ଶିକ୍ଷକ ପଦବୀ ପୂରଣ ପାଇଁ ତାଲା ବନ୍ଦ ଆନ୍ଦୋଳନ

ଭଦ୍ରକ ୧୪/୭(ସନାତନ ରାଉତ)- ଭଦ୍ରକ ବ୍ଲକ ରମ୍ଭିଳା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ଛାତ୍ରୀ ଛାତ୍ର ଅଭିଭାବକ ଓ ଗ୍ରାମବାସୀ ମାନେ ଶୁକ୍ରବାର ତାଲା ବନ୍ଦ ଆନ୍ଦୋଳନ କରିଛନ୍ତି l ବିଦ୍ୟାଳୟରେ ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ରୀ ଛାତ୍ର ଅଧ୍ୟୟନ କରୁଥିବା ବେଳେ ହିନ୍ଦୀ ସଂସ୍କୃତ ଶିକ୍ଷକ ରେ ପାଠପଢା ଚାଲିଛି l ବିଜ୍ଞାନ ଶିକ୍ଷକ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବାବେଳେ ଦୁର୍ଘଟଣାରେ ଆହତ ହୋଇ ଦୀର୍ଘ ଦିନ ଧରି ଛୁଟିରେ ଅଛନ୍ତି l ଚରମ୍ପା, ଜଗଦଳପୁର, ଅଡା, ରପେୟା ଆଦି ଗ୍ରାମର ପିଲା ମାନେ ପଢିବା ପାଇଁ ଏହି ବିଦ୍ୟାଳୟ ଉପରେ ର୍ନିଭର କରନ୍ତି l ଶିକ୍ଷକ ପଦ ପୂରଣ ପାଇଁ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଜଣାଇ ଥିଲେ ମଧ୍ୟ ସୁଫଳ ନମିଳିବାରୁ ଧାରଣା ଦେଇଥିବା ଗ୍ରାମବାସୀ ମାନେ କହିଛନ୍ତି l