ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ୧୦

ଡେରାବିଶ, ୨୬ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଭାଗବତପୁର ପଞ୍ଚାୟତ ବାଲିଆ ବଜାରରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ କାର୍ତ୍ତିକେଶ୍ୱର ଭସାଣିରେ ବାଣ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିବା ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମଧ୍ୟରୁ ଏବେବି କଟକ ବଡ଼ ମେଡିକାଲ(ଏସ୍‌ସିବି)ରେ ୩୪ ଜଣ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ୨୮ଜଣ ପୁରୁଷ, ୩ ମହିଳା ଓ ୩ ଜଣ ବାଳକ ରହିଛନ୍ତି। ୧୦ ଗୁରୁତରଙ୍କ ମଧ୍ୟରୁ ୫ ଜଣ ବର୍ନ ଆଇସିୟୁ, ୩ ଜଣ ଟ୍ରମା ଆଇସିୟୁ ଓ ୩ ଜଣ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଏସ୍‌ସିବି ସୂତ୍ରରୁ ପ୍ରକାଶ। ଡେରାବିଶ ବ୍ଲକ ଅଧୀନ କାଉପଡ଼ା ପଞ୍ଚାୟତ ନିଳିକଣା ଗଁାର ରମେଶ ଚନ୍ଦ୍ର ଲେଙ୍କା ଓ ତାଙ୍କ ୧୪ ବର୍ଷର ପୁଅ ମହେଶ ଭସାଣି ଉତ୍ସବ ଦେଖିବାକୁ ଯାଇଥିଲେ। ଏମାନଙ୍କ ଉପରେ ବାଣର ନିଆଁ ଛିଡ଼ିକି ପଡ଼ିବାରୁ ଉଭୟ ଗୁରୁତର ହୋଇପଡ଼ିଥିଲେ। ମହେଶ ଏବେ ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ସେହିପରି ବ୍ଲକ ଅଧୀନ ହଳଦିଆପାଟଣା ଗଁାର ନନ୍ଦକିଶୋର ପ୍ରଧାନଙ୍କ ଝିଅ ଚିନ୍ମୟୀ ଓ ତାଙ୍କ ସାଥୀ କନ୍ଦରପୁର ଗଁାର ବଂଶୀଧର ସାହୁଙ୍କ ଝିଅ ସଙ୍ଗୀତା ବାଲିଆସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିବା ବେଳେ ଭସାଣି ଉତ୍ସବ ଦେଖିବାକୁ ଯାଇଥିଲେ। ବାଣ ବିସ୍ଫୋରଣରେ ଉଭୟ ଚିନ୍ମୟୀ ଓ ସଙ୍ଗୀତା ଆହତ ହୋଇ ଗୁରୁତର ଅବସ୍ଥାରେ ଏବେ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଥାନାରେ ନଂ. ୪୯୪/୨୨ରେ ମାମଲା ରୁଜୁ ହୋଇଛି। ବଜାର ଶାନ୍ତି କମିଟିର ସଦସ୍ୟ ଭାଗବତପୁର ଗଁାର ବୁଲୁ ମଳିକ, ଅରିକ୍ଷିତ ମଳିକ, ଚିଲୁ ମଳିକଙ୍କୁ ଶୁକ୍ରବାର ବିସ୍ଫୋରଣ ଘଟଣାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାର ତଦନ୍ତକୁ ଜୋର୍‌ଦାର କରାଯାଇଥିବା ଆଇଆଇସି ପବିତ୍ର ମହାରଣା କହିଛନ୍ତି ା
ଗୁରୁବାର ଘଟଣାସ୍ଥଳକୁ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ ଗସ୍ତ ସମୟରେ କେବଳ ଶୋଭାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବା ବେଳେ ଡିଜେ ଓ ବାଣ ଫୁଟା ଉପରେ ପ୍ରଶାସନିକ ଅନୁମତି ନ ଥିଲା ବୋଲି କହିଥିଲେ। ଏହି ଘଟଣାରେ ଯିଏବି ସମ୍ପୃକ୍ତ ଥାଆନ୍ତୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଆହତ ବ୍ୟକ୍ତିମାନଙ୍କୁ ଶୁକ୍ରବାର ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ, ପ୍ରାଧ୍ୟାପକ ଅଜୟ କୁମାର ରାଉତ, ବିଜେଡି ଯୁବ ନେତା ରାଜେଶ ପଣ୍ଡା, ପ୍ରଶାନ୍ତ ସାମନ୍ତରାୟ, କାଉପଡ଼ା ସରପଞ୍ଚ ପ୍ରତାପ କୁମାର ବେହେରା ପ୍ରମୁଖ ଭେଟି ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ। କଟକ ବଡ଼ ମେଡିକାଲ୍‌କୁ ଭାଜପାର ବରିଷ୍ଠ ନେତା ବିଜୟ ମହାପାତ୍ର ଯାଇ ଆହତ ରୋଗୀଙ୍କୁ ଭେଟିବା ସହ ନିଜ ପ୍ରତିକ୍ରିୟାରେ ଦାୟିତ୍ୱହୀନ ପ୍ରଶାସନ ଓ ଭସାଣି ଉତ୍ସବରେ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ସରକାରଙ୍କ ନିକଟରେ ଦାବି ରଖିଛନ୍ତି। ଏ ଘଟଣା ସମ୍ପର୍କରେ ଜିଲା ଭାଜପା ସଭାପତି କିଶୋର ଚନ୍ଦ୍ର ପଣ୍ଡା କହିଛନ୍ତି, କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ବାଲିଆରେ ବହୁ ପୁରୁଣା। ଏହି ଉତ୍ସବରେ ବହୁସଂଖ୍ୟାରେ ଜନସମାଗମ ହୁଏ। ପୂଜାକୁ ନିୟନ୍ତ୍ରଣ କରୁଥିବା ପୂଜା କମିଟି ସହ ପ୍ରଶାସନିକ ଅଧିକାରୀମାନଙ୍କ ଏ ବିଷୟରେ ଆଲୋଚନା ହୋଇଥିଲା। ଯଦି ହୋଇଥିଲା, ତେବେ ଡିଜେ ଓ ବାଣ ଫୁଟାଇବାକୁ ପ୍ରଶାସନିକ ଅନୁମତି ମିଳି ନ ଥିଲା ବୋଲି ଆଇଜି ଭୋଳ କହିଛନ୍ତି। ତେବେ କାହା ନିର୍ଦ୍ଦେଶରେ ଭସାଣି ଉତ୍ସବରେ ଡିଜେ ସହ ବାଣ ଫୁଟାଯାଇଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଅନୁମତି ନ ଥିଲା ତେବେ ଭସାଣି ଉତ୍ସବରେ ଉପସ୍ଥିତ ଥିବା ସଦର ଥାନା ଅଧିକାରୀ ଓ ଜିଲା ପୋଲିସର ବରିଷ୍ଠ ଅଧିକାରୀଙ୍କ ଆଗରେ କିପରି ଏତେ ସଂଖ୍ୟାରେ ବାଣ ଫୁଟାଗଲା ଓ ଡିଜେ ବଜାଗଲା କାହିଁକି ସେମାନେ ବନ୍ଦ କଲେ ନାହିଁ। ୩୪ ଆହତଙ୍କୁ କେବଳ ଆର୍ଥିକ ସହାୟତା ଦେଇ ପ୍ରଶାସନ ନିଜର ଦୋଷ ଦୁର୍ବଳତାକୁ ଲୁଚାଉଛି। ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଣ୍ଡା ଦାବି କରିଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ଏସ୍‌ସିବି ଯାଇ ଆହତମାନଙ୍କୁ ଭେଟିଥିବା ବେଳେ ନିଜ ପ୍ରତିକ୍ରିୟାରେ ପ୍ରଶାସନିକ ଦାୟିତ୍ୱହୀନତାକୁ ନିନ୍ଦା କରିଛନ୍ତି। ତେବେ ଏହି ଘଟଣାର ତଦନ୍ତ ଜାରି ରହିଥିବା ଜିଲାପାଳ ଅମୃତ ଋତୁରାଜ କହିଥିବା ବେଳେ ୭ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ରିପୋର୍ଟକୁ ସାର୍ବଜନୀନ କରିବାକୁ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏ ସମ୍ପର୍କରେ ବଜାର ଶାନ୍ତି କମିଟି ସଭାପତି ପ୍ରମୋଦ କୁମାର ସାହୁଙ୍କୁ ଫୋନ୍‌ (ନଂ.୯୯୩୭୫୬୨୫୦୬)ରେ ୨ଦିନ ହେବ ଯୋଗାଯୋଗ କରାଯାଉଥିଲେ ମଧ୍ୟ ସେ ଫୋନ୍‌ ଉଠାଉନାହାନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri