ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ୧୦

ଡେରାବିଶ, ୨୬ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଭାଗବତପୁର ପଞ୍ଚାୟତ ବାଲିଆ ବଜାରରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ କାର୍ତ୍ତିକେଶ୍ୱର ଭସାଣିରେ ବାଣ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିବା ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମଧ୍ୟରୁ ଏବେବି କଟକ ବଡ଼ ମେଡିକାଲ(ଏସ୍‌ସିବି)ରେ ୩୪ ଜଣ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ୨୮ଜଣ ପୁରୁଷ, ୩ ମହିଳା ଓ ୩ ଜଣ ବାଳକ ରହିଛନ୍ତି। ୧୦ ଗୁରୁତରଙ୍କ ମଧ୍ୟରୁ ୫ ଜଣ ବର୍ନ ଆଇସିୟୁ, ୩ ଜଣ ଟ୍ରମା ଆଇସିୟୁ ଓ ୩ ଜଣ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଏସ୍‌ସିବି ସୂତ୍ରରୁ ପ୍ରକାଶ। ଡେରାବିଶ ବ୍ଲକ ଅଧୀନ କାଉପଡ଼ା ପଞ୍ଚାୟତ ନିଳିକଣା ଗଁାର ରମେଶ ଚନ୍ଦ୍ର ଲେଙ୍କା ଓ ତାଙ୍କ ୧୪ ବର୍ଷର ପୁଅ ମହେଶ ଭସାଣି ଉତ୍ସବ ଦେଖିବାକୁ ଯାଇଥିଲେ। ଏମାନଙ୍କ ଉପରେ ବାଣର ନିଆଁ ଛିଡ଼ିକି ପଡ଼ିବାରୁ ଉଭୟ ଗୁରୁତର ହୋଇପଡ଼ିଥିଲେ। ମହେଶ ଏବେ ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ସେହିପରି ବ୍ଲକ ଅଧୀନ ହଳଦିଆପାଟଣା ଗଁାର ନନ୍ଦକିଶୋର ପ୍ରଧାନଙ୍କ ଝିଅ ଚିନ୍ମୟୀ ଓ ତାଙ୍କ ସାଥୀ କନ୍ଦରପୁର ଗଁାର ବଂଶୀଧର ସାହୁଙ୍କ ଝିଅ ସଙ୍ଗୀତା ବାଲିଆସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିବା ବେଳେ ଭସାଣି ଉତ୍ସବ ଦେଖିବାକୁ ଯାଇଥିଲେ। ବାଣ ବିସ୍ଫୋରଣରେ ଉଭୟ ଚିନ୍ମୟୀ ଓ ସଙ୍ଗୀତା ଆହତ ହୋଇ ଗୁରୁତର ଅବସ୍ଥାରେ ଏବେ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଥାନାରେ ନଂ. ୪୯୪/୨୨ରେ ମାମଲା ରୁଜୁ ହୋଇଛି। ବଜାର ଶାନ୍ତି କମିଟିର ସଦସ୍ୟ ଭାଗବତପୁର ଗଁାର ବୁଲୁ ମଳିକ, ଅରିକ୍ଷିତ ମଳିକ, ଚିଲୁ ମଳିକଙ୍କୁ ଶୁକ୍ରବାର ବିସ୍ଫୋରଣ ଘଟଣାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାର ତଦନ୍ତକୁ ଜୋର୍‌ଦାର କରାଯାଇଥିବା ଆଇଆଇସି ପବିତ୍ର ମହାରଣା କହିଛନ୍ତି ା
ଗୁରୁବାର ଘଟଣାସ୍ଥଳକୁ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ ଗସ୍ତ ସମୟରେ କେବଳ ଶୋଭାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବା ବେଳେ ଡିଜେ ଓ ବାଣ ଫୁଟା ଉପରେ ପ୍ରଶାସନିକ ଅନୁମତି ନ ଥିଲା ବୋଲି କହିଥିଲେ। ଏହି ଘଟଣାରେ ଯିଏବି ସମ୍ପୃକ୍ତ ଥାଆନ୍ତୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଆହତ ବ୍ୟକ୍ତିମାନଙ୍କୁ ଶୁକ୍ରବାର ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ, ପ୍ରାଧ୍ୟାପକ ଅଜୟ କୁମାର ରାଉତ, ବିଜେଡି ଯୁବ ନେତା ରାଜେଶ ପଣ୍ଡା, ପ୍ରଶାନ୍ତ ସାମନ୍ତରାୟ, କାଉପଡ଼ା ସରପଞ୍ଚ ପ୍ରତାପ କୁମାର ବେହେରା ପ୍ରମୁଖ ଭେଟି ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ। କଟକ ବଡ଼ ମେଡିକାଲ୍‌କୁ ଭାଜପାର ବରିଷ୍ଠ ନେତା ବିଜୟ ମହାପାତ୍ର ଯାଇ ଆହତ ରୋଗୀଙ୍କୁ ଭେଟିବା ସହ ନିଜ ପ୍ରତିକ୍ରିୟାରେ ଦାୟିତ୍ୱହୀନ ପ୍ରଶାସନ ଓ ଭସାଣି ଉତ୍ସବରେ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ସରକାରଙ୍କ ନିକଟରେ ଦାବି ରଖିଛନ୍ତି। ଏ ଘଟଣା ସମ୍ପର୍କରେ ଜିଲା ଭାଜପା ସଭାପତି କିଶୋର ଚନ୍ଦ୍ର ପଣ୍ଡା କହିଛନ୍ତି, କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ବାଲିଆରେ ବହୁ ପୁରୁଣା। ଏହି ଉତ୍ସବରେ ବହୁସଂଖ୍ୟାରେ ଜନସମାଗମ ହୁଏ। ପୂଜାକୁ ନିୟନ୍ତ୍ରଣ କରୁଥିବା ପୂଜା କମିଟି ସହ ପ୍ରଶାସନିକ ଅଧିକାରୀମାନଙ୍କ ଏ ବିଷୟରେ ଆଲୋଚନା ହୋଇଥିଲା। ଯଦି ହୋଇଥିଲା, ତେବେ ଡିଜେ ଓ ବାଣ ଫୁଟାଇବାକୁ ପ୍ରଶାସନିକ ଅନୁମତି ମିଳି ନ ଥିଲା ବୋଲି ଆଇଜି ଭୋଳ କହିଛନ୍ତି। ତେବେ କାହା ନିର୍ଦ୍ଦେଶରେ ଭସାଣି ଉତ୍ସବରେ ଡିଜେ ସହ ବାଣ ଫୁଟାଯାଇଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଅନୁମତି ନ ଥିଲା ତେବେ ଭସାଣି ଉତ୍ସବରେ ଉପସ୍ଥିତ ଥିବା ସଦର ଥାନା ଅଧିକାରୀ ଓ ଜିଲା ପୋଲିସର ବରିଷ୍ଠ ଅଧିକାରୀଙ୍କ ଆଗରେ କିପରି ଏତେ ସଂଖ୍ୟାରେ ବାଣ ଫୁଟାଗଲା ଓ ଡିଜେ ବଜାଗଲା କାହିଁକି ସେମାନେ ବନ୍ଦ କଲେ ନାହିଁ। ୩୪ ଆହତଙ୍କୁ କେବଳ ଆର୍ଥିକ ସହାୟତା ଦେଇ ପ୍ରଶାସନ ନିଜର ଦୋଷ ଦୁର୍ବଳତାକୁ ଲୁଚାଉଛି। ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଣ୍ଡା ଦାବି କରିଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ଏସ୍‌ସିବି ଯାଇ ଆହତମାନଙ୍କୁ ଭେଟିଥିବା ବେଳେ ନିଜ ପ୍ରତିକ୍ରିୟାରେ ପ୍ରଶାସନିକ ଦାୟିତ୍ୱହୀନତାକୁ ନିନ୍ଦା କରିଛନ୍ତି। ତେବେ ଏହି ଘଟଣାର ତଦନ୍ତ ଜାରି ରହିଥିବା ଜିଲାପାଳ ଅମୃତ ଋତୁରାଜ କହିଥିବା ବେଳେ ୭ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ରିପୋର୍ଟକୁ ସାର୍ବଜନୀନ କରିବାକୁ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏ ସମ୍ପର୍କରେ ବଜାର ଶାନ୍ତି କମିଟି ସଭାପତି ପ୍ରମୋଦ କୁମାର ସାହୁଙ୍କୁ ଫୋନ୍‌ (ନଂ.୯୯୩୭୫୬୨୫୦୬)ରେ ୨ଦିନ ହେବ ଯୋଗାଯୋଗ କରାଯାଉଥିଲେ ମଧ୍ୟ ସେ ଫୋନ୍‌ ଉଠାଉନାହାନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?