ସଂଘର୍ଷ ହିଁ ସଫଳତା ଦିଏ

୨୩ ବର୍ଷ ପୂର୍ବେ ସମ୍ବଲପୁରର ଏକ ଛୋଟ ମାରୁତି କାର ଡିଲରଶିପ୍‌ରୁ ଆରମ୍ଭ ହୋଇଥିଲା। ପ୍ରଥମେ କିଛି ବର୍ଷ ପର୍ଯ୍ୟନ୍ତ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ଧୀରେଧୀରେ ବ୍ୟବସାୟ ସଫଳତା ଆଡ଼କୁ ଗତି କରିଥିଲା ଏବଂ ପରବର୍ତ୍ତୀ ସମୟରେ ଅନୁଗୋଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ସୋନପୁର, ପଦ୍ମପୁର ଆଦି ସହରରେ ଡିଲରଶିପ୍‌ ଖୋଲିଥିଲା।

ନାରାୟଣୀ ମୋଟର୍ସର ଏତେ ବର୍ଷର ଯାତ୍ରା କିଭଳି ଥିଲା?

ଓଡିସୀ ମୋଟର୍ସ ୨୩ ବର୍ଷ ପୂର୍ବେ ସମ୍ବଲପୁରର ଏକ ଛୋଟ ମାରୁତି କାର୍‌ ଡିଲରଶିପ୍‌ରୁ ଆରମ୍ଭ ହୋଇଥିଲା। ପ୍ରଥମେ କିଛି ବର୍ଷ ପର୍ଯ୍ୟନ୍ତ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ଧୀରେଧୀରେ ବ୍ୟବସାୟ ସଫଳତା ଆଡ଼କୁ ଗତି କରିଥିଲା ଏବଂ ପରବର୍ତ୍ତୀ ସମୟରେ ଅନୁଗୋଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ସୋନପୁର, ପଦ୍ମପୁର ଆଦି ସହରରେ ଡିଲରଶିପ୍‌ ଖୋଲିଥିଲା। ବର୍ତ୍ତମାନ ଏହି ସବୁ ସ୍ଥାନରେ କମ୍ପାନୀ ପକ୍ଷରୁ ଶତାଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସଂଘର୍ଷ ହିଁ ଆମ ପାଇଁ ସଫଳତା ଆଣିଦେଇଛି।
ଆପଣଙ୍କ କମ୍ପାନୀର ୟୁଏସ୍‌ପିଗୁଡ଼ିକ କ’ଣ ଏବଂ ଆପଣଙ୍କ ଶୋ’ ରୁମ୍‌ରେ ବର୍ତ୍ତମାନ କେଉଁ

ମଡେଲ୍‌ ସବୁ ରହିଛି?
ଆମ କମ୍ପାନୀର ୟୁଏସ୍‌ପି ସହର ଏବଂ ଗ୍ରାମାଞ୍ଚଳରେ ପ୍ରଭାବୀ ସେବା ପ୍ରଦାନ କରୁଛି। ଦ୍ୱିତୀୟତଃ ଆମେ ସବୁବେଳେ ବିଭିନ୍ନ ମଡେଲ ମହଜୁଦ ରଖିଥାଉ। ତେଣୁ ଏହା ଆମ ବ୍ୟବସାୟକୁ ଅଧିକ ସଶକ୍ତ କରେ।

ଏହି ବ୍ୟବସାୟରେ ସଫଳତାର ଶ୍ରେୟ କାହାକୁ ଦେବେ?
ସଫଳତାର ଶ୍ରେୟ ମୁଖ୍ୟ କମ୍ପାନୀ ‘ମାରୁତି ସୁଜୁକି’କୁ ଦିଆଯିବ। କାରଣ ଏହା ସର୍ବଦା ଗ୍ରାହକଙ୍କ ଆବଶ୍ୟକତାକୁ ନୂଆ ଉଦ୍ଭାବନ ଦ୍ୱାରା ପୂରଣ କରିବାକୁ ଚେଷ୍ଟା କରେ।

ବଜେଟ-୨୦୨୨ ଉପରେ ଆପଣଙ୍କ ମତ କ’ଣ?
ଚଳିତ ବଜେଟ୍‌ ଏକ ବିକାଶ କୈନ୍ଦ୍ରିକ ଏବଂ ଭବିଷ୍ୟତ ଉପଯୋଗୀ ବଜେଟ୍‌। ରାଜପଥ, ରେଲ୍‌ଓ୍ବେ, ଟେଲିକମ୍‌ ଭିତ୍ତିଭୂମିର ଭନ୍ନତି ଦିଗରେ ଏହି ବଜେଟ୍‌ରେ ଧ୍ୟାନ ଦିଆଯାଇଛି। ଏହା ନିଶ୍ଚିତ ଭାବରେ ଦେଶର ଆର୍ଥିକ ବିକାଶ ଏବଂ ନିଯୁକ୍ତି ସୁଯୋଗ ବଢ଼ାଇବାରେ ସହଯୋଗ କରିବ।

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କି ଯୋଜନା ରଖିଛନ୍ତି?
ଆଗାମୀ ଆର୍ଥିକବର୍ଷରେ ଆମେ ବିକ୍ରି ନେଟ୍‌ଓ୍ବାର୍କ ବୃଦ୍ଧି କରିବୁ ଏବଂ ଅପହଞ୍ଚ ଅଞ୍ଚଳଗୁଡ଼ିକରେ ସେବା ପ୍ରଦାନ ପାଇଁ ପ୍ରୟାସ କରିବୁ। ଏଥିସହିତ ଆମ ସଙ୍ଗଠନକୁ ଅଧିକ ସୁଦୃଢ଼ କରିବାକୁ ଚେଷ୍ଟା ଜାରି ରଖିବୁ।
ସେମିକଣ୍ଡକ୍ଟର ଯୋଗୁ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଆପଣ ଏହାକୁ କିଭଳି ଭାବରେ

ପରିଚାଳନା କରିଛନ୍ତି ?
କେନ୍ଦ୍ର ସରକାରଙ୍କ ବାଣିଜି୍ୟକ ନୀତି ଯୋଗୁଁ ଅଟୋ ଶିଳ୍ପ ଉପରେ ଏନେକ ପ୍ରଭାବ ପଡ଼ିଛି। ବିଦେଶୀ ରାଷ୍ଟ୍ରମାନଙ୍କରେ ଏହାର ଆମଦାନୀ କରାଯାଉଥିବାରୁ ଆମପାଇଁ ସମସ୍ୟା ସୃଷ୍ଟି ହୋଇଛି। ସମାଧାନ ପାଇଁ ଉଭୟ ସରକାର ଏବଂ ଅଟୋଶିଳ୍ପ ଅନେକ ଯୋଜନା କରୁଛନ୍ତି। ବିଶେଷକରି ଗ୍ରାହକଙ୍କ ଆବଶ୍ୟକତା ପୂରଣ ପାଇଁ ଉଭୟ ପକ୍ଷରୁ ପ୍ରୟାସ ଜାରି ରହିଛି। ସେହିଭଳି ଗ୍ରାହକଙ୍କ ଚାହିଦା ପୂରଣ ପାଇଁ କମ୍ପାନୀ ଏବଂ ଶୋ’ରୁମ୍‌ ପକ୍ଷରୁ ଗ୍ରାହକଙ୍କୁ ଆଶ୍ୱାସନା ଦିଆଯିବା ସହିତ ଅସୁବିଧାର ସମାଧାନ ପାଇଁ ମଧ୍ୟ ପ୍ରୟାସ କରାଯାଉଛି।

ବ୍ୟବସାୟ ଏବଂ ପରିବାର ମଧ୍ୟରେ ସମନ୍ବୟ କିଭଳି ରକ୍ଷା କରୁଛନ୍ତି?
ବୃତ୍ତି ବ୍ୟବସାୟ ହେଲେ ବଡ଼ ପରିବାରର ଦାୟିତ୍ୱ ମଧ୍ୟ ନିର୍ବାହ କରିବାକୁ ପଡୁଛି। ଉଭୟ ପକ୍ଷକୁ ସମାନ ଭାବରେ ସମୟ ଦେଇ ଚାଲିବାକୁ ପଡୁଛି। ଏହା ମଧ୍ୟରୁ ସମୟ ବାହାର କରି ସାମାଜିକ କାର୍ଯ୍ୟ ଶେଷ କରିବାକୁ ପଡୁଛି। ପରିଶ୍ରମ ଅଧିକ ହେଲେ ବି ଉଭୟ ପକ୍ଷର ସହଯୋଗ ଏବଂ ଭଲପାଇବା ଯୋଗୁଁ ଦୀର୍ଘ ବର୍ଷ ହେଲା ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଶେଷ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri