Posted inଖେଳ

ଲଗାତାର ବାଉନ୍ସର ମାରିବାରୁ ବୁମରାଙ୍କୁ ସମାଲୋଚନା

ଲଣ୍ଡନ,୧୫।୮: ଚଳିତ ଲଡର୍‌ସ ଟେଷ୍ଟର ତୃତୀୟ ଦିନ ଶେଷ ଆଡ଼କୁ ଭାରତୀୟ ପେସର ଯଶପ୍ରୀତ ବୁମରା ଓ ଇଂଲଣ୍ଡର ଜିମ୍ମି ଆଣ୍ଡରସନଙ୍କ ମଧ୍ୟରେ ଏକ ରୋମାଞ୍ଚକର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଇଂଲଣ୍ଡର ୧୧ ନମ୍ବର ବ୍ୟାଟ୍ସମ୍ୟାନ ଆଣ୍ଡରସନଙ୍କୁ ଗୋଟିଏ ଓଭରରେ ଲଗାତାର ବାଉନ୍ସର ମାରିଥିଲେ ବୁମରା। ଏହି ପ୍ରକ୍ରିୟାରେ ସେ ୪ ଥର ଓଭରଷ୍ଟେପ କରିଥିଲେ। ଫଳରେ ଗୋଟିଏ ଓଭରରେ ବୁମରାଙ୍କୁ ୧୦ ବଲ ପକାଇବାକୁ ପଡ଼ିଥିଲା।

ପ୍ରଥମ ବଲ ଆଣ୍ଡରସନଙ୍କ ହେଲମେଟ୍‌ରେ ବାଜିଥିଲା। ଏହା ପରେ ମଧ୍ୟ ଭେଟେରାନ ଖେଳାଳିଙ୍କୁ ବାଉନ୍ସର ଓ ଶର୍ଟ ପିଚ୍‌ ବଲ ପକାଇ ଚାଲିଥିଲେ ବୁମରା। ଫଳରେ କିଛି ବଲ ଆଣ୍ଡରସନଙ୍କ ଦେହରେ ମଧ୍ୟ ବାଜିଥିଲା। ଇଂଲଣ୍ଡର ଅନ୍ତିମ ଉଇକେଟ ପଡ଼ିବା ପରେ ବୁମରାଙ୍କ ସହ କଥା ହୋଇଥିଲେ ଆଣ୍ଡରସନ। ଦୁଇ ଦଳର ପ୍ରମୁଖ ବୋଲରଙ୍କ ମଧ୍ୟରେ ଏଭଳି ପ୍ରତିଯୋଗିତା ପରେ ଚଳିତ ସିରିଜ୍‌ରୁ ବାଦ୍‌ ପଡ଼ିଥିବା ଘରୋଇ ଦଳର ପେସର ଷ୍ଟୁଆର୍ଟ ବ୍ରର୍ଡ ଟୁଇଟ୍‌ କରି ପରୋକ୍ଷ ଭାବେ ଭାରତୀୟ ଦଳକୁ ସମାଲୋଚନା କରିଥିଲେ। ”ଲଡର୍‌ସ ଟେଷ୍ଟର ଆଜିର ଦିନରେ କ’ଣ ଘଟୁଛି, ତାହାକୁ ମୁଁ ଅପେକ୍ଷା କରିଛି“ ବୋଲି ଲେଖିଛନ୍ତି ବ୍ରଡ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri