Posted inଖେଳ

ଜିଦ୍‌ରେ ଅଟଳ ପାକିସ୍ତାନ, ହାଇବ୍ରିଡ୍‌ ମଡେଲକୁ କଲା ନା: ଏବେ ଚାମ୍ପିୟନ୍ସ ଟ୍ରଫିକୁ ନେଇ…

ଦୁବାଇ,୩୦ା୧୧(ପି.ଟି.):ପାକିସ୍ତାନରେ ଆୟୋଜିତ ଚାମ୍ପିୟନ୍ସ ଟ୍ରଫି ପାଇଁ ଯିବାକୁ ଭାରତ ମନା କରିସାରିଥିବା ବେଳେ ବର୍ତ୍ତମାନ ଆଇସିସି କୋର୍ଟରେ ରହିଛି ବଲ୍‌। ଆଇସିସି ମଧ୍ୟସ୍ଥତାରେ ଶୁକ୍ରବାର ବୈଠକ ହୋଇଥିବା ବେଳେ ହାଇବ୍ରିଡ୍‌ ମଡେଲକୁ ନେଇ ପାକିସ୍ତାନ ଅନିଚ୍ଛା ଜାହିର କରିଥିଲା। ଏହାସହିତ ନିଜ ମତରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଅଟଳ ରହିଥିବା ବେଳେ ଏହି ବୈଠକକୁ ସ୍ଥଗିତ ରଖାଯାଇଥିଲା। ପିସିବି ମୁଖ୍ୟ ମୋହସିନ୍‌ ନକ୍‌ଭୀ ଏହି ବୈଠକରେ ଉପସ୍ଥିତ ରହିଥିବା ବେଳେ ବିସିସିଆଇ ସମ୍ପାଦକ ଜୟ ଶାହା ଭର୍ଚୁଆଲ ମୋଡରେ ଭାଗ ନେଇଥିଲେ। ଭାରତୀୟ କ୍ରିକେଟ ଦଳ ପକ୍ଷରୁ ପାକିସ୍ତାନକୁ ନ ଯିବା ପାଇଁ ନିଜ ଜିଦ୍‌ରେ ଅଟଳ ରହିଥିବା ବେଳେ ପିସିବି ମଧ୍ୟ ନିଜ ନିଷ୍ପତ୍ତିରେ ଅଟଳ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାରଙ୍କ ପକ୍ଷରୁ ଅନୁମତି ମିଳି ନ ଥିବା କାରଣରୁ ପାକିସ୍ତାନ ଗସ୍ତରେ ଯିବାକୁ ଭାରତୀୟ କ୍ରିକେଟ ଦଳ ଅନିଚ୍ଛା ପ୍ରକାଶ କରିଛି। ଶନିବାର ଦିନ ଆଇସିସି ମଧ୍ୟସ୍ଥତାରେ ଉଭୟ ଦେଶର କ୍ରିକେଟ ବୋର୍ଡ ମଧ୍ୟରେ ପୁନର୍ବାର ବୈଠକ ଅନୁଷ୍ଠିତ ହେବ। ଏପରି କି ଆଗାମୀ କିଛି ଦିନ ପାଇଁ ଏହି ବୈଠକ ଜାରି ରହିବ ବୋଲି ଜଣାପଡିଛି।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ସମାନ ମତ ପ୍ରକାଶ କରିଛି। ସୁରକ୍ଷା ଦୃଷ୍ଟିକୋଣରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବା ଅନୁଚିତ ବୋଲି ଏହା ପ୍ରକାଶ କରିଛି। ବିସିସିଆଇ ପକ୍ଷରୁ ଏହାର ମତ ଦିଆଯାଇ ସାରିଛି। ସୁରକ୍ଷା ଚିନ୍ତା ରହିଥିବାରୁ ଭାରତୀୟ ଦଳ ପାକିସ୍ତାନ ଯିବାର କୌଣସି ସମ୍ଭାବନା ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମତ ଦିଆଯାଇଛି। ପିସିବି ମୁଖ୍ୟ ନକ୍‌ଭୀ ବିଗତ କିଛିଦିନ ହେବ ଦୁବାଇରେ ଅବସ୍ଥାନ କରୁଛନ୍ତି। ଟିଭି ରାଇଟ୍ସ ହାତେଇଥିବା ଜିଓ ଷ୍ଟାର ପକ୍ଷରୁ ଏହାକୁ ନେଇ ଅସହମତି ମଧ୍ୟ ବ୍ୟକ୍ତ କରାଯାଇଛି। ଦେଶ ବାହାରକୁ ଟୁର୍ନାମେଣ୍ଟ ଯିବା ଦ୍ୱାରା ଅତିରିକ୍ତ ଖର୍ଚ୍ଚର ଚାପ ପଡ଼ିବ ବୋଲି ଆଇସିସି ନିକଟରେ ଅଭିଯୋଗ କରିଛି ଜିଓ ଷ୍ଟାର। ସେହିପରି ହାଇବ୍ରିଡ ମଡେଲରେ ଟୁର୍ନାମେଣ୍ଟ ହେବା ଦ୍ୱାରା ଜିଓ ଷ୍ଟାର ସହ ହୋଇଥିବା ବିଲିୟନ ଡଲାରର ଚୁକ୍ତି ମଧ୍ୟ ଆଇସିସି ହରାଇବାର ସମ୍ଭାବନା ରହିଛି। ତେବେ ଯଦି ଟୁର୍ନାମେଣ୍ଟ ସମ୍ପୂର୍ଣ୍ଣ ଭାବରେ ସ୍ଥାନାନ୍ତରିତ ହୁଏ ତେବେ ପିସିବିକୁ ୩୫ ମିଲିୟନ ଡଲାରର କ୍ଷତି ସହିବାକୁ ହେବ। ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ମଧ୍ୟରେ ଏହି ଟୁର୍ନାମେଣ୍ଟ ଶେଷ କରିବାକୁ ହେବ। ଏହାପରେ ସମସ୍ତ ଦଳଙ୍କର ଦ୍ୱିପାକ୍ଷିକ ସିରିଜ୍‌ ନିର୍ଦ୍ଧାରିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri