ଇ-ଭେହିକିଲ ପ୍ରୋତ୍ସାହନ ରାଶି ନେଇନାହାନ୍ତି ମାଲିକ

ଭଞ୍ଜନଗର,୨୬।୧୧(ଡି.ଏନ.ଏ): ପେଟ୍ରୋଲ, ଡିଜେଲଚାଳିତ ଗାଡ଼ି ବୃଦ୍ଧି ଯୋଗୁ ପ୍ରଦୂଷଣ ମାତ୍ରା ବଢ଼ୁଛି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଇଲେକ୍ଟ୍ରି ଗାଡି (ଇ-ଭେହିକିଲ) ବ୍ୟବହାର ବୃଦ୍ଧି ପାଇଁ ପ୍ରୋତ୍ସାହନ ରାଶି ଦେଉଛନ୍ତି। ୨୦୨୧ ସେପ୍ଟେମ୍ବର ୧ରୁ ଯେଉଁମାନେ ଇ-ଭେହିକିଲ କିଣିଛନ୍ତି, ସେମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପ୍ରୋସତ୍ାହନ ରାଶି ଦେଉଛନ୍ତି। ୨ ଚକିଆ ଇଲେକ୍ଟ୍ରି ଗାଡ଼ିକୁ ୫ ହଜାର, ୩ ଚକିଆକୁ ୧୦ ହଜାର ଏବଂ ୪ ଚକିଆ ଯାନକୁ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳୁଛି। ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ୮୭ଟି ବିଦ୍ୟୁତ୍‌ ଗାଡ଼ି ପଞ୍ଜୀକୃତ ହୋଇଥିବା ବେଳେ ଏବେ ସୁଦ୍ଧା ମାତ୍ର ୧୫ ଜଣ ଗାଡ଼ି ମାଲିକ ପ୍ରୋସତ୍ାହନ ରାଶି ନେଇଛନ୍ତି। ବଳକା ୭୨ଟି ଗାଡ଼ିର ମାଲିକ ପ୍ରୋତ୍ସାହନ ରାଶି ନେଇନାହାନ୍ତି। ସଚେତନତା ଅଭାବ ଯୋଗୁ ଭଞ୍ଜନଗର ଆର୍‌ଟିଓରେ ଏ ବାବଦରେ ଲକ୍ଷାଧିକ ଟଙ୍କା ପଡ଼ିରହିଛି ।
ଯେଉଁ ଗାଡ଼ି ମାଲିକମାନେ ୨୦୨୧ ସେପ୍ଟେମ୍ବର ପହିଲାରୁ ଗାଡ଼ି କିଣି ପ୍ରୋତ୍ସାହନ ରାଶି ନେଇନାହାନ୍ତି ସେମାନେ ଏସିଟିଏ ଓଏମ୍‌ଭିଡ଼ି ୱେବ୍‌ସାଇଟ୍‌ ଲିଙ୍କ୍‌କୁ ଯାଇ ଆବେଦନ କରିପାରିବେ। ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ । ଆବେଦନ ସମୟରେ ଗାଡ଼ିର ପଞ୍ଜୀକରଣ ନମ୍ବରକୁ ଆଧାର କରି କେବଳ ବ୍ୟାଙ୍କ ପାସ୍‌ବୁକ୍‌ର ପ୍ରଥମ ପୃଷ୍ଠାର ଜେରକ୍ସ ଉକ୍ତ ଲିଙ୍କ୍‌ରେ ଦାଖଲ କରିବେ । ଏହାପରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଅନଲାଇନରେ କାଗଜପତ୍ର ଯାଞ୍ଚ କରାଯିବା ପରେ ଗାଡ଼ି ମାଲିକଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଏ ନେଇ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଦୁଇ କିଆ ଏବଂ ୩ ଚକିଆ ବିଦ୍ୟୁତ୍‌ ଯାନ ରେଜିଷ୍ଟ୍ରେଶନ ବିନା ଦେୟରେ ହେଉଛି। ରୋଡ଼ ପରିମିଟ୍‌ ମଧ୍ୟ ଦରକାର ନାହିଁ । ୨୫୦ ୱାଟ ତଳକୁ ଥିବା ବିଦ୍ୟୁତ୍‌ ଗାଡ଼ି ଗୁଡ଼ିକ ପାଇଁ ପଞ୍ଜୀକରଣ ଆବଶ୍ୟକ ନାହିଁ । ଇଲେକ୍ଟ୍ରି ଗାଡ଼ି କିଣିବା ଉପରେ ସରକାର ପ୍ରୋସତ୍ାହନ ଦେଉଛନ୍ତି। ଯେଉଁ ଗାଡ଼ି ମାଲିକମାନେ ପ୍ରୋସତ୍ାହନ ରାଶି ପାଇନାହାନ୍ତି ସେମାନେ ଆବେଦନ କରିବା ପରେ ତୁରନ୍ତ ଟଙ୍କା ଦେବା ବ୍ୟବସ୍ଥା କରାଯିବ। ଆଗାମୀ ଦିନରେ ଯାନବାହାନ ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ରାୟ କହିଛନ୍ତି ।
ଅନ୍ୟପକ୍ଷରେ ସରକାର ଅଜଣା ଗାଡ଼ି ଧକ୍କାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ କିମ୍ବା ଗୁରୁତର ଆହତ ହେଲେ ସେମାନଙ୍କ ପରିବାକୁ ସହାୟତା ପ୍ରଦାନ ପାଇଁ ସୋଲାସିୟମ ଫଣ୍ଡ ଗଠନ କରିଛନ୍ତି। ଅଜଣା ଗାଡି ଧକ୍କାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଦିଆଯାଉଛି। ସରକାରଙ୍କ ଏହି ଫଣ୍ଡ ସମ୍ପର୍କରେ ଅନେକ ଅବଗତ ନ ଥିବାରୁ କ୍ଷତିପୂରଣ ପାଇପାରୁନାହାନ୍ତି। ଭଞ୍ଜନଗର ଆର୍‌ଟିଓ ପକ୍ଷରୁ ଗୁରୁବାର ସୁଦ୍ଧା ୬ଜଣଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ୩ ମୃତକଙ୍କ ପରିବାରକୁ ସହାୟତା ଦେବାପାଇଁ କାଗଜପତ୍ର ଚାଲିଛି ।
କୌଣସି ଗୁରୁତର ବ୍ୟକ୍ତି ସହାୟତା ପାଇଁ ଆବେଦନ କରି ନ ଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri