର କିଭଳି ଭାବେ କରାଯାଇପାରିବ, ସେ ସମ୍ପର୍କରେ ଅନୁଧ୍ୟାନ କରାଯିବାର ଚାହିଦା ଅଧିକ। କେବଳ ଗୋଟିଏ ଆଇନ ବିଧାନସଭାରେ ଗୃହୀତ ହୋଇଗଲେ ପିଲାଙ୍କ ଉପରେ ଚାପ ହ୍ରାସ ହେବ ନାହିଁ କିମ୍ବା ଆତ୍ମହତ୍ୟା କମିବା ଭଳି ମନେ ହେଉନାହିଁ। ଆଇନ ଅପେକ୍ଷା ମାତାପିତା, ଅଭିଭାବକ, ଶିକ୍ଷୟିତ୍ରୀ ଶିକ୍ଷକ ଓ ବିଶେଷକରି ବିଦ୍ୟାର୍ଥୀଙ୍କୁ ସଚେତନ କରାଯିବା ଦରକାର। ଏଠାରେ ଆଉ ଏକ ଦିଗକୁ ଦେଖିଲେ ଭାରତରେ ପିଲାମାନଙ୍କୁ ଘୋଷା ପାଠରେ ଅଭ୍ୟସ୍ତ କରାଇ ଦିଆଯାଉଛି। ସମ୍ଭବତଃ ସେଥିପାଇଁ ଅଭିନବତ୍ୱ ଓ ଗବେଷଣା କ୍ଷେତ୍ରରେ ଭାରତ ପଛୁଆ ରହିଯାଉଛି। ତେଣୁ ଚିନ୍ତାଧାରାରେ ପରିବର୍ତ୍ତନ ଆସିବା ନିତାନ୍ତ ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri