ଇ-ଭେହିକିଲ ପ୍ରୋତ୍ସାହନ ରାଶି ନେଇନାହାନ୍ତି ମାଲିକ

ଭଞ୍ଜନଗର,୨୬।୧୧(ଡି.ଏନ.ଏ): ପେଟ୍ରୋଲ, ଡିଜେଲଚାଳିତ ଗାଡ଼ି ବୃଦ୍ଧି ଯୋଗୁ ପ୍ରଦୂଷଣ ମାତ୍ରା ବଢ଼ୁଛି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଇଲେକ୍ଟ୍ରି ଗାଡି (ଇ-ଭେହିକିଲ) ବ୍ୟବହାର ବୃଦ୍ଧି ପାଇଁ ପ୍ରୋତ୍ସାହନ ରାଶି ଦେଉଛନ୍ତି। ୨୦୨୧ ସେପ୍ଟେମ୍ବର ୧ରୁ ଯେଉଁମାନେ ଇ-ଭେହିକିଲ କିଣିଛନ୍ତି, ସେମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପ୍ରୋସତ୍ାହନ ରାଶି ଦେଉଛନ୍ତି। ୨ ଚକିଆ ଇଲେକ୍ଟ୍ରି ଗାଡ଼ିକୁ ୫ ହଜାର, ୩ ଚକିଆକୁ ୧୦ ହଜାର ଏବଂ ୪ ଚକିଆ ଯାନକୁ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳୁଛି। ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ୮୭ଟି ବିଦ୍ୟୁତ୍‌ ଗାଡ଼ି ପଞ୍ଜୀକୃତ ହୋଇଥିବା ବେଳେ ଏବେ ସୁଦ୍ଧା ମାତ୍ର ୧୫ ଜଣ ଗାଡ଼ି ମାଲିକ ପ୍ରୋସତ୍ାହନ ରାଶି ନେଇଛନ୍ତି। ବଳକା ୭୨ଟି ଗାଡ଼ିର ମାଲିକ ପ୍ରୋତ୍ସାହନ ରାଶି ନେଇନାହାନ୍ତି। ସଚେତନତା ଅଭାବ ଯୋଗୁ ଭଞ୍ଜନଗର ଆର୍‌ଟିଓରେ ଏ ବାବଦରେ ଲକ୍ଷାଧିକ ଟଙ୍କା ପଡ଼ିରହିଛି ।
ଯେଉଁ ଗାଡ଼ି ମାଲିକମାନେ ୨୦୨୧ ସେପ୍ଟେମ୍ବର ପହିଲାରୁ ଗାଡ଼ି କିଣି ପ୍ରୋତ୍ସାହନ ରାଶି ନେଇନାହାନ୍ତି ସେମାନେ ଏସିଟିଏ ଓଏମ୍‌ଭିଡ଼ି ୱେବ୍‌ସାଇଟ୍‌ ଲିଙ୍କ୍‌କୁ ଯାଇ ଆବେଦନ କରିପାରିବେ। ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ । ଆବେଦନ ସମୟରେ ଗାଡ଼ିର ପଞ୍ଜୀକରଣ ନମ୍ବରକୁ ଆଧାର କରି କେବଳ ବ୍ୟାଙ୍କ ପାସ୍‌ବୁକ୍‌ର ପ୍ରଥମ ପୃଷ୍ଠାର ଜେରକ୍ସ ଉକ୍ତ ଲିଙ୍କ୍‌ରେ ଦାଖଲ କରିବେ । ଏହାପରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଅନଲାଇନରେ କାଗଜପତ୍ର ଯାଞ୍ଚ କରାଯିବା ପରେ ଗାଡ଼ି ମାଲିକଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଏ ନେଇ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଦୁଇ କିଆ ଏବଂ ୩ ଚକିଆ ବିଦ୍ୟୁତ୍‌ ଯାନ ରେଜିଷ୍ଟ୍ରେଶନ ବିନା ଦେୟରେ ହେଉଛି। ରୋଡ଼ ପରିମିଟ୍‌ ମଧ୍ୟ ଦରକାର ନାହିଁ । ୨୫୦ ୱାଟ ତଳକୁ ଥିବା ବିଦ୍ୟୁତ୍‌ ଗାଡ଼ି ଗୁଡ଼ିକ ପାଇଁ ପଞ୍ଜୀକରଣ ଆବଶ୍ୟକ ନାହିଁ । ଇଲେକ୍ଟ୍ରି ଗାଡ଼ି କିଣିବା ଉପରେ ସରକାର ପ୍ରୋସତ୍ାହନ ଦେଉଛନ୍ତି। ଯେଉଁ ଗାଡ଼ି ମାଲିକମାନେ ପ୍ରୋସତ୍ାହନ ରାଶି ପାଇନାହାନ୍ତି ସେମାନେ ଆବେଦନ କରିବା ପରେ ତୁରନ୍ତ ଟଙ୍କା ଦେବା ବ୍ୟବସ୍ଥା କରାଯିବ। ଆଗାମୀ ଦିନରେ ଯାନବାହାନ ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ରାୟ କହିଛନ୍ତି ।
ଅନ୍ୟପକ୍ଷରେ ସରକାର ଅଜଣା ଗାଡ଼ି ଧକ୍କାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ କିମ୍ବା ଗୁରୁତର ଆହତ ହେଲେ ସେମାନଙ୍କ ପରିବାକୁ ସହାୟତା ପ୍ରଦାନ ପାଇଁ ସୋଲାସିୟମ ଫଣ୍ଡ ଗଠନ କରିଛନ୍ତି। ଅଜଣା ଗାଡି ଧକ୍କାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଦିଆଯାଉଛି। ସରକାରଙ୍କ ଏହି ଫଣ୍ଡ ସମ୍ପର୍କରେ ଅନେକ ଅବଗତ ନ ଥିବାରୁ କ୍ଷତିପୂରଣ ପାଇପାରୁନାହାନ୍ତି। ଭଞ୍ଜନଗର ଆର୍‌ଟିଓ ପକ୍ଷରୁ ଗୁରୁବାର ସୁଦ୍ଧା ୬ଜଣଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ୩ ମୃତକଙ୍କ ପରିବାରକୁ ସହାୟତା ଦେବାପାଇଁ କାଗଜପତ୍ର ଚାଲିଛି ।
କୌଣସି ଗୁରୁତର ବ୍ୟକ୍ତି ସହାୟତା ପାଇଁ ଆବେଦନ କରି ନ ଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?