Posted inଜାତୀୟ

ପଶ୍ଚିମବଙ୍ଗ ରାଜରାସ୍ତାରେ ସଂଗ୍ରାମ, ମିଶନ ୨୦୨୪ ପାଇଁ ଭାଜପାର ପ୍ରସ୍ତୁତି…

କୋଲକାତା, ୧୩।୯ : ଗତ ବର୍ଷ ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାଜପା ଜିତିପାରିନଥିଲେ ମଧ୍ୟ ଏହା ୭୭ଟି ସିଟ ହାସଲ କରି ମୁଖ୍ୟ ବିରୋଧୀ ଦଳ ହୋଇପାରିଥିଲା। କିନ୍ତୁ ଆଶା କରାଯାଉଥିବା ପ୍ରଦର୍ଶନ ଅଭାବରୁ ଲୋକସଭା ନିର୍ବାଚନରେ ଏହାର ଆଶା ନେଇ ସନ୍ଦେହ ଉପୁଜିଥିଲା। ୨୦୧୯ ଲୋକସଭାରେ ୧୮ ଟି ଆସନ ଜିତିଥିବା ଭାଜପା ରାଜ୍ୟରେ ମିଶନ ୨୦୨୪ ପାଇଁ ଅଣ୍ଟା ଭିଡ଼ିଛି।

ମଙ୍ଗଳବାର କୋଲକାତାରେ ସଚିବାଳୟ ଚାଲୋ ଅଭିଯାନ ବ୍ୟତୀତ ହଜାର ହଜାର ଭାଜପା କର୍ମୀ ରାଜରାସ୍ତାରେ ଜୋରଦାର ପ୍ରଦର୍ଶନ କରିଥିଲେ। ଭାଜପା ମିଶନ ୨୦୨୪ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ଘେରି ରହି ଏକ ପରିବେଶ ସୃଷ୍ଟି କରିବା ଆରମ୍ଭ କରିଛି। ଏଥି ସହିତ ତିନି ଦଶନ୍ଧି ଧରି ପଶ୍ଚିମବଙ୍ଗକୁ ଶାସନ କରିଥିବା ବାମପନ୍ଥୀ ଦଳ ଏବଂ କଂଗ୍ରେସର ଅନୁପସ୍ଥିତ ସ୍ପଷ୍ଟ ବାରି ହେଉଛି।

ଗୋଟିଏ ପଟେ ମମତା ବାନାର୍ଜୀ ମିଶନ ୨୦୨୪ପାଇଁ ବିରୋଧୀ ଏକତାକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି। ଅପରପକ୍ଷରେ ଭାଜପା ପ୍ରସ୍ତୁତି ଉପରେ ଧ୍ୟାନ ଦେଉଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ନିକଟରେ ବିହାର ଭାଜପାର ସଭାପତି ଥିବା ମଙ୍ଗଲ ପାଣ୍ଡେଙ୍କୁ ପଶ୍ଚିମବଙ୍ଗକୁ ପଠାଇବା ମଧ୍ୟ ଭାଜପାର ସ୍ବତନ୍ତ୍ର ରଣନୀତିର ଏକ ଅଂଶ। ରାଜ୍ୟ ବିଧାନସଭା ନିର୍ବାଚନରେ ଇଚ୍ଛାକୃତ ଫଳାଫଳ ନ ପାଇବା ସତ୍ତ୍ୱେ ଭାଜପା ପ୍ରୟାସ ଜାରି ରଖିଛି। ବିଭିନ୍ନ ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବରେ ମମତା ସରକାରଙ୍କୁ ଘେରି ରହିଛି।

ବିଶେଷ କରି ନିକଟରେ ମମତା ସରକାରଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବିରୋଧରେ ଯେଉଁଭଳି ଭାବେ ଦୁର୍ନୀତି ଅଭିଯୋଗ ଆଣାଯାଇଛି, ତାହା ଭାଜପାର ଶକ୍ତିକୁ ବୃଦ୍ଧି କରିଛି। ୨୦୧୪ ରେ ରାଜ୍ୟର ୪୨ ଟି ଲୋକସଭା ଆସନ ମଧ୍ୟରୁ ଦୁଇଟି ଜିତିଥିବା ଭାଜପା ୨୦୧୯ଲୋକସଭା ନିର୍ବାଚନରେ ଏହି ସଂଖ୍ୟାକୁ ୧୮କୁ ବୃଦ୍ଧି କରିଛି। ୨୦୨୪ ଏହି ସଂଖ୍ୟାକୁ ଆହୁରି ବୃଦ୍ଧି କରିିବାକୁ ଭାଜପା ଲକ୍ଷ୍ୟ ରଖିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

ତାଜମହଲକୁ ନେଇ କାହିଁକି ଏଏସ୍‌ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍‌ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍‌ ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri