‘ଛାତ୍ର ସଂସଦ ନିର୍ବାଚନ ଘୋଷଣା କରାଯାଉ’

ଖୋର୍ଦ୍ଧା,୨୦ା୭(ପ୍ରଭାତ ପାଣିଗ୍ରାହୀ)ବିଭିନ୍ନ ପ୍ରସଙ୍ଗ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଦୀର୍ଘ ୪ବର୍ଷ ହେବ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ଗୋଟିଏ ପଟେ କ୍ୟାମ୍ପସରେ ଶାସକ ଦଳ ବିଜୁ ଛାତ୍ର ବାହିନୀ ଗଠନ କରୁଛନ୍ତି, ଅଥଚ ଛାତ୍ରଙ୍କ ନେତୃତ୍ୱକୁ ଅଣଦେଖା କରୁଛନ୍ତି। କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଆଣିବା ପାଇଁ ନିର୍ବାଚନ ବନ୍ଦ ଏକ ବାହାନା। ଯେଉଁଭଳି କ୍ୟାମ୍ପସରେ ବିଜୁ ଛାତ୍ର ବାହିନୀ ହିଂସ୍ର ପାଲଟିଛନ୍ତି, ଆଗାମୀ ଦିନରେ ଛାତ୍ର ସଂସଦ ନିର୍ବାଚନ ହେଲେ ବିଜୁ ଛାତ୍ର ଜନତାର ଶୋଚନୀୟ ପରାଜୟ ହେବା ସମ୍ଭାବନା ଅଧିକ ରହିଛି। ଏଣୁ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ଡରୁଛନ୍ତି ଓ ଜାଣିଶୁଣି ଏଡ଼ାଇ ଚାଲିଛନ୍ତି। ତେବେ ଶୈକ୍ଷିକ ବାତାବରଣ ନମୁନା ଆଜି ପଦାରେ ପଡ଼ିଛି। ଉଭୟ ବ୍ରହ୍ମପୁର ଓ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍‌ ଗ୍ରେଡ୍‌ ମାନ୍ୟତା ଖସିଲା ବୋଲି ବୁଧବାର ସ୍ଥାନୀୟ ଗୀତାଭବନ ପରିସରରେ ଏବିଭିପି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ସଂଯୋଜକ ସାଗର ପରିଡ଼ା କହିଛନ୍ତି। ସେ ଆହୁରି କହିଲେ ଯେ, କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ, ଆତଙ୍କରାଜ ବଢିଚାଲିଛି। ଗଞ୍ଜାମ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ର଼୍ୟାଗିଙ୍ଗ ଘଟଣା ବିଜୁ ଛାତ୍ର ଜନତା ଦଳର ଅସଲ ଚେହେରା ପଦାରେ ପକାଇଥିଲା। ଏହି କ୍ୟାମ୍ପସ କମିଟି ସଂଯୋଜକଙ୍କ ଏଥିରେ ସଂପୃକ୍ତି ଧରାପଡ଼ିଥିଲା। ସେହିପରି ଏବିଭିପି ରାଜ୍ୟ ସହସମ୍ପାଦିକା ଦୀପ୍ତିମୟୀ ପ୍ରତିହାରୀ କହିଲେ ଯେ, ଗତ କିଛି ମାସ ହେଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବଙ୍କ ବିଭିନ୍ନ ଜିଲା ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ସବୁଠାରୁ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ୫-ଟି ସଚିବଙ୍କ ଗସ୍ତ ପାଇଁ କଲେଜର ବିଦ୍ୟାର୍ଥୀମାନଙ୍କୁ ଅଧ୍ୟକ୍ଷମାନେ ଗାଡ଼ିରେ ସଭାକୁ ନେଇଛନ୍ତି। ଢେଙ୍କାନାଳ ମଠକରଗୋଲା କଲେଜ ଏବଂ ସମ୍ବଲପୁର ଏନ୍‌ଏସ୍‌ସିବି କଲେଜ ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଏସବୁ ଘଟଣା ପଛରେ କିଏ ଅଛନ୍ତି? ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ବିଭିନ୍ନ କଲେଜରେ ଏକାଧିକ ଅଧ୍ୟାପକ ପଦବୀ ଖାଲି ରହିଛି। ବାଙ୍କୀ କଲେଜ ଗ୍ୟାଲେରୀ ଭୁଶୁଡ଼ି ପଡିଲା। ରମାଦେବୀ ବିଶ୍ୱବିଦ୍ୟାଳୟର ୫ଟି ପାଚେରୀ ଭୁଶୁଡିଲା। ଭଦ୍ରକ କଲେଜର ଜାଲ୍‌ ସାର୍ଟିଫିକେଟ ଘଟଣା ସାମ୍ନାକୁ ଆସିଲା। ଛାତ୍ର ସମାଜକୁ ଗଠନମୂଳକ ସମାଜ ପାଇଁ ପ୍ରସ୍ତୁତ କରିବା ପରିବର୍ତ୍ତେ ସେମାନଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁତ କରୁଛି ଶାସକଦଳ। ଏହା ଚିନ୍ତାଜନକ ବିଷୟ। ରାଜ୍ୟ ସରକାର ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ଘୋଷଣା କରନ୍ତୁ। ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଏବଂ କ୍ଷେତ୍ରବାସୀ ଡିଏଭି ଓ ନିରାକାରପୁର କଲେଜକୁ ସ୍ବୟଂଶାସିତ ଘୋଷଣା କରାଯାଉ। ଗୋଦାବରୀଶ ମହାବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷା, ସମସ୍ତ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ବିଶ୍ରାମାଗାର ଗଠନ, ପିଏନ୍‌ କଲେଜ ପରିସରରେ ଫାଣ୍ଡି ପ୍ରତିଷ୍ଠା ସହ ସମସ୍ତ ମହାବିଦ୍ୟାଳୟରେ ପାଇକ ସ୍ମାରକୀ ଉପରେ ସ୍ବତନ୍ତ୍ର ଗବେଷଣା କରାଯିବାକୁ ଏବିଭିପି ଦାବି କରିଛି। ନଚେତ ସମସ୍ତ କ୍ୟାମ୍ପସ, ବିଶ୍ୱବିଦ୍ୟାଳୟ ଆଗରେ ଏବିଭିପି ଆନ୍ଦୋଳନ କରିବ ବୋଲି କଡ଼ା ଚେତାବନୀ ଦେଇଛି।
ଏହି ଖବରଦାତା ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭମ ଶୁଭାଶିଷ ଓ ଜିଲା ସହ ସଂଯୋଜିକା ଲିପ୍ସା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri