ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଉପରେ ଜାରି ରହିବ କଡ଼ା ଆଭିମୁଖ୍ୟ: ଏସ୍‌ପି

ଛତ୍ରପୁର,୨୪ା୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଚୋରି, ଡକାୟତି, ଦାଦାବଟି ଭଳି ୧୨ଟି ଆପରାଧିକ ମାମଲାରେ ସଂଶ୍ଳିଷ୍ଟ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଘନଶ୍ୟାମ ବେହେରା ଓରଫ କାଳିଆକୁ ପୁରୁଷୋତ୍ତମପୁର ଥାନା କୋଦଳା ଥାନା ଅନ୍ତର୍ଗତ କନିଆରି-ଛୁଞ୍ଚିପଡ଼ା ରାସ୍ତାରେ ଏନ୍‌କାଉଣ୍ଟର କରିଛନ୍ତି। କାଳିଆଙ୍କ ଧରିବା ପାଇଁ ଦୁଇଟି ଦଳ ଗଠନ କରିଯାଇଥିବା ଗଞ୍ଜାମ ଏସ୍‌ପି ହରିଶ ବି. ସି. ଶୁକ୍ରବାର ଛତ୍ରପୁରଠାରେ ଥିବା ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

କାଳିଆ ପାଖରୁ ଗୋଟିଏ ୯ ମି.ମି. ଦେଶୀ ବନ୍ଧୁକ ଜବତ କରାଯାଇଥିବାବେଳେ ଅନେକ ଦିନରୁ ଗଞ୍ଜାମ ଓ ବ୍ରହ୍ମପୁର ଜିଲା ପୋଲିସ କାଳିଆକୁ ଖୋଜୁଥିଲା। ସେ ଅବୈଧ ଅସ୍ତ୍ରଶସ୍ତ୍ର କାରବାରରେ ମଧ୍ୟ ଜଡ଼ିତ ଥିବା ନେଇ ଆରକ୍ଷୀ ଅଧୀକ୍ଷକ କହିଛନ୍ତି।

କିଛିଦିନ ହେବ ଗଞ୍ଜାମ ଜିଲା ଅଶାନ୍ତ ହୋଇପଡ଼ିଛି। ଯାହା ଫଳରେ ଜିଲାବାସୀ ନିଜ ଘରୁ ବାହାରିବାକୁ ଅସୁରକ୍ଷିତ ମନେ କରୁଛନ୍ତି। ଏକାଧିକ ମାମଲରେ ସଂଶ୍ଳିଷ୍ଟ ଥିବା ଏହି ଭଳି ଦୁର୍ଦ୍ଦାନ୍ତ ଅପରାଧୀ ଆଇନ ହାତକୁ ନେବାକୁ ପଛାଉ ନାହାନ୍ତି ଏବଂ ଏମାନେ ସମସ୍ତଙ୍କ ପାଇଁ ଏକ ବିପଦ। ଜିଲାବାସୀଙ୍କ ସୁରକ୍ଷା ନିମନ୍ତେ ପ୍ରତିବଦ୍ଧ ଥିବା ସହ କାଳିଆ ବେହେରାଙ୍କ ଭଳି କୁଖ୍ୟାତ ଅପରାଧୀଙ୍କ ଉପରେ ପୋଲିସର କଡ଼ା ଆଭିମୁଖ୍ୟ ଜାରି ରହିବ ବୋଲି ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ କହିଛନ୍ତି।

Dharitri – Odisha’s No.1 Odia Daily

Share