ଶିକ୍ଷାନୁଷ୍ଠାନରେ ଛାତ୍ରୀ ନିର୍ଯାତନା ବଢୁଛି

ନୟାଗଡ଼,୧୧ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ସରକାରୀ ଓ ବେସରକାରୀ ଅନୁଷ୍ଠାନ ଛାତ୍ରୀଙ୍କ ପାଇଁ ନିରାପଦ ନୁହେଁ। ସ୍କୁଲ, କଲେଜ ଓ ଟିଉଶନ ପରି ଅନୁଷ୍ଠାନରେ ବଳାତ୍କାର, ଅସଦାଚରଣ ପରି ଘଟଣା ବଢ଼ି ଚାଲିଛି। ଗତ ୫ମାସ ମଧ୍ୟରେ ୨ ଶିକ୍ଷକ, ଜଣେ ଅଧ୍ୟାପକ, ଜଣେ ଅଧ୍ୟକ୍ଷ, ଜଣେ ଟିଉଶନ ଶିକ୍ଷକ ଗିରଫ ହୋଇ ଜେଲ ଯିବା ପରେ ସାଧାରଣରେ ଏହା ଚିନ୍ତାର କାରଣ ସାଜିଛି। କେତେକ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ହେଉଥିଲେ ମଧ୍ୟ ଏହା ଲୋକଲୋଚନକୁ ଆସି ପାରୁନି। ଅନ୍ୟପକ୍ଷେ କେତେଜଣ ଶିକ୍ଷକ, ଅଧ୍ୟାପକ ଛାତ୍ରୀଙ୍କୁ ବଳାକତ୍ାର ଓ ଅସଦାଚରଣ କରିବା ପରେ ସାମାଜିକ ଗଣମାଧ୍ୟମରେ ଗୁରୁଙ୍କୁ ସମାଲୋଚନା ଆରମ୍ଭ ହୋଇଛି । ଯାହାକି ଗୁରୁଶିଷ୍ୟ ପରମ୍ପରାକୁ କଳଙ୍କିତ କରୁଛି। ଗୁରୁଙ୍କ ପ୍ରତି ଭକ୍ତିି ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ତଥାପି ଏପରି କୁତ୍ସିତ ମାନସିକତାକୁ ବଦଳାଇବାକୁ କାହାର ଚେଷ୍ଟା ନାହିଁ । ଅଭିଭାବକ, ଜିଲା ପ୍ରଶାସନ, ପୋଲିସ ପ୍ରଶାସନ, ଶିକ୍ଷା ବିଭାଗ, ସ୍କୁଲ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନ ନେଲେ ଛାତ୍ରୀମାନେ ପାଠ ପଢ଼ିବାକୁ ଡରିବେ ବୋଲି ଚର୍ଚ୍ଚା ଜୋର ଧରିଛି।
ଏନେଇ ନୟାଗଡ଼ର ଆଇନଜିବୀ ଅମୀୟ ପଟ୍ଟନାୟକ କୁହନ୍ତି, ବିଦ୍ୟାଳୟ, କଲେଜ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ଶୈଖିକ ପରିବେଶ ନଷ୍ଟ ହେବାରେ ବସିଛି। ଆଦର୍ଶ ଶିକ୍ଷକ ଖୋଜିଲେ ମିଳୁ ନାହାନ୍ତି । ଶିକ୍ଷାନୁଷ୍ଠାନରେ ନୈତିକ ଶିକ୍ଷା ଦିଆଯାଉନାହିଁ । ଶିକ୍ଷାର ପ୍ରକୃତ ମୂଲ୍ୟାୟନ ହେଉନାହିଁ । ବର୍ତ୍ତମାନର ଶିକ୍ଷା ଭଲ ମଣିଷ ତିଆରି କରୁନି । ନିଜ ପାଇଁ ଓ ନିଜ ପରିବାର ପାଇଁ ଅଧିକାଂଶ ସ୍ବାର୍ଥବାଦୀ ହେଉଛନ୍ତି। ଗୁରୁ ଓ ଶିଷ୍ୟର ସମ୍ପର୍କ ନାହିଁ । ଗୁରୁ ହେବା ପାଇଁ ଯୋଗ୍ୟ ନ ଥିବା ବ୍ୟକ୍ତି ପାଠ ପଢ଼ାଉଛନ୍ତି ା ଏଣୁ ଶିକ୍ଷାନୁଷ୍ଠାନରେ ଅସଦାଚରଣ ଓ ବଳକତ୍ାର ପରି ସାମାଜିକ ବ୍ୟାଧି ବଢ଼ି ଚାଲିଛି । ଏଥିପାଇଁ ରାଜନୈତିକ କଳୁଷତା ମଧ୍ୟ ଦାୟୀ । ପୁଣି ଯୌଥ ପରିବାର ଭାଙ୍ଗିଯିବାର ପ୍ରଭାବ ଦେଖିବାକୁ ମିଳୁଛି । ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ସମାଜ ତତ୍ତ୍ୱ ବିଭାଗ ଅଧ୍ୟାପିକା ପ୍ରିୟମ୍ବଦା ଦାଶ କୁହନ୍ତି, କାନ ଉଠିଲା ଦିନରୁ ଆମେ ଶୁଣିଆସିଛେ ଶିକ୍ଷାନୁଷ୍ଠାନ ଏକ ମନ୍ଦିର । ମନ୍ଦିରରେ ପବିତ୍ରତା ହେଉଛି ତା’ର ଆଧାର। ବର୍ତ୍ତମାନ ସମାଜରେ ପୁରୁଷ ଅନୁସାରେ କନ୍ୟା ଅନୁପାତ ହ୍ରାସ ପାଉଥିବାବେଳେ ଶିକ୍ଷାନୁଷ୍ଠାନରେ ଅନୁପାତ ହ୍ରାସ ଦୂରୀକରଣ ନେଇ ଶିକ୍ଷା ଦେବା ଉଚିତ। ବିଡମ୍ବନାର ବିଷୟ ଖବରକାଗଜର ଲେଉଟାଇଲେ ଛାତ୍ରୀ ଅସଦାଚରଣ, ନିର୍ଯାତିିନା, ଅପହରଣ, ଯୌନ ନିର୍ଯାତନା ବଢ଼ି ଚାଲିଛି । ଏସବୁ ଦେଖିଲେ ଅବକ୍ଷୟ ମାତୃ ଜାତିର ଭବିଷ୍ୟତ ବିପଦଜନକ ପରିସ୍ଥିତି ସମାଜକୁ ଏକ ପତନମୁଖକୁ ନେଇ ଯାଉଛି । ନାରୀ ଆମ ମା, ଭଉଣୀ, ସ୍ତ୍ରୀ, ହେଉଥିବାବେଳେ ସେହି କନ୍ୟାଙ୍କୁ ମାନସିକ, ଶାରୀରିକ ଅତ୍ୟାଚାର ଓ ନିର୍ଯାତନା ଦେବାରୁ ଜଣାପଡିଛି ନାରୀ ଶିକ୍ଷା କ’ଣ ସମାଜ ପାଇଁ ଗ୍ରହଣୀୟ ନୁହେଁ କି । ଯଦି ହଁ କୁତ୍ସିତ ମାନସିକତା ଶିକ୍ଷାନୁଷ୍ଠାନରେ ହେବା ସ୍ପୃହଣୀୟ ନୁହେଁ । ସରକାରୀ ଅଥବା ବେସରକାରୀ ସ୍କୁଲ, କଲେଜ ଓ ଟିଉଶନ ଏହାକୁ ସମାଜିକସ୍ତରରେ ଜନଜାଗରଣ ସୃଷ୍ଟି କରି ସମ୍ପୂର୍ଣ୍ଣ ରୂପେ ପ୍ରତିରୋଧ କରିବା ଦରକାର । ସେହିଭଳି ଛାତ୍ରୀ କୌଣସି ପ୍ରଲୋଭନରେ ଭାସିଯିବା ଉଚିତ ନୁହେଁ। ଆଇନଜିବୀ ରଣଜିତ ଦାଶ କୁହନ୍ତି, ଅଧିକାଂଶ ବିଜ୍ଞାନ କଲେଜରେ ଛାତ୍ରୀ ପ୍ରାକ୍ଟିକାଲ ନମ୍ବର ପାଇଁ ଅସଦାଚରଣ ଓ ବଳାକତ୍ାର ଶିକାର ହେଉଛି। ସବୁ ଘଟଣା ଲୋକ ଲୋଚନକୁ ଆସୁନି । ତେବେ କିଛି ଘଟଣା ଲୋକ ଲୋଚନକୁ ଆସୁଛି। ତେବେ ନୟାଗଡ଼ ଜିଲାରେ ସ୍କୁଲ, କଲେଜ ଓ ଟିଉଶନରେ ଛାତ୍ରୀଙ୍କ ପ୍ରତି ହେଉଥିବା ଅତ୍ୟାଚାର ପଛର କାରଣକୁ ଖୋଜିଲେ ଏହାରି ପଛରେ ରାଜନୈତିକ ପୃଷ୍ଠପୋଷକତା ଆସୁଛି । କେତେଜଣ ରାଜନୈତିକ ବ୍ୟକ୍ତି ଏହାକୁ ପ୍ରେତ୍ସାହନ ଦେଉଥିବାରୁ ନୟାଗଡ଼ କଲେଜରେ ଜଣେ ଅଧ୍ୟାପକ ଛାତ୍ରୀଙ୍କ ପ୍ରତି ବଳକତ୍ାର କରି ବି ଖସିଗଲେ । ଏଭଳି ଅନେକ କିଛି ଘଟଣା ଆମ ଜିଲାକୁ ବଦନାମ କରି ଚାଲିଛି । ଏନେଇ ସଚେତନତା କରାଯିବା ଦରକାର ପଡିଛି । ସାହିତି୍ୟକ ମନୋଜ ମିଶ୍ର କୁହନ୍ତି, ସ୍କୁଲ, କଲେଜ ଓ ଟିଉଶନରେ ଘଟୁଥିବା ଘଟଣାକୁ ଅନୁଧ୍ୟାନ କଲେ ଗୁରୁ ନିଜର ପଦମର୍ଯ୍ୟାଦା ହରାଇ ଚାଲିଛନ୍ତି। ଯେଉଁ ଗୁରୁ ଏଭଳି କାଣ୍ଡ ଘଟାଉଛନ୍ତି ତାଙ୍କରି ବି ପରିବାର ଅଛି । ସେ ବ୍ୟକ୍ତି ନିଜ ପରିବାର କଥା ଚିନ୍ତା କରୁ ନାହାନ୍ତି କିପରି। ସେମାନଙ୍କର କୁସତ୍ିତ ମାନସିକତା ପରିବାର ସଦସ୍ୟ ପାଇଁ କିଭଳି ପ୍ରଭାବ ପକାଉଛି ତାହା ମଧ୍ୟ ବୁଝୁ ନାହାନ୍ତି । କିଛି ଘଟଣା ପରେ ଏହା ହ୍ରାସ ନ ହୋଇ ବଢ଼ି ଚାଲିଥିବାରୁ ଏଦିଗରେ ସରକାର, ପ୍ରଶାସନ ସଚେତନ କରାଇବା ଦରକାର। ନଚେତ ସମୟ ଆସିବ ଛାତ୍ରୀ ସ୍କୁଲ, କଲେଜ ଓ ଟିଉଶନ ଯିବାକୁ ଡରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri