Posted inଖେଳ

IPLର କଡ଼ା ନିୟମ, ପରିବାର ଲୋକ ପଶିପାରିବେନି…

ନୂଆଦିଲ୍ଲୀ,୨୨।୩: ମାର୍ଚ୍ଚ ୨୨ ଅର୍ଥାତ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ ବା IPL । ୩ ମାସ ଧରି ଜାରି ରହିବ ଟକ୍କର । କୋଲକାତାର ଇଡେନ ଗାର୍ଡେନରେ ଆଜି ଉଦଘାଟନୀ ମ୍ୟାଚ ଖେଳାଯିବ । ତେବେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) । ତେବେ ଏଥର ଆଇପିଏଲରେ ଖେଳାଳିଙ୍କ ପାଇଁ ନୂଆ ନିୟମ ଲାଗୁ କରିଛି BCCI ।

ଭାରତୀୟ ଦଳ ଉପରେ କିଛି ନୂଆ ନିୟମ ଲାଗୁ କରିଛି ବିସିସିଆଇ । ସମସ୍ତ ୧୦ଟି ଯାକ ଦଳ ପାଇଁ SOP ଜାରି କରିଛି ବୋର୍ଡ । ମ୍ୟାଚ ସହ ଟ୍ରେନିଂ ବେଳେ ମଧ୍ୟ ଏହି ନିୟମ ଲାଗୁ ହେବ । ଏଥର ଆଇପିଏଲରେ କେବଳ ଅଧିକୃତ ବ୍ୟକ୍ତି ହିଁ ମଇଦାନ ଏବଂ ଡ୍ରେସିଂ ରୁମକୁ ଯାଇପାରିବେ । ଅନ୍ୟଥା ଖେଳାଳିଙ୍କ ପରିବାର ଲୋକେ କିମ୍ବା ସମ୍ପର୍କୀୟ ଭିତରକୁ ଯାଇପାରିବେ ନାହିଁ ।

IPL 2025: କେଣସି ଖେଳାଳି କିମ୍ବା ଦଳର ଅନ୍ୟ ସଦସ୍ୟଙ୍କ ପରିବାର ଲୋକେ କିମ୍ବା ସମ୍ପର୍କୀୟ ପଡିଆ ଭିତରକୁ କିମ୍ବା ଖେଳାଳିଙ୍କ ଡ୍ରେସିଂ ରୁମ ଭିତରକୁ ପ୍ରବେଶ କରିବାର ଅନୁମତି ନାହିଁ । କେବଳ ସେତିକି ନୁହେଁ ଅଭ୍ୟାସ କିମ୍ବା ଟ୍ରେନିଂ ବେଳେ ବି ନୋ ଏଣ୍ଟ୍ରି ନିୟମ ଲାଗୁ କରିଛି ବିସିସିଆଇ । ଏପରିକି ମ୍ୟାଚ ଶେଷ ହେବା ପରେ ବି ପରିବାର ଲୋକେ ସେଠାକୁ ଯିବେ ନାହିଁ କିମ୍ବା ଖେଳାଳିଙ୍କ ସହିତ ରହିବେନି ।

IPL 2025: ଏହା ବ୍ୟତିତ ଖେଳାଳିମାନେ ନିଜ ହୋମ ଟାଉନରେ ଖେଳିବା ବେଳେ କିମ୍ବା ଅନ୍ୟ କେଣସି ସ୍ଥାନରେ ଖେଳିବା ବେଳେ ବ୍ୟକ୍ତିଗତ ଗାଡି ବ୍ୟବହାର କରିପାରିବେ ନାହିଁ । ସମସ୍ତେ ଟିମ ପାଇଁ ଥିବା ଗାଡିରେ ଯିବାଆସିବା କରିବେ । ଏଥର ଆଇପିଏଲରେ ନିୟମ କଡାକଡି କରିଛି BCCI । ଯାହାକୁ କିଛି ଲୋକ ନାପସନ୍ଦ କରୁଥିବା ବେଳେ ଅନେକ ସ୍ବାଗତ ବି କରିଛନ୍ତି । ସୋସିଆଲ ମିଡିଆରେ ବି ଏହାକୁ ନେଇ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

RCB vs KKR: ସୂଚନା ଥାଉକି, ଆଜି ଆଇପିଏଲର ଉଦଘାଟନୀ ମ୍ୟାଚ ଖେଳାଯିବ । କୋଲକାତାର ଇଡେନ ଗାର୍ଡେନରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri