Posted inଖେଳ

ଜିଦ୍‌ରେ ଅଟଳ ପାକିସ୍ତାନ, ହାଇବ୍ରିଡ୍‌ ମଡେଲକୁ କଲା ନା: ଏବେ ଚାମ୍ପିୟନ୍ସ ଟ୍ରଫିକୁ ନେଇ…

ଦୁବାଇ,୩୦ା୧୧(ପି.ଟି.):ପାକିସ୍ତାନରେ ଆୟୋଜିତ ଚାମ୍ପିୟନ୍ସ ଟ୍ରଫି ପାଇଁ ଯିବାକୁ ଭାରତ ମନା କରିସାରିଥିବା ବେଳେ ବର୍ତ୍ତମାନ ଆଇସିସି କୋର୍ଟରେ ରହିଛି ବଲ୍‌। ଆଇସିସି ମଧ୍ୟସ୍ଥତାରେ ଶୁକ୍ରବାର ବୈଠକ ହୋଇଥିବା ବେଳେ ହାଇବ୍ରିଡ୍‌ ମଡେଲକୁ ନେଇ ପାକିସ୍ତାନ ଅନିଚ୍ଛା ଜାହିର କରିଥିଲା। ଏହାସହିତ ନିଜ ମତରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଅଟଳ ରହିଥିବା ବେଳେ ଏହି ବୈଠକକୁ ସ୍ଥଗିତ ରଖାଯାଇଥିଲା। ପିସିବି ମୁଖ୍ୟ ମୋହସିନ୍‌ ନକ୍‌ଭୀ ଏହି ବୈଠକରେ ଉପସ୍ଥିତ ରହିଥିବା ବେଳେ ବିସିସିଆଇ ସମ୍ପାଦକ ଜୟ ଶାହା ଭର୍ଚୁଆଲ ମୋଡରେ ଭାଗ ନେଇଥିଲେ। ଭାରତୀୟ କ୍ରିକେଟ ଦଳ ପକ୍ଷରୁ ପାକିସ୍ତାନକୁ ନ ଯିବା ପାଇଁ ନିଜ ଜିଦ୍‌ରେ ଅଟଳ ରହିଥିବା ବେଳେ ପିସିବି ମଧ୍ୟ ନିଜ ନିଷ୍ପତ୍ତିରେ ଅଟଳ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାରଙ୍କ ପକ୍ଷରୁ ଅନୁମତି ମିଳି ନ ଥିବା କାରଣରୁ ପାକିସ୍ତାନ ଗସ୍ତରେ ଯିବାକୁ ଭାରତୀୟ କ୍ରିକେଟ ଦଳ ଅନିଚ୍ଛା ପ୍ରକାଶ କରିଛି। ଶନିବାର ଦିନ ଆଇସିସି ମଧ୍ୟସ୍ଥତାରେ ଉଭୟ ଦେଶର କ୍ରିକେଟ ବୋର୍ଡ ମଧ୍ୟରେ ପୁନର୍ବାର ବୈଠକ ଅନୁଷ୍ଠିତ ହେବ। ଏପରି କି ଆଗାମୀ କିଛି ଦିନ ପାଇଁ ଏହି ବୈଠକ ଜାରି ରହିବ ବୋଲି ଜଣାପଡିଛି।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ସମାନ ମତ ପ୍ରକାଶ କରିଛି। ସୁରକ୍ଷା ଦୃଷ୍ଟିକୋଣରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବା ଅନୁଚିତ ବୋଲି ଏହା ପ୍ରକାଶ କରିଛି। ବିସିସିଆଇ ପକ୍ଷରୁ ଏହାର ମତ ଦିଆଯାଇ ସାରିଛି। ସୁରକ୍ଷା ଚିନ୍ତା ରହିଥିବାରୁ ଭାରତୀୟ ଦଳ ପାକିସ୍ତାନ ଯିବାର କୌଣସି ସମ୍ଭାବନା ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମତ ଦିଆଯାଇଛି। ପିସିବି ମୁଖ୍ୟ ନକ୍‌ଭୀ ବିଗତ କିଛିଦିନ ହେବ ଦୁବାଇରେ ଅବସ୍ଥାନ କରୁଛନ୍ତି। ଟିଭି ରାଇଟ୍ସ ହାତେଇଥିବା ଜିଓ ଷ୍ଟାର ପକ୍ଷରୁ ଏହାକୁ ନେଇ ଅସହମତି ମଧ୍ୟ ବ୍ୟକ୍ତ କରାଯାଇଛି। ଦେଶ ବାହାରକୁ ଟୁର୍ନାମେଣ୍ଟ ଯିବା ଦ୍ୱାରା ଅତିରିକ୍ତ ଖର୍ଚ୍ଚର ଚାପ ପଡ଼ିବ ବୋଲି ଆଇସିସି ନିକଟରେ ଅଭିଯୋଗ କରିଛି ଜିଓ ଷ୍ଟାର। ସେହିପରି ହାଇବ୍ରିଡ ମଡେଲରେ ଟୁର୍ନାମେଣ୍ଟ ହେବା ଦ୍ୱାରା ଜିଓ ଷ୍ଟାର ସହ ହୋଇଥିବା ବିଲିୟନ ଡଲାରର ଚୁକ୍ତି ମଧ୍ୟ ଆଇସିସି ହରାଇବାର ସମ୍ଭାବନା ରହିଛି। ତେବେ ଯଦି ଟୁର୍ନାମେଣ୍ଟ ସମ୍ପୂର୍ଣ୍ଣ ଭାବରେ ସ୍ଥାନାନ୍ତରିତ ହୁଏ ତେବେ ପିସିବିକୁ ୩୫ ମିଲିୟନ ଡଲାରର କ୍ଷତି ସହିବାକୁ ହେବ। ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ମଧ୍ୟରେ ଏହି ଟୁର୍ନାମେଣ୍ଟ ଶେଷ କରିବାକୁ ହେବ। ଏହାପରେ ସମସ୍ତ ଦଳଙ୍କର ଦ୍ୱିପାକ୍ଷିକ ସିରିଜ୍‌ ନିର୍ଦ୍ଧାରିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri