କମ୍‌ ମାର୍କ ରଖିବାରୁ ଛାତ୍ର ନେଲେ ଚରମ ନିଷ୍ପତ୍ତି

ସମ୍ବଲପୁର,୨୮ା୭(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଡିହପଡ଼ାରେ ଏକ ଅଘଟଣ ଘଟିଛି। ଯୁକ୍ତ ଦୁଇ ପରୀକ୍ଷାରେ କମ୍‌ ମାର୍କ ରହିବାରୁ ଛାତ୍ର ରୋହନ ଗୌରାଙ୍ଗ(୧୮) ଆତ୍ମହତ୍ୟା କରିଥିବା ଜଣାପଡିଛି। ବୁର୍ଲା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

ରୋହନଙ୍କ ଭାଇ ସୋହନଙ୍କ ଅଭିଯୋଗ କ୍ରମେ, ଗତ ରାତିରେ ଘର ବାଡିପଟେ ଥିବା ଏକ ଲୁହା ବାର୍‌ରେ ରୋହନ ରଶି ଲଗାଇ ଦେଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ବାଡିପଟୁ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରୋହନ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନରେ ପଢୁଥିଲେ। ଅଧିକ ପରିଶ୍ରମ କରିଥିଲେ ମଧ୍ୟ ୪୯ ପ୍ରତିଶତ ମାର୍କ ରଖିଥିଲେ। ତେଣୁ ମାନସିକ ଚାପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛୁ ବୋଲି ଭାଇ ସୋହନ କହିଛନ୍ତି। ଏ ସମ୍ପର୍କରେ ହୀରାକୁଦ ଏସ୍‌ଡିପଓ ଏସ୍‌. ଦାସ କହିଛନ୍ତି, ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ବେବେ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ। ତଦନ୍ତ ପରେ ଜଣାପଡିବ ବୋଲି ଏସ୍‌ଡିପିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଜ ବାଣ ଉପରେ ନିଷ୍ପତ୍ତି ନେବେ ଏସ୍‌ଆର୍‌ସି: ହାଇକୋର୍ଟ

କଟକ ପ୍ରଦୂଷଣ,୨୯ା୧୦: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ହାଇକୋର୍ଟରେ ସବୁଜ ବାଣକୁ ଅନୁମତି ସମ୍ପର୍କିତ ମାମଲା ପ୍ରସଙ୍ଗରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି...

ବଡଜୟୀପୁର ଗ୍ରାମରେ ଅଜଣା କୀଟ

ଖଇରା,୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ବଡଜୟୀପୁର ଗ୍ରାମରେ ଅଜଣା କୀଟକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି। ଏହି କୀଟ ଗୁଡିକ ଗ୍ରାମ ନିକଟସ୍ଥ...

ତାଲିକାରେ ୫ ନାମ: ସମୁଦ୍ରକୁ ଶଙ୍ଖେ

ଯାଜପୁର ଅଫିସ,୮ା୫: ସମଗ୍ର ଶିକ୍ଷା, ଯାଜପୁର ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜାଲ୍‌ ପ୍ରମାଣପତ୍ର ଆଧାରରେ ଚାକିରି କରିଥିବା ୫ଜଣ ନକଲି ଶିକ୍ଷକଙ୍କ ତାଲିକା ପ୍ରକାଶ...

ଖୋଲୁନି ମଣ୍ଡି: ଗାଁରେ ଦଲାଲଙ୍କ ରାଜ୍‌

ବିଷମକଟକ, ୩୧।୧(ଡ଼ି.ଏନ.ଏ) – ସରକାର କୃଷକମାନଙ୍କ ଆର୍ଥତ୍କ ଅଭିବୃଦ୍ଧିର ବିକାଶ ଦିଗରେ ଗୁରୁୁତ୍ୱାରୋପ କରି ବିଭିନ୍ନ କିସମର ଚାଷ କରିବା ନିମନ୍ତେ ଚାଷୀକୁ ପ୍ରୋତ୍ସାହନ ଦେଉଛନ୍ତି।...

ବିଶ୍ୱ ଆଦିବାସୀ ଦିବସ ପାଳିତ: ଭାଷା,ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ

ମୁରିବାହାଲ, ୧୮।୮ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ମୁରିବାହାଲ ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଜମିଦାରପଡାଠାରେ ରବିବାର ରାଜ୍ୟସ୍ତରୀୟ ବିଶ୍ୱ ଆଦିବାସୀ ଦିବସ...

୧୪ ଦିନରେ ଖଣିରେ ଅର୍ଥନୈତିକ ଅବରୋଧ: ସମର୍ଥ ଜଣାଇଲା ରାଜ୍ୟ ସିଭିଲ ସୋସାଇଟି ଫୋରମ

ସୁକିନ୍ଦା,୨|୮(ଡି.ଏନ୍‌.ଏ.)- ସୁକିନ୍ଦା କ୍ରୋମ ଭ୍ୟାଲିରେ ଲୋଡିଂ ନ ମିଳିବା ଓ ହାଇକୋର୍ଟଙ୍କ ଫାଷ୍ଟ କମ ଫାଷ୍ଟ ଲୋଡିଂ ନିୟମକୁ ନେଇ ଜୁଲାଇ ୧୯ରୁ କୁହିକା ସୁକିନ୍ଦା...

ମନ୍ଦିର, ଘର ଭିତରେ ଲହଡ଼ି ମାରିଲା ଡ୍ରେନ୍‌ପାଣି

ବଲାଙ୍ଗୀର,୩ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଏକ ପୁରୁଣା ଏବଂ ଯୋଜନବଦ୍ଧ ସହର ଭାବେ ସାରା ଓଡିଶାରେ ପରିଚିତ। ଏଠାକାର ବାଗଡି ଘର ଭଳି ବର୍ଗାକାର ରାସ୍ତା,...

ବରବେରଣା ନୂଆସାହିରେ ଅବକାରୀ ବିଭାଗର ଚଢ଼ାଉ: ୨୧ ଗ୍ରାମ ବ୍ରାଉନ୍‌ସୁଗାର ଜବତ

ଖୋର୍ଦ୍ଧା ଅଫିସ,୧୦।୧୨: ଖୋର୍ଦ୍ଧା ଅବକାରୀ ସ୍କ୍ବାର୍ଡର ୭ଜଣିଆ ଟିମ୍‌ ବେଗୁନିଆ ଥାନା ବରବେରଣା ନୂଆସାହିରେ ମଙ୍ଗଳବାର ପୂର୍ବାହ୍ନରେ ଚଢ଼ାଉ କରି ୨୧ ଗ୍ରାମ ବ୍ରାଉନ୍‌ସୁଗାର ଜବତ...

Advertisement
Archives

Model This Week