ଇସ୍ରାଏଲ, ଆମେରିକାକୁ ପ୍ରବଳ ବିରୋଧ

ଜେରୁଜେଲମ୍‌/ବାଗ୍‌ଦାଦ/ପ୍ୟାରିସ୍‌,୧୪ା୧୦: ହମାସ୍‌ ସହ ଇସ୍ରାଏଲର ଯୁଦ୍ଧକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଛି। ମଧ୍ୟପ୍ରାଚ୍ୟରେ ଅନେକ ହଜାର ଲୋକ ରାସ୍ତାକୁ ଓହ୍ଲାଇ ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌ ବିରୋଧରେ ପ୍ରତିବାଦ ଜଣାଇଛନ୍ତି। ନିଜ ଦେଶର ରାଜଧାନୀରେ ନମାଜ ପାଠ ପାଇଁ ମସ୍‌ଜିଦଗୁଡ଼ିକରେ ଠୁଳ ହୋଇଥିବା ମୁସଲମାନମାନେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଶିଆ ନେତା ମୋକ୍‌ତାଦା ସଦର୍‌ ଗାଜା ସପକ୍ଷରେ ବିକ୍ଷୋଭ କରିବାକୁ ଆହ୍ବାନ ଦେବା ପରେ ଇରାକ୍‌ର ବାଗ୍‌ଦାଦରେ ଆନ୍ଦୋଳନକାରୀ ସ୍ଲୋଗାନ ଦେଇଥିଲେ, ‘କବ୍‌ଜା ଚଳିବ ନାହିଁ’, ‘ଆମେରିକାର ଆଧିପତ୍ୟ ଗ୍ରହଣୀୟ ନୁହେଁ’। ଅଧିକୃତ ପାଲେଷ୍ଟାଇନ୍‌ରେ ଚାଲିଥିବା ରକ୍ତପାତ ଓ ମାନବ ଅଧିକାର ଉଲ୍ଲଂଘନକୁ ନିନ୍ଦା କରିବା ପାଇଁ ଏହି ରାଲିର ଆୟୋଜନ କରାଯାଇଛି ବୋଲି ବିକ୍ଷୋଭ ଆୟୋଜକ ଅବୁ କନ୍ୟାନ୍‌ କହିଛନ୍ତି। ତେହରାନ୍‌ରେ ବିକ୍ଷୋଭକାରୀମାନେ ଇରାନୀ, ପାଲେଷ୍ଟିନୀୟ, ଲେବାନନ୍‌ର ହେଜ୍‌ବୋଲ୍ଲା ପତାକା ଉଡ଼ାଇଥିଲେ। ସେମାନେ ଧରିଥିବା ବ୍ୟାନରଗୁଡ଼ିକରେ ଲେଖାଥିଲା, ‘ଡାଉନ୍‌ ଓ୍ବିଥ୍‌ ଆମେରିକା’ ଏବଂ ‘ଡାଉନ୍‌ ଓ୍ବିଥ୍‌ ଇସ୍ରାଏଲ’। ଇରାନ୍‌ର ଅନ୍ୟ ସହରଗୁଡ଼ିକରେ ମଧ୍ୟ ବିକ୍ଷୋଭକାରୀମାନେ ଆମେରିକା ଓ ଇସ୍ରାଏଲର ଜାତୀୟ ପତାକାକୁ ପୋଡ଼ିଥିଲେ। ବାହାରିନ୍‌ର ଦିରାଜ ମସ୍‌ଜିଦ ଆଗରେ ନମାଜ ପାଠ ପୂର୍ବରୁ ଅନେକ ହଜାର ମୁସଲମାନ ସ୍ଲୋଗାନ ଦେଇଥିଲେ, ‘ଡେଥ୍‌ ଟୁ ଇସ୍ରାଏଲ’ ଏବଂ ‘ଡେଟ୍‌ ଟୁ ଆମେରିକା’। ସାଉଦି ରାଜଧାନୀ ରିୟାଧରେ ବିକ୍ଷୋଭକୁ ନିଷିଦ୍ଧ କରାଯାଇଥିବାବେଳେ କେତେଜଣ ଲୋକ ଏହାକୁ ଅବଜ୍ଞା କରିଛନ୍ତି। ଆଇନ ଅମାନ୍ୟକାରୀ ଜଣେ ପୂଜକଙ୍କୁ ପୋଲିସ ଗିରଫ କରି ନେଉଥିବାବେଳେ ସେ କହୁଥିଲେ, ‘ସ୍ପିକ୍‌ ଆବାଉଟ୍‌ ପାଲେଷ୍ଟାଇନ୍‌’!


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri