Posted inଜାତୀୟ

ଚାଇନାକୁ ମିଳିବ କଡ଼ା ଜବାବ, ଏଲଏସିରେ ମୁତୟନ ହେବ ୧୦୦ଟି କେ-୯ ବଜ୍ର ତୋପ…

ନୂଆଦିଲ୍ଲୀ, ୨୭।୯ : ମେ ୨୦୨୦ ରେ ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହା ଯୋଗୁ ଉଭୟଙ୍କ ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। କୋର କମାଣ୍ଡର ସ୍ତରରେ ୧୬ ରାଉଣ୍ଡ ଆଲୋଚନା ପରେ ଏବେ ଏଲଏସିରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। କିନ୍ତୁ ଭବିଷ୍ୟତରେ ଏହା ଆଉ ଘଟିବ ନାହିଁ ବୋଲି କୁହାଯାଇପାରିବ ନାହିଁ।

ସେଥିପାଇଁ ଏହି ଦୁଇ ବର୍ଷ ମଧ୍ୟରେ ଭାରତୀୟ ସେନା ଏପର୍ଯ୍ୟନ୍ତ ସାମରିକ ନିୟୋଜନରେ ସବୁଠାରୁ ବଡ ପରିବର୍ତ୍ତନ କରିଛି। ଏହା ଏଲଏସି ନିକଟରେ ପଦାତିକ, ଆର୍ଟିଲିରି, ଟ୍ୟାଙ୍କ, ବାୟୁ ପ୍ରତିରକ୍ଷା ପ୍ରଣାଳୀ, ରାଡାର ନିୟୋଜିତ କରିଛି। ସମସ୍ତ ପ୍ରକାରର ଆର୍ଟିଲିରିଳ ରେକଟ ଲଞ୍ଚର ଧନୁଷ, ୧୫୫ ମିଲିମିଟର ଅଲ୍ଟ୍ରା ଲାଇଟ ହାୱିଜର୍‌, କେ-୯ ବଜ୍ର, ବୋଫର୍ସ, ପିନାକା ମଲ୍ଟି ବ୍ୟାରେଲ ରକେଟ ଲଞ୍ଚର୍‌ ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ସହିତ ଭାରତ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିଛି।

ସେନାର ସମ୍ପୂର୍ଣ୍ଣ ଧ୍ୟାନ ବର୍ତ୍ତମାନ ଉତ୍ତର ସୀମାରେ ନିବଦ୍ଧ ରହିଛି। ଚାଇନା କଡ଼ା ଜବାବ ଦେବାକୁ ଦୃଷ୍ଟିରେ ରଖି ସେନା ୧୦୦ ଟି ଅତିରିକ୍ତ କେ-୯ ବଜ୍ର ତୋପ କିଣିବାକୁ ନିଷ୍ପତ୍ତି ନେଇଛି। ସେନା ସୂତ୍ର ଅନୁଯାୟୀ, କେ-୯ ବଜ୍ର ତୋପ ପୂର୍ବରୁ ଭାରତୀୟ ସେନାରେ ଅନ୍ତର୍ଭୁକ୍ତ ହୋଇସାରିଛି।

ଭାରତୀୟ ସେନାର ଆର୍ଟିଲିରି ଆଧୁନିକୀକରଣ ପ୍ରକ୍ରିୟା ଦେଇ ଗତି କରୁଛି ଏବଂ ୨୦୪୦ ସୁଦ୍ଧା ସମସ୍ତ ଆର୍ଟିଲିରି ରେଜିମେଣ୍ଟକୁ ୧୫୫ ମିଲିମିଟର ମିଡିଆରେ ପରିଣତ କରିବା ସେନାର ଯୋଜନା ରହିଛି। ଏହା ସହିତ ଭବିଷ୍ୟତରେ କେବଳ ଆର୍ଟିଲିରିରେ ସ୍ବଦେଶୀ ଉତ୍ପାଦକୁ ଅନ୍ତର୍ଭୁକ୍ତ କରିବା କାର୍ଯ୍ୟ ଚାଲିଛି। ସ୍ବଦେଶୀ ଆର୍ଟିଲିରି ଧନୁଷର ଏକ ରେଜିମେଣ୍ଟ ମଧ୍ୟ ସେନା ଦ୍ୱାରା ଗ୍ରହଣ କରାଯାଇଛି ଏବଂ ଉତ୍ତର ସୀମାରେ ମଧ୍ୟ ନିୟୋଜିତ କରାଯାଇଛି। ସୂଚନାନୁସାରେ, ଦ୍ୱିତୀୟ ରେଜିମେଣ୍ଟର ୧୮ଟି ତୋପ ଆସନ୍ତା ବର୍ଷ ୨୦୨୩ ମାର୍ଚ୍ଚ ସୁଦ୍ଧା ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri