ରୁଚିକାଙ୍କୁ ନ୍ୟାୟ ଦାବିରେ ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର,୫ା୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଏବେ ବିରୋଧୀ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି। ଏପରିକି ରୁଚିକାଙ୍କ ପରିବାର ଲୋକ ମଧ୍ୟ ଦୋଷୀଙ୍କୁ ଧରିବା ଦାବିରେ କଲେଜ ବାହାରେ ଧାରଣାରେ ବସିଛନ୍ତି। ସୋମବାର ବିଧାନସଭା ଭିତରେ ବିରୋଧୀ ଏହି କଥା ଉଠାଇ ସରକାରଙ୍କୁ ଘେରିଥିବା ବେଳେ ଛାତ୍ର କଂଗ୍ରେସ ମଧ୍ୟ ଆନ୍ଦୋଳନକୁ ଜୋରଦାର କରିଛି।
ରୁଚିକାଙ୍କୁ ନ୍ୟାୟ ଏବଂ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଛାତ୍ର କଂଗ୍ରେସ କର୍ମୀମାନେ ରାଜଭବନଠାରୁ ଏକ ବାଇକ ଶୋଭାଯାତ୍ରା କରିଥିଲେ। ଛାତ୍ର କଂଗ୍ରେସ କର୍ମୀମାନେ ଶୋଭାଯାତ୍ରାରେ ରାଜଭବନରୁ ବାହାରି ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ଲୋୟର ପିଏମ୍‌ଜି ନିକଟରେ ପୋଲିସ ରହିବା ସହ ସେହି ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଇଥିଲେ। ଛାତ୍ର କଂଗ୍ରେସ କର୍ମୀମାନେ ସେଠାରେ ପହଞ୍ଚିବା ପରେ ବାଉଁଶ ବାଡ ଡେଇଁ ବିଧାନସଭା ଆଡକୁ ପଶିବାକୁ ଚେଷ୍ଟା କରିଥିଲେ। ହେଲେ ଏହି ସମୟରେ ପୋଲିସ ଏବଂ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଛାତ୍ର କଂଗ୍ରେସ କର୍ମୀମାନେ ଏହି ଅବସରରେ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ସହିତ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା କହିଥିଲେ। ଫଳରେ ପାଖାପାଖି ଘଣ୍ଟାଏ ଧରି ସେହି ସ୍ଥାନରେ ପୋଲିସ-ଛାତ୍ର କଂଗ୍ରେସ କର୍ମୀଙ୍କ ଭିତରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଛାତ୍ର ସଭାପତି ୟାସିର ନଓ୍ବାଜଙ୍କ ସମେତ ୧୨ ଜଣ ଆହତ ହୋଇଥିବା ଦଳ ତରଫରୁ କୁହାଯାଇଛି। ପୋଲିସ ୨୦ରୁ ଅଧିକ କର୍ମୀଙ୍କୁ ଅଟକ ରଖିଥିବା ବେଳେ ପରବର୍ତ୍ତୀ ସମୟରେ ଛାଡ଼ି ଦେଇଛି।
ଏହି ଅବସରରେ ୟାସିର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ଘଟଣାକୁ ଚପାଇ ଦେବା ଲାଗି ସରକାର ଚେଷ୍ଟା କରୁଛନ୍ତି। ତେଣୁ ପୋଲିସର ତଦନ୍ତ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ଉଚ୍ଚଶିକ୍ଷା ସଚିବ ଏହି କଥାରେ ମୁହଁ ଖୋଲୁନାହାନ୍ତି। କଲେଜ ପ୍ରିନ୍ସିପାଲ, ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ଏବଂ ଓ୍ବାର୍ଡନ ମିଶିି କେତେଜଣ ଛାତ୍ରୀଙ୍କୁ ସେଠାରୁ ଖସାଇ ଦେଇଛନ୍ତି। ଏହି ଅଧିକାରୀମାନଙ୍କୁ ତଦନ୍ତ ପରିସରକୁ ଅଣାଯାଉ। ବିଭିନ୍ନ ସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ରାଗିଂ ହେଉଥିବା ବେଳେ ଉଚ୍ଚଶିକ୍ଷା ସଚିବ ନୀରବ ରହିବା ଆଶ୍ଚର୍ଯ୍ୟ କରୁଛି। ସେପଟେ କରୋନା ଆଳରେ ଉଚ୍ଚଶିକ୍ଷା ମନ୍ତ୍ରୀ ଆତ୍ମଗୋପନ କରି ରହିଛନ୍ତି। ତୁରନ୍ତ ଦୋଷୀକୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଉ। କଲେଜ ପ୍ରିନ୍ସିପାଲ, ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ଏବଂ ଓ୍ବାର୍ଡନଙ୍କୁ ତଦନ୍ତ ପରିସରକୁ ଅଣାଯାଉ, କାରଣ ସେମାନଙ୍କ ଜାଣତରେ ସେଠାରେ ରାଗିଂ ହେଉଥିବା ନଓ୍ବାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri