ଗଞ୍ଜାମ,୧୨।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହରବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଛି । ବିଳମ୍ବରେ ହେଲେ ମଧ୍ୟ ଗଞ୍ଜାମ ସହର ବଡ଼ ବଜାର, ସାନ ବଜାର ଏବଂଜୟଶ୍ରୀ ଛକ ଠାରୁ ଥାନା ରୋଡ଼ ବିଞ୍ଚଣାପଲି ଛକ ପର୍ଯ୍ୟନ୍ତ ଡିଭାଇଡ଼ରରେ ନୂତନ ବିଦ୍ୟୁତ ଖୁଣ୍ଟ ସହ ଲାଇଟ ବ୍ୟବସ୍ଥା ଆରମ୍ଭ ହୋଇଛି ।
ଗୁରୁବାର ସନ୍ଧ୍ୟାରେ ଜୟଶ୍ରୀ ଛକ ଠାରୁ ବିଞ୍ଚଣା ପଲି ଛକ ପର୍ଯ୍ୟନ୍ତ ଲାଇଟ ଜଳୁଥିବା ଦେଖିବାକୁ ମିଳିଥିବା ବେଳେ ବଜାର ଗୁଡିକ ଟେଷ୍ଟିଙ୍ଗ କରି ବନ୍ଦ କରି ଦିଆଯାଇଥିଲା ବୋଲି ସହରରେ ଆଲୋଚନା ହୋଇଛି । ଯୁବ ସ୍ବେଛାସେବୀ ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ସହର ଆଲୋକୀ କରଣ ପାଇଁ ବହୁବାର ଏନଏସି ପ୍ରଶାସନ ଠାରେ ଦାବୀ ହୋଇଥିଲା । ଏଥିପାଇଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ, ସିଏମଏମ ତଥା ଗୋଷ୍ଠୀ ସଂଗଠିକା ଅଞ୍ଜଳି ପାଢ଼ୀଙ୍କୁ ସହରବାସୀ ସାଧୁବାଦ ଜଣାଇଛନ୍ତି ।
ସୂଚନା ଯୋଗ୍ୟ ବହୁ ଆଗରୁ ଅନ୍ୟlନ୍ୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକରେ ଆଲୋକୀକରଣ ବ୍ୟବସ୍ଥା ହୋଇ ସାରିଥିବା ବେଳେ ଏଠାରେ ବହୁ ବିଳମ୍ବରେ ଲାଇଟ ଲାଗିଲା ବୋଲି ଆଲୋଚନା ହେଉଅଛି ।