ପ୍ରବଳ ସମର୍ଥନ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ସୋମବାର ରାଜ୍ୟ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୬ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ରାଜ୍ୟବ୍ୟାପୀ ଦେଖିବାକୁ ମିଳିଛି। ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ଯାଏ ବନ୍ଦ ପାଳନ କରାଯାଇଥିଲା। ଦୋକାନବଜାର, ସ୍କୁଲ, କଲେଜ, ବିିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା। କେତେକ ସ୍ଥାନରେ ଦୁଇଚକିଆ ଯାନବାହନ ଚଳାଚଳ କରୁଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯାନ ବ୍ୟତୀତ ୪ ଚକିଆ ଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ବସ୍‌, ଟ୍ରକ୍‌ ବନ୍ଦ ରହିବା ସହିତ ବିଭିନ୍ନ ରେଳ ଷ୍ଟେଶନରେ ଅଧିକାଂଶ ଏକ୍ସପ୍ରେସ୍‌ ଟ୍ରେନ୍‌ ଅଟକି ରହିଥିଲା। କଂଗ୍ରେସ କର୍ମୀମାନେ ଭୁବନେଶ୍ୱର, ତାଳଚେର, ଢେଙ୍କାନାଳ, ଛତ୍ରପୁର, ପୁରୀ ଆଦି ଷ୍ଟେଶନରେ ରେଳରୋକୋ କରିଥିଲେ। ସରକାରୀ ଅଫିସ ଖୋଲା ରହିଥିଲା। ବନ୍ଦକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନ ଓ କୃଷି ଭବନ କର୍ମଚାରୀମାନଙ୍କୁ ପୂର୍ବାହ୍ନ ୧୦ଟା ୩୦ ପୂର୍ବରୁ ଆସିବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପୂର୍ବରୁ କର୍ମଚାରୀମାନେ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପରେ ମୁଖ୍ୟ ଫାଟକରେ ତାଲା ପକାଯାଇଥିଲା। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଅପରାହ୍ନ ୧ଟା ବେଳକୁ ବନ୍ଦ ଶେଷ ହୋଇଥିଲେ ମଧ୍ୟ ସାଧାରଣ ପରିବହନ ସ୍ବାଭାବିକ ହୋଇପାରି ନ ଥିଲା। ଦୂର ସ୍ଥାନକୁ ଯିବାକୁ ଥିବା ବିଭିନ୍ନ ରେଳ ଷ୍ଟେଶନରେ ଓ ବସ୍‌ଷ୍ଟାଣ୍ଡରେ ଅପରାହ୍ନ ପର୍ଯ୍ୟନ୍ତ ଯାତ୍ରୀମାନେ ଅପେକ୍ଷା କରି ରହିଥିଲେ। କଂଗ୍ରେସ କର୍ମୀମାନେ ବିଭିନ୍ନ ରାଜପଥ ଓ ମୁଖ୍ୟ ସ୍ଥାନଗୁଡିକରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। କେତେକ ସ୍ଥାନରେ କାଁ ଭାଁ ଗଣ୍ଡଗୋଳ ହୋଇଥିବା ବେଳେ ବନ୍ଦ ଶାନ୍ତିପୂର୍ଣ୍ଣ ହୋଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୂର୍ବରୁ ସରକାର ସ୍କୁଲ୍‌ କଲେଜକୁ
ବନ୍ଦ ଘୋଷଣା କରିଥିଲେ। ଏପରି କି ଆନ୍ଦୋଳନ ସମୟରେ ବସ୍‌ ଚଳାଚଳକୁ ବନ୍ଦ ରଖିବା ନେଇ ଘରୋଇ ବସ୍‌ ସଂଘ ପକ୍ଷରୁ ମଧ୍ୟ କୁହାଯାଇଥିଲା। ବିଶେଷଭାବେ ଦେଖିବାକୁ ଗଲେ ବନ୍ଦ ଡାକରାକୁ ବିଭିନ୍ନ ବର୍ଗରୁ ପ୍ରବଳ ସମର୍ଥନ ମିଳିଥିଲା।
ରାଜ୍ୟର ସମସ୍ତ ଜିଲା ଓ ସଦର ମହକୁମା ସହ ରାଜଧାନୀ ଭୁବନେଶ୍ୱରଠାରେ କଂଗ୍ରେସ ନେତୃବୃନ୍ଦ ଏହି ବନ୍ଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଭୁବନେଶ୍ୱରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ଜଗନ୍ନାଥ ପଟ୍ଟନାୟକ, ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା, ଭୁବନେଶ୍ୱର ଜିଲା ସଭାପତି ବିଶ୍ୱଜିତ୍‌ ଦାଶ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଦୀପକ ମହାପାତ୍ର, ରଜତ ଚୌଧୁରୀ, ମନୋଜ ବିଶ୍ୱାଳ, ନୀହାର ବେହେରା, ବିଶ୍ୱଜିତ ଲେଙ୍କା, ନିରଞ୍ଜନ ନାୟକ, ଆଦିତ୍ୟ ପ୍ରୀତମ୍‌ ଦାସ, ଦେବୀ ପ୍ରସାଦ ବାହାଲିଆ, ଦୀପକ ସାହୁ, ଚିନ୍ମୟ ସୁନ୍ଦର ଦାଶ, ଶ୍ରୀୟାସ୍ମିତା ପଣ୍ଡା, ମିହିର ଆଚାର୍ଯ୍ୟ, କୁସୁମ ପ୍ରଧାନ, ଜୟକୃଷ୍ଣ ସୁୁବୁଦ୍ଧି, ମୋହନ ଜେନା, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ପ୍ରଣତି ମିଶ୍ର, କୈଳାସ ସାହୁ, କୁଳମଣି ସାହୁ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିର ତୀବ୍ର ବିରୋଧ କରିଥିଲେ। ଓଡ଼ିଶା ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିବାରୁ ପିସିସି ସଭାପତି ରାଜ୍ୟବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଯେ ଏହି ବନ୍ଦ ଡାକରା ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଥିଲା। ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ୍‌ର ଅହେତୁକ ଦର ବୃଦ୍ଧି ଯୋଗୁ ଓଡ଼ିଶାର ସବୁ ବର୍ଗର ଜନସାଧାରଣ ବିଶେଷ କରି ଗରିବ ଖଟିଖିଆ, କୃଷକ, ନିମ୍ନମଧ୍ୟବିତ୍ତ, ସ୍ବଳ୍ପ ଆୟକାରୀମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏହି ବନ୍ଦ ଡାକରା ଦିଆଯିବାର ବହୁ ପୂର୍ବରୁ ରାଜ୍ୟ କଂଗ୍ରେସ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପେଟ୍ରୋଲ ଓ ଡିଜେଲ ଉପରେ ୧୦ ଟଙ୍କା ଟିକସ ଛାଡ଼ କରିବା ପାଇଁ ଅନୁରୋଧ କରାଯାଇଥିଲା। କଂଗ୍ରେସର ଏହି ଅନୁରୋଧ ପରେ ଦୀର୍ଘ ୧ ମାସ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ଟିକସ ଛାଡ଼ ପାଇଁ କୌଣସି ନିଷ୍ପତ୍ତିି ନେଲେ ନାହିଁ। ବରଂ ତାଙ୍କ ରାଜକୋଷ ବଢ଼ାଇବା ପାଇଁ କେନ୍ଦ୍ର ଭାଜପା ସରକାରଙ୍କ ତୈଳ ଦର ବୃଦ୍ଧି ନିଷ୍ପତ୍ତିକୁ ମୁଣ୍ଡପାତି ସମର୍ଥନ ଦେଇଛନ୍ତି। କରୋନା ମହାମାରୀ ସମୟରେ ସାଧାରଣ ଜନତା ଜୀବିକା ହରାଇ ଜୀବନ ସହ ସଂଘର୍ଷ କରୁଥିବା ବେଳେ ମୋଦି ସରକାରଙ୍କ ପ୍ରୋତ୍ସାହନରେ କେବଳ ୧% ପୁଞ୍ଜିପତିଙ୍କର ୩୫% ପୁଞ୍ଜି ଅଭିିବୃଦ୍ଧି ଘଟିଛି। ଭାରତବର୍ଷର ଅର୍ଥନୀତି ଏକ ସ୍ଥାଣୁ ଅର୍ଥନୀତିରେ ପରିଗଣିତ ହେଉଛି। ଏହି ସମୟରେ ଲୋକଙ୍କର ରୋଜଗାର ଦ୍ରୁତ ଗତିରେ ହ୍ରାସ ପାଇଛି ଏବଂ ବେକାରି ସମସ୍ୟା ଉକତ୍ଟ ରୂପ ଧାରଣ କରିଛି। ଠିକ୍‌ ସେହି ସମୟରେ ପ୍ରତିଦିନ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ୍‌ ଦର ବଢ଼ି ବଢ଼ି ଚାଲିଛି। ଏହି ତୈଳ ଦର ବୃଦ୍ଧି ଯୋଗୁ ଦୈନନ୍ଦିନ ବ୍ୟବହାର୍ଯ୍ୟ ଉପକରଣ ଏବଂ ଖାଦ୍ୟ ପଦାର୍ଥର ଦାମ୍‌ ମଧ୍ୟ ବୃଦ୍ଧି ଘଟିଛି। ରାଜ୍ୟବାସୀ ସିଧାସଳଖ ବହୁ କ୍ଷତିଗ୍ରସ୍ତ ହେଉଛନ୍ତି। ରାଜ୍ୟ ଏବଂ ଜିଲା ସ୍ତରରେ ସମସ୍ତ କଂଗ୍ରେସ ନେତୃବୃନ୍ଦ ତଥା କର୍ମୀମାନଙ୍କୁ ନିରଞ୍ଜନ ଏହି ବନ୍ଦର ସଫଳତା ପାଇଁ ଶ୍ରେୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri