ଟାଟୁ କରିଥିବା ପୋଲିସ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ୧୫ ଦିନ ଭିତରେ ନ ଲିଭାଇଲେ…

ଭୁବନେଶ୍ୱର, ୧୦।୪: ପୋଲିସ କର୍ମଚାରୀଙ୍କ ପାଇଁ ନୂଆ ନିୟମ। ବାଟାଲିୟନରେ ଟାଟୁ କରିପାରିବେନି କୌଣସି ପୋଲିସ। ଯେଉଁମାନେ ଟାଟୁ କରିଛନ୍ତ, ୧୫ ଦିନ ଭିତରେ ଲିଭାଇବାକୁ ଡିସିପି (ସିକ୍ୟୁରିଟି)ନିର୍ଦ୍ଦେଶ ଦେଇଛନ୍ତି। ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳାଙ୍କୁ ପ୍ରଶୟ ଦିଆଯିବନାହିଁ ଡିସିପି (ସିକ୍ୟୁରିଟି) କହିଛନ୍ତି। ତେବେ ୧୫ ଦିନ ଭିତରେ ନ ଲିଭାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ବ୍ୟତିତ ଅନ୍ୟ ପୋଲିସଙ୍କ ପାଇଁ ଏହି ନିୟମ ଲାଗୁ ନୁହେଁ।