Posted inଫୁରସତ

ଭିଆଇପି ପାସ୍‌ କିଣି କବରସ୍ଥାନ ପରିଦର୍ଶନ

ଲଣ୍ଡନ: କୌଣସି ସ୍ବପରିଜନ କିମ୍ବା ନିକଟ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଗଲେ, କେବଳ ତାଙ୍କର ସ୍ମୃତି ପରିବାର ଲୋକ ଏବଂ ବନ୍ଧୁବାନ୍ଧବଙ୍କ ସହ ରହିଯାଇଥାଏ। ତେବେ ଯେଉଁ ଧର୍ମରେ ମୃତ ଶରୀରକୁ କବର ଦେବାର ପ୍ରଥା ରହିଛି, ସେଠାରେ ସାଧାରଣତଃ ଲୋକମାନେ ମୃତ୍ୟୁ ପରେ ନିଜ ସମ୍ପର୍କୀୟଙ୍କ କବରର ପରିଦର୍ଶନ କରିଥାନ୍ତି, ସେଠାରେ ଫୁଲ ଅର୍ପଣ କରନ୍ତି, କାନ୍ଦନ୍ତି ଏବଂ ମୃତ ସମ୍ପର୍କୀୟ ନିକଟରେ ଥିବା ନେଇ ଅନୁଭବ କରନ୍ତି।
ଷ୍ଟୋକ୍‌-ଅନ୍‌-ଟ୍ରେଣ୍ଟ୍‌ ସହରରେ ଗାର୍ଡେନ୍‌ ଅଫ୍‌ ରିମେମ୍ବରେନ୍ସ ନାମରେ ଏକ କବରସ୍ଥାନ ରହିଛି। ତେବେ ଖୁବ୍‌ଶୀଘ୍ର ଏହି କବରସ୍ଥାନରେ ନିଜ ସମ୍ପର୍କୀୟଙ୍କ କବରକୁ ପରିଦର୍ଶନ କରିବା ପାଇଁ ଟଙ୍କା ଦେବାକୁ ପଡ଼ିବ। ଏଥିପାଇଁ ଭିଆଇପି ପାସ୍‌ କିଣିବାକୁ ପଡ଼ିବ। ତେବେ ଏହି ନିୟମକୁ ମାନବିକତା ବିରୋଧୀ ଦର୍ଶାଇ ଅନେକ ଲୋକ ସମାଲୋଚନା କରିଛନ୍ତି।
ରିପୋର୍ଟ ଅନୁଯାୟୀ, ‘ଗାର୍ଡେନ୍‌ ଅଫ୍‌ ରିମେମ୍ବରେନ୍ସ କବରସ୍ଥାନ’ର ପ୍ରଶାସନ ନିକଟରେ ଏକ ଅଦ୍ଭୁତ ନିୟମ ଜାରି କରିଛି। ଏହି କବରସ୍ଥାନକୁ ପରିଦର୍ଶନ କରିବା ପାଇଁ ଆସୁଥିବା ଲୋକଙ୍କୁ ଭିଆଇପି ପାସ୍‌ କିଣିବାକୁ ପଡ଼ିବ। ତେବେ ଯାଇ ସେମାନେ ନିଜ ସମ୍ପର୍କୀୟଙ୍କ କବରକୁ ପରିଦର୍ଶନ କରିପାରିବେ। ସେହିପରି ଯେଉଁମାନେ ଏହି ଭିଆଇପି ପାସ୍‌ କିଣିବେ ନାହିଁ, ସେମାନେ କେବଳ ଅଫିସ୍‌ ସମୟରେ ହିଁ ଏହି କବରସ୍ଥାନର ପରିଦର୍ଶନ କରିପାରିବେ। ଏହି କବରସ୍ଥାନ ବାହାରେ ଏକ ବିଜ୍ଞପ୍ତି ଜାରି କରାଯାଇ ଲେଖାଯାଇଛି, ଆସନ୍ତା ଜାନୁଆରୀରୁ ଏହି କବରସ୍ଥାନ ବୈଦ୍ୟୁତିକ ଫାଟକ ଦ୍ୱାରା ଆଚ୍ଛାଦିତ ହେବ। ଏହି ଗେଟ୍‌ ଏକ ନିର୍ଦ୍ଦିଷ୍ଟ ସମୟରେ ସ୍ବୟଂଚାଳିତ ଭାବରେ ଖୋଲିବ ଏବଂ ବନ୍ଦ ହେବ। କବରସ୍ଥାନ ମଧ୍ୟରେ ପ୍ରବେଶ ଏକ ଭିଆଇପି ପାସ୍‌ ସାହାଯ୍ୟରେ ହୋଇପାରିବ। କବରସ୍ଥାନରେ କାର୍ଯ୍ୟରତ କର୍ମଚାରୀ, ମୃତକଙ୍କ ପରିବାର ସଦସ୍ୟ ଏବଂ ଅନ୍ୟ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଏହି ନିୟମ ଜାରି କରାଯାଇଛି ବୋଲି ‘ଗାର୍ଡେନ୍‌ ଅଫ୍‌ ରିମେମ୍ବରେନ୍ସ’ର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଯେଉଁମାନେ ପାସ୍‌ କରିବେ ନାହିଁ, ସେମାନେ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଉକ୍ତ କବରସ୍ଥାନ ମଧ୍ୟରେ ପ୍ରବେଶ କରିପାରିବ। ଛୁଟିଦିନ, ବ୍ୟାଙ୍କ ହଲିଡେ କିମ୍ବା ଅଫିସ୍‌ ବନ୍ଦ ଥିବା ଦିନ ଭିଆଇପି ପାସ୍‌ କିଣି ନ ଥିବା ବ୍ୟକ୍ତିମାନେ ଏହି କବରସ୍ଥାନରେ ପ୍ରବେଶ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?