ମଜଭୁତ ଷ୍ଟାର୍ଟଅପ ଇକୋସିଷ୍ଟମକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୧୭।୧: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଜାତୀୟ ଷ୍ଟାର୍ଟଅପ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କମ୍ପାନୀ ଦେଶର ସମୃଦ୍ଧ ଷ୍ଟାର୍ଟଅପ ଇକୋସିଷ୍ଟମ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଶକ୍ତି ଯୋଗାଇବା ଲାଗି କାର୍ଯ୍ୟ କରୁଛି। ଏପରିକି ପ୍ରାୟ ୪୦ଟି ଅଗ୍ରଣୀ ଟେକ୍ନୋଲୋଜି ଷ୍ଟାର୍ଟଅପ ୟୁନିଟ୍‌ ସହ ମଧ୍ୟ କାର୍ଯ୍ୟ କରୁଛି। ବିଶେଷକରି ବିଶ୍ୱର ଶ୍ରେଷ୍ଠ ତଥା ସ୍ଥାୟୀ ଆଲୁମିନିୟମ ଉପତ୍ାଦକ ହେବାକୁ କମ୍ପାନୀ ଲକ୍ଷ୍ୟ ରଖି ଥିବାବେଳେ ଶିଳ୍ପ ବିପ୍ଳବ ୪.୦ ଏବଂ ୱେବ ୩.୦ର ଉତ୍କର୍ଷ ଆଣିବା ପାଇଁ ବେଦାନ୍ତ ଷ୍ଟାର୍ଟଅପ ମୂଲ୍ୟ ସୃଷ୍ଟି, ମୂଲ୍ୟ ଦକ୍ଷତା କ୍ଷେତ୍ରରେ କାର୍ଯ୍ୟ କରିବା ସହ ବ୍ୟବସାୟର ଉତ୍କର୍ଷ ଓ ବ୍ୟବସାୟ ପାଇଁ ଇସିଜିରେ ଉନ୍ନତି ଆସିବା ଲାଗି କାର୍ଯ୍ୟ କରିବ ବୋଲି ଜଣାପଡିଛି। ଅପରପକ୍ଷରେ ବେଦାନ୍ତ ସ୍ପାର୍କ ପ୍ରୋଗ୍ରାମର ଏକ ଅଂଶ ଓ ଏକ ବିଶ୍ୱସ୍ତରୀୟ କର୍ପୋରେଟ ଇନୋଭେସନ ଆଣ୍ଡ ଭେଞ୍ଚର୍ସ ପ୍ରୋଗ୍ରାମ ଭାବେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଭେଞ୍ଚର ନିବେଶ, ଷ୍ଟାର୍ଟଅପ ଇନକ୍ୟୁବେଶନ ସହ ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ ଷ୍ଟାର୍ଟଅପ ସହିତ ପାଇଲଟ ପ୍ରୋଗ୍ରାମ ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟ ସହ ଭେଞ୍ଚର ନିର୍ମାଣ କାର୍ଯ୍ୟକ୍ରମ ମଧ୍ୟ ପ୍ରଦାନ କରିଥାଏ।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ରାହୁଲ ଶର୍ମା କହିଛନ୍ତି, ବେଦାନ୍ତ ଆଲୁମିନିୟମରେ ଆମେ ଉଦ୍ଭାବନର ଏକ ଅନୁକ୍ରମଣିକା ଭାବେ ଉପତ୍ାଦନ ଶିଳ୍ପରେ ଉଦ୍ୟୋଗର ଭୂମିକାକୁ ପୁନଃଚିତ୍ରଣ କରିବାକୁ ଲକ୍ଷ୍ୟ ରଖିଛୁ। ଏହି ଯାତ୍ରାର ମୂଳରେ ଆମ ପ୍ଲାଣ୍ଟଗୁଡ଼ିକର ଡିଜିଟାଲ ରୂପାନ୍ତର ସହ ଆମେ ତ୍ୱରିତ ଅଭିବୃଦ୍ଧି ଲକ୍ଷ୍ୟ ରଖିଛୁ। ଏଥିପାଇଁ ଆମେ ପ୍ରାୟ ୪୦ଟି ଅଗ୍ରଣୀ ଟେକ ଷ୍ଟାର୍ଟଅପ ସହିତ କାର୍ଯ୍ୟ କରୁଛୁ ବୋଲି ଶର୍ମା ବିସ୍ତୃତ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ରିପିକ ଏଆଇର ପ୍ରତିଷ୍ଠାତା ତଥା ସିଇଓ ପିନାକ ଦତରାୟ ଏବଂ ସତସଫେତି (ମଣ୍ଡଲ ଭେଞ୍ଚର୍ସ ଏଲଏଲପି)ର ସିଇଓ ସ୍ନେହେନ୍ଦୁ ମଣ୍ଡଳ ନିଜ ନିଜର ମତ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri