ମଜଭୁତ ଷ୍ଟାର୍ଟଅପ ଇକୋସିଷ୍ଟମକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୧୭।୧: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଜାତୀୟ ଷ୍ଟାର୍ଟଅପ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କମ୍ପାନୀ ଦେଶର ସମୃଦ୍ଧ ଷ୍ଟାର୍ଟଅପ ଇକୋସିଷ୍ଟମ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଶକ୍ତି ଯୋଗାଇବା ଲାଗି କାର୍ଯ୍ୟ କରୁଛି। ଏପରିକି ପ୍ରାୟ ୪୦ଟି ଅଗ୍ରଣୀ ଟେକ୍ନୋଲୋଜି ଷ୍ଟାର୍ଟଅପ ୟୁନିଟ୍‌ ସହ ମଧ୍ୟ କାର୍ଯ୍ୟ କରୁଛି। ବିଶେଷକରି ବିଶ୍ୱର ଶ୍ରେଷ୍ଠ ତଥା ସ୍ଥାୟୀ ଆଲୁମିନିୟମ ଉପତ୍ାଦକ ହେବାକୁ କମ୍ପାନୀ ଲକ୍ଷ୍ୟ ରଖି ଥିବାବେଳେ ଶିଳ୍ପ ବିପ୍ଳବ ୪.୦ ଏବଂ ୱେବ ୩.୦ର ଉତ୍କର୍ଷ ଆଣିବା ପାଇଁ ବେଦାନ୍ତ ଷ୍ଟାର୍ଟଅପ ମୂଲ୍ୟ ସୃଷ୍ଟି, ମୂଲ୍ୟ ଦକ୍ଷତା କ୍ଷେତ୍ରରେ କାର୍ଯ୍ୟ କରିବା ସହ ବ୍ୟବସାୟର ଉତ୍କର୍ଷ ଓ ବ୍ୟବସାୟ ପାଇଁ ଇସିଜିରେ ଉନ୍ନତି ଆସିବା ଲାଗି କାର୍ଯ୍ୟ କରିବ ବୋଲି ଜଣାପଡିଛି। ଅପରପକ୍ଷରେ ବେଦାନ୍ତ ସ୍ପାର୍କ ପ୍ରୋଗ୍ରାମର ଏକ ଅଂଶ ଓ ଏକ ବିଶ୍ୱସ୍ତରୀୟ କର୍ପୋରେଟ ଇନୋଭେସନ ଆଣ୍ଡ ଭେଞ୍ଚର୍ସ ପ୍ରୋଗ୍ରାମ ଭାବେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଭେଞ୍ଚର ନିବେଶ, ଷ୍ଟାର୍ଟଅପ ଇନକ୍ୟୁବେଶନ ସହ ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ ଷ୍ଟାର୍ଟଅପ ସହିତ ପାଇଲଟ ପ୍ରୋଗ୍ରାମ ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟ ସହ ଭେଞ୍ଚର ନିର୍ମାଣ କାର୍ଯ୍ୟକ୍ରମ ମଧ୍ୟ ପ୍ରଦାନ କରିଥାଏ।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ରାହୁଲ ଶର୍ମା କହିଛନ୍ତି, ବେଦାନ୍ତ ଆଲୁମିନିୟମରେ ଆମେ ଉଦ୍ଭାବନର ଏକ ଅନୁକ୍ରମଣିକା ଭାବେ ଉପତ୍ାଦନ ଶିଳ୍ପରେ ଉଦ୍ୟୋଗର ଭୂମିକାକୁ ପୁନଃଚିତ୍ରଣ କରିବାକୁ ଲକ୍ଷ୍ୟ ରଖିଛୁ। ଏହି ଯାତ୍ରାର ମୂଳରେ ଆମ ପ୍ଲାଣ୍ଟଗୁଡ଼ିକର ଡିଜିଟାଲ ରୂପାନ୍ତର ସହ ଆମେ ତ୍ୱରିତ ଅଭିବୃଦ୍ଧି ଲକ୍ଷ୍ୟ ରଖିଛୁ। ଏଥିପାଇଁ ଆମେ ପ୍ରାୟ ୪୦ଟି ଅଗ୍ରଣୀ ଟେକ ଷ୍ଟାର୍ଟଅପ ସହିତ କାର୍ଯ୍ୟ କରୁଛୁ ବୋଲି ଶର୍ମା ବିସ୍ତୃତ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ରିପିକ ଏଆଇର ପ୍ରତିଷ୍ଠାତା ତଥା ସିଇଓ ପିନାକ ଦତରାୟ ଏବଂ ସତସଫେତି (ମଣ୍ଡଲ ଭେଞ୍ଚର୍ସ ଏଲଏଲପି)ର ସିଇଓ ସ୍ନେହେନ୍ଦୁ ମଣ୍ଡଳ ନିଜ ନିଜର ମତ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri