ଶିକ୍ଷାନୁଷ୍ଠାନରେ ଛାତ୍ରୀ ନିର୍ଯାତନା ବଢୁଛି

ନୟାଗଡ଼,୧୧ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ସରକାରୀ ଓ ବେସରକାରୀ ଅନୁଷ୍ଠାନ ଛାତ୍ରୀଙ୍କ ପାଇଁ ନିରାପଦ ନୁହେଁ। ସ୍କୁଲ, କଲେଜ ଓ ଟିଉଶନ ପରି ଅନୁଷ୍ଠାନରେ ବଳାତ୍କାର, ଅସଦାଚରଣ ପରି ଘଟଣା ବଢ଼ି ଚାଲିଛି। ଗତ ୫ମାସ ମଧ୍ୟରେ ୨ ଶିକ୍ଷକ, ଜଣେ ଅଧ୍ୟାପକ, ଜଣେ ଅଧ୍ୟକ୍ଷ, ଜଣେ ଟିଉଶନ ଶିକ୍ଷକ ଗିରଫ ହୋଇ ଜେଲ ଯିବା ପରେ ସାଧାରଣରେ ଏହା ଚିନ୍ତାର କାରଣ ସାଜିଛି। କେତେକ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ହେଉଥିଲେ ମଧ୍ୟ ଏହା ଲୋକଲୋଚନକୁ ଆସି ପାରୁନି। ଅନ୍ୟପକ୍ଷେ କେତେଜଣ ଶିକ୍ଷକ, ଅଧ୍ୟାପକ ଛାତ୍ରୀଙ୍କୁ ବଳାକତ୍ାର ଓ ଅସଦାଚରଣ କରିବା ପରେ ସାମାଜିକ ଗଣମାଧ୍ୟମରେ ଗୁରୁଙ୍କୁ ସମାଲୋଚନା ଆରମ୍ଭ ହୋଇଛି । ଯାହାକି ଗୁରୁଶିଷ୍ୟ ପରମ୍ପରାକୁ କଳଙ୍କିତ କରୁଛି। ଗୁରୁଙ୍କ ପ୍ରତି ଭକ୍ତିି ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ତଥାପି ଏପରି କୁତ୍ସିତ ମାନସିକତାକୁ ବଦଳାଇବାକୁ କାହାର ଚେଷ୍ଟା ନାହିଁ । ଅଭିଭାବକ, ଜିଲା ପ୍ରଶାସନ, ପୋଲିସ ପ୍ରଶାସନ, ଶିକ୍ଷା ବିଭାଗ, ସ୍କୁଲ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନ ନେଲେ ଛାତ୍ରୀମାନେ ପାଠ ପଢ଼ିବାକୁ ଡରିବେ ବୋଲି ଚର୍ଚ୍ଚା ଜୋର ଧରିଛି।
ଏନେଇ ନୟାଗଡ଼ର ଆଇନଜିବୀ ଅମୀୟ ପଟ୍ଟନାୟକ କୁହନ୍ତି, ବିଦ୍ୟାଳୟ, କଲେଜ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ଶୈଖିକ ପରିବେଶ ନଷ୍ଟ ହେବାରେ ବସିଛି। ଆଦର୍ଶ ଶିକ୍ଷକ ଖୋଜିଲେ ମିଳୁ ନାହାନ୍ତି । ଶିକ୍ଷାନୁଷ୍ଠାନରେ ନୈତିକ ଶିକ୍ଷା ଦିଆଯାଉନାହିଁ । ଶିକ୍ଷାର ପ୍ରକୃତ ମୂଲ୍ୟାୟନ ହେଉନାହିଁ । ବର୍ତ୍ତମାନର ଶିକ୍ଷା ଭଲ ମଣିଷ ତିଆରି କରୁନି । ନିଜ ପାଇଁ ଓ ନିଜ ପରିବାର ପାଇଁ ଅଧିକାଂଶ ସ୍ବାର୍ଥବାଦୀ ହେଉଛନ୍ତି। ଗୁରୁ ଓ ଶିଷ୍ୟର ସମ୍ପର୍କ ନାହିଁ । ଗୁରୁ ହେବା ପାଇଁ ଯୋଗ୍ୟ ନ ଥିବା ବ୍ୟକ୍ତି ପାଠ ପଢ଼ାଉଛନ୍ତି ା ଏଣୁ ଶିକ୍ଷାନୁଷ୍ଠାନରେ ଅସଦାଚରଣ ଓ ବଳକତ୍ାର ପରି ସାମାଜିକ ବ୍ୟାଧି ବଢ଼ି ଚାଲିଛି । ଏଥିପାଇଁ ରାଜନୈତିକ କଳୁଷତା ମଧ୍ୟ ଦାୟୀ । ପୁଣି ଯୌଥ ପରିବାର ଭାଙ୍ଗିଯିବାର ପ୍ରଭାବ ଦେଖିବାକୁ ମିଳୁଛି । ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ସମାଜ ତତ୍ତ୍ୱ ବିଭାଗ ଅଧ୍ୟାପିକା ପ୍ରିୟମ୍ବଦା ଦାଶ କୁହନ୍ତି, କାନ ଉଠିଲା ଦିନରୁ ଆମେ ଶୁଣିଆସିଛେ ଶିକ୍ଷାନୁଷ୍ଠାନ ଏକ ମନ୍ଦିର । ମନ୍ଦିରରେ ପବିତ୍ରତା ହେଉଛି ତା’ର ଆଧାର। ବର୍ତ୍ତମାନ ସମାଜରେ ପୁରୁଷ ଅନୁସାରେ କନ୍ୟା ଅନୁପାତ ହ୍ରାସ ପାଉଥିବାବେଳେ ଶିକ୍ଷାନୁଷ୍ଠାନରେ ଅନୁପାତ ହ୍ରାସ ଦୂରୀକରଣ ନେଇ ଶିକ୍ଷା ଦେବା ଉଚିତ। ବିଡମ୍ବନାର ବିଷୟ ଖବରକାଗଜର ଲେଉଟାଇଲେ ଛାତ୍ରୀ ଅସଦାଚରଣ, ନିର୍ଯାତିିନା, ଅପହରଣ, ଯୌନ ନିର୍ଯାତନା ବଢ଼ି ଚାଲିଛି । ଏସବୁ ଦେଖିଲେ ଅବକ୍ଷୟ ମାତୃ ଜାତିର ଭବିଷ୍ୟତ ବିପଦଜନକ ପରିସ୍ଥିତି ସମାଜକୁ ଏକ ପତନମୁଖକୁ ନେଇ ଯାଉଛି । ନାରୀ ଆମ ମା, ଭଉଣୀ, ସ୍ତ୍ରୀ, ହେଉଥିବାବେଳେ ସେହି କନ୍ୟାଙ୍କୁ ମାନସିକ, ଶାରୀରିକ ଅତ୍ୟାଚାର ଓ ନିର୍ଯାତନା ଦେବାରୁ ଜଣାପଡିଛି ନାରୀ ଶିକ୍ଷା କ’ଣ ସମାଜ ପାଇଁ ଗ୍ରହଣୀୟ ନୁହେଁ କି । ଯଦି ହଁ କୁତ୍ସିତ ମାନସିକତା ଶିକ୍ଷାନୁଷ୍ଠାନରେ ହେବା ସ୍ପୃହଣୀୟ ନୁହେଁ । ସରକାରୀ ଅଥବା ବେସରକାରୀ ସ୍କୁଲ, କଲେଜ ଓ ଟିଉଶନ ଏହାକୁ ସମାଜିକସ୍ତରରେ ଜନଜାଗରଣ ସୃଷ୍ଟି କରି ସମ୍ପୂର୍ଣ୍ଣ ରୂପେ ପ୍ରତିରୋଧ କରିବା ଦରକାର । ସେହିଭଳି ଛାତ୍ରୀ କୌଣସି ପ୍ରଲୋଭନରେ ଭାସିଯିବା ଉଚିତ ନୁହେଁ। ଆଇନଜିବୀ ରଣଜିତ ଦାଶ କୁହନ୍ତି, ଅଧିକାଂଶ ବିଜ୍ଞାନ କଲେଜରେ ଛାତ୍ରୀ ପ୍ରାକ୍ଟିକାଲ ନମ୍ବର ପାଇଁ ଅସଦାଚରଣ ଓ ବଳାକତ୍ାର ଶିକାର ହେଉଛି। ସବୁ ଘଟଣା ଲୋକ ଲୋଚନକୁ ଆସୁନି । ତେବେ କିଛି ଘଟଣା ଲୋକ ଲୋଚନକୁ ଆସୁଛି। ତେବେ ନୟାଗଡ଼ ଜିଲାରେ ସ୍କୁଲ, କଲେଜ ଓ ଟିଉଶନରେ ଛାତ୍ରୀଙ୍କ ପ୍ରତି ହେଉଥିବା ଅତ୍ୟାଚାର ପଛର କାରଣକୁ ଖୋଜିଲେ ଏହାରି ପଛରେ ରାଜନୈତିକ ପୃଷ୍ଠପୋଷକତା ଆସୁଛି । କେତେଜଣ ରାଜନୈତିକ ବ୍ୟକ୍ତି ଏହାକୁ ପ୍ରେତ୍ସାହନ ଦେଉଥିବାରୁ ନୟାଗଡ଼ କଲେଜରେ ଜଣେ ଅଧ୍ୟାପକ ଛାତ୍ରୀଙ୍କ ପ୍ରତି ବଳକତ୍ାର କରି ବି ଖସିଗଲେ । ଏଭଳି ଅନେକ କିଛି ଘଟଣା ଆମ ଜିଲାକୁ ବଦନାମ କରି ଚାଲିଛି । ଏନେଇ ସଚେତନତା କରାଯିବା ଦରକାର ପଡିଛି । ସାହିତି୍ୟକ ମନୋଜ ମିଶ୍ର କୁହନ୍ତି, ସ୍କୁଲ, କଲେଜ ଓ ଟିଉଶନରେ ଘଟୁଥିବା ଘଟଣାକୁ ଅନୁଧ୍ୟାନ କଲେ ଗୁରୁ ନିଜର ପଦମର୍ଯ୍ୟାଦା ହରାଇ ଚାଲିଛନ୍ତି। ଯେଉଁ ଗୁରୁ ଏଭଳି କାଣ୍ଡ ଘଟାଉଛନ୍ତି ତାଙ୍କରି ବି ପରିବାର ଅଛି । ସେ ବ୍ୟକ୍ତି ନିଜ ପରିବାର କଥା ଚିନ୍ତା କରୁ ନାହାନ୍ତି କିପରି। ସେମାନଙ୍କର କୁସତ୍ିତ ମାନସିକତା ପରିବାର ସଦସ୍ୟ ପାଇଁ କିଭଳି ପ୍ରଭାବ ପକାଉଛି ତାହା ମଧ୍ୟ ବୁଝୁ ନାହାନ୍ତି । କିଛି ଘଟଣା ପରେ ଏହା ହ୍ରାସ ନ ହୋଇ ବଢ଼ି ଚାଲିଥିବାରୁ ଏଦିଗରେ ସରକାର, ପ୍ରଶାସନ ସଚେତନ କରାଇବା ଦରକାର। ନଚେତ ସମୟ ଆସିବ ଛାତ୍ରୀ ସ୍କୁଲ, କଲେଜ ଓ ଟିଉଶନ ଯିବାକୁ ଡରିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri