Posted inଫୁରସତ

ବର୍ଷାରେ ଷ୍ଟ୍ରିଟ୍‌ଫୁଡ୍‌

ବର୍ଷାଦିନିଆ ଥଣ୍ଡା
ପାଗରେ ଗରମ ଗରମ ଚଟପଟି ଖାଦ୍ୟ ଖାଇବାର ମଜା ନିଆରା। ଯେଉଁଥିପାଇଁ ଛୋଟରୁ ବଡ ପ୍ରତିଟି ସହରର ରାସ୍ତା ଉଭୟ ପାର୍ଶ୍ୱରେ ଦେଖିବାକୁ ମିଳେ ଭଳିକି ଭଳି ଷ୍ଟ୍ରିଟ୍‌ଫୁଡ୍‌ର ସମ୍ଭାର। ଆଉ ଯାହାକୁ ଖାଇବାର କ୍ରେଜ୍‌ ସବୁଠୁ ଅଧିକ ଥାଏ
ଯୁବପିଢିଙ୍କ ଠାରେ।
ତେବେ ବର୍ଷାଦିନେ
ଏଭଳି ଖାଦ୍ୟ
ସ୍ବାସ୍ଥ୍ୟପକ୍ଷେ ହିତକର
ନୁହେଁ..

ବର୍ତ୍ତମାନ ରାସ୍ତାକଡ଼ରେ ଛୋଟ ଛୋଟ ହୋଟେଲ, ରେଷ୍ଟୁରାଣ୍ଟରେ ବିକ୍ରୟ ହେଉଥିବା ବିଭିନ୍ନ ପ୍ରକାରର ଛଣାଛଣି ଏବଂ ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ପ୍ରାୟ ସଭିଙ୍କୁ ଆକୃଷ୍ଟ କରିଥାଏ। ବିଶେଷ କରି ଯୁବପିଢି ଏଭଳି ଖାଦ୍ୟ ଅଧିକ ଖାଉଥିବା ଦେଖିବାକୁ ମିଳିଥାଏ। ଏହା ହେଉଛି ଏଥିରେ ମିଶୁଥିବା କୃତ୍ରିମ ରଙ୍ଗ, ସୁସ୍ବାଦୁ ବାସନାର କମାଲ। ହେଲେ ଏଭଳି ଖାଦ୍ୟରେ ମିଶୁଥିବା ବିଭିନ୍ନ ଉପାଦାନ ଅପରପକ୍ଷେ ଝାଡ଼ା, ବାନ୍ତି, ଅମ୍ଳ, ଗ୍ୟାସ୍‌ଟ୍ରିକ୍‌, ପେଟବ୍ୟଥା, ପେଟରେ ବାୟୁ ଭର୍ତ୍ତିହୋଇ ଯନ୍ତ୍ରଣା ହେବା, ଅଜୀର୍ଣ୍ଣ, ଶ୍ୱାସ, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ମଧୁମେହ, ମେଦବହୁଳତା, କୋଲେଷ୍ଟରଲ ବୃଦ୍ଧି ଓ ଫୁଡ୍‌ପଏଜନ୍‌ ଏପରି କି କର୍କଟ ରୋଗ ସୃଷ୍ଟି କରିବାର ଆଶଙ୍କା ବଢ଼ାଇଥାଏ…
ସ୍ବାସ୍ଥ୍ୟ ପ୍ରତି ହାନିକାରକ ଫାଷ୍ଟଫୁଡ୍‌
ବର୍ତ୍ତମାନର ଯୁବପିଢିଙ୍କୁ ଘରେ ମାଆ, ମାଉସୀ, ଭଉଣୀମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ପ୍ରକାର ସୁସ୍ବାଦୁ ଘରୋଇ ଖାଦ୍ୟ ବଦଳରେ ମାର୍କେଟ୍‌ରେ ମିଳୁଥିବା ଆଖିକୁ ସୁନ୍ଦର ଦିଶୁଥିବା ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ଅଧିକ ପସନ୍ଦ ଆସୁଛି। ହେଲେ ଏଭଳି ଖାଦ୍ୟ ପ୍ରସ୍ତୁତ କରିବା ଲାଗି ମିଶାଯାଉଥିବା ତେଲ, ମସଲା, ରଙ୍ଗ ଆଦି ବିଭିନ୍ନ ରୋଗର କାରଣ ସାଜିପାରେ। ବିଶେଷ କରି ବର୍ଷାଦିନେ ସୁରକ୍ଷା ଦୃଷ୍ଟିରୁ ଏଭଳି ଖାଦ୍ୟ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ।
ଅଧିକାଂଶ ଷ୍ଟ୍ରିଟ୍‌ଫୁଡ୍‌ ଷ୍ଟଲ୍‌ ନାଳକଡ଼ ବା ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ହୋଇଥାଏ। ଏହାକୁ ପ୍ରସ୍ତୁତକାରୀ କେତେ ପରିସ୍କାର ପରିଛନ ଭାବେ ଏହାକୁ ପ୍ରସ୍ତୁତ କରିଥାନ୍ତି ତାହା ମଧ୍ୟ ପ୍ରଶ୍ନବାଚୀ। ଖାଦ୍ୟରେ ମାଛି ବସିବା ଓ ପୋକ ହେବା ମଧ୍ୟ ଦେଖାଯାଏ। ଏଥିରେ ବ୍ୟବହୃତ ହେଉଥିବା ତେଲ ମଧ୍ୟ ଶସ୍ତା, ନିମ୍ନମାନର; ଯାହାକି ରକ୍ତରେ ଏଲ୍‌.ଡି.ଏଲ୍‌. ମାତ୍ରାକୁ ବଢ଼ାଏ। ଏହାକୁ ବାରମ୍ବାର ଗରମ କଲେ ତେଲର ଫ୍ରି ରେଡିକାଲ୍ସ ତତ୍ତ୍ୱ ନଷ୍ଟ ହୋଇ ବିଷାକ୍ତ ହୋଇଯାଏ, ଯାହାକୁ ପୋଡ଼ାତେଲ କୁହାଯାଏ। ଏହା ପେଟରୋଗର ମୁଖ୍ୟ କାରଣ। ବଜାରରେ ମିଳୁଥିବା ଆର୍ଟିଫିସିଆଲ୍‌ ଫୁଡ୍‌ କଲର, କମ୍‌ ଦାମିକା ଶଶ୍‌, ମସଲା ଆଦିରେ ଲିଡ୍‌, ମର୍କୁରୀ, ପୋଟ୍ଟାସିୟମ କ୍ରୋମେଟ୍‌, ପ୍ରପିଲିନ୍‌ ଗ୍ଲାଇକୋଲ, କ୍ୟାଲସିୟମ ସଲ୍‌ଫେଟ୍‌, ଫସଫେଟ୍‌ ଏଡେସିଭ୍‌, ଏହା ବ୍ୟତୀତ ବଜାରରେ ବିକ୍ରୟ ହେଉଥିବା ପ୍ୟାକେଟ୍‌ ମସଲାଗୁଡିକ ଘରୋଇ ମସଲା ଅପେକ୍ଷା ଅଧିକ ରଙ୍ଗ ଏବଂ ସ୍ବାଦଯୁକ୍ତ ହୋଇଥାଏ। ଏଥିରେ ରଙ୍ଗ ଏବଂ ସୁଗନ୍ଧ ଦ୍ରବ୍ୟ ମିଶ୍ରଣ ହୋଇଥାଏ। ଯାହାକି ଅନ୍ତ ଆମାଶୟ ଓ ଯକୃତକୁ କ୍ଷତି ପହଞ୍ଚାଇଥାଏ। ଖାଦ୍ୟକୁ ସ୍ବାଦୁ କରିବା ପାଇଁ ଚାଇନା ଲୁଣ ବ୍ୟବହୃତ ହୁଏ। ଗୁପ୍‌ଚୁପ୍‌ ପାଣିକୁ କୃତ୍ରିମ ଉପାୟରେ ଖଟା କରିବା ପାଇଁ ଏକ କେମିକାଲ ଗୁଣ୍ଡ ବ୍ୟବହାର କରାଯାଏ। ଏହାର ସ୍ବାଦ ବଢ଼ାଇବା ପାଇଁ ଜଲ୍‌ଜୀରା ଗୁଣ୍ଡ ଦିଆଯାଏ। ଏହା ରକ୍ତକୁ ବହଳିଆ କରେ। ତଜ୍ଜନିତ ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଆଶଙ୍କା ବଢ଼ିଯାଏ।
ଫାଷ୍ଟଫୁଡ୍‌, ବର୍ଗର, ପିଜା ଓ ଚିଲ୍ଲି ପାଇଁ ବ୍ୟବହୃତ ମଇଦାରେ ଫାଇବର ନ ଥିବାରୁ ଏହା କୋଷ୍ଠବଦ୍ଧତା, ଅର୍ଶ, ଭଗନ୍ଦର, ମଧୁମେହ, ମେଦବହୁଳତା ସୃଷ୍ଟି କରେ ଓ ଦାନ୍ତ ଏନାମେଲ୍‌କୁ ନଷ୍ଟ କରେ।
ବର୍ଷାଦିନେ ବିଭିନ୍ନ ପୋକଜୋକ, ଶଁବାଳୁଆ, କେରେଣ୍ଡି, ବେଙ୍ଗ ଅଜଣାରେ ଅପରିଷ୍କାର ସ୍ଥାନରେ ରନ୍ଧାଯାଇଥିବା ଖାଦ୍ୟରେ ପଡିଯିବା ଏବଂ ପଚିଯିବାର ଭୟ ରହିଅଛି। ଏହା ସେବନ ଦ୍ୱାରା ଫୁଡ୍‌ ପଏଜନ୍‌ ହୋଇ ଝାଡ଼ାବାନ୍ତି ହୋଇପାରେ।
ଅନେକ ଦୋକାନରେ ବିକ୍ରି ହୋଇ ପାରିନଥିବା ବାସି ଖାଦ୍ୟକୁ ପରଦିନ ଅଧିକ ତେଲ ମସଲା ଦେଇ କଷି ଗରମ କରି ଏବଂ ଏହାର ବାସିଖଟା ସ୍ବାଦକୁ ଲୁଚାଇବା ପାଇଁ ଦହି, ଖଟାପାଣି ବା ଚିନିର ବ୍ୟବହାର କରିଥା’ନ୍ତି। ଏହା ପେଟରୋଗ, ଅମ୍ଳ, ବାନ୍ତି, ପେଟ ମୋଡ଼ି ଯନ୍ତ୍ରଣା ହେବା, ଝାଡ଼ା ଇତ୍ୟାଦି ହେବାର ଦେଖାଯାଏ।
ଖାଦ୍ୟକୁ ପରଷା ଯାଉଥିବା ପ୍ଲାଷ୍ଟିକ୍‌ ଜିନିଷଗୁଡ଼ିକ ଏହାର ଗରମ ପ୍ରଭାବରେ ତରଳି ଅଣୁଗୁଡିକ ଖାଦ୍ୟରେ ମିଶି ପେଟକୁ ଯାଇ ମାରାତ୍ମକ ରୋଗ ସୃଷ୍ଟି କରେ। ଅନ୍ୟାନ୍ୟ ଷ୍ଟିଲ୍‌ଥାଳି, ଚାମଚ ଆଦି ଭଲ ଭାବେ ନ ଧୋଇ ଅଇଁଠା ପାଣିରେ ଧୋଇ ଶୁଖିଲା ଲୁଗାରେ ପୋଛି ବ୍ୟବହାର କରିବା ଦେଖାଯାଏ। ଯଦ୍ଦ୍ବାରା ସଂକ୍ରାମକ ରୋଗ ବ୍ୟାପେ।
ଦୋକାନୀ ମୁଣ୍ଡକୁ ନ ଘୋଡ଼ାଇବା ଦ୍ୱାରା କେଶ ଝଡ଼ି ଖାଦ୍ୟରେ ପଡ଼ିପାରେ। ମୁହଁରେ ମାସ୍କ ଓ ହାତରେ ଗ୍ଲୋବ୍ସ ବ୍ୟବହାର ନ କରିବା କାରଣରୁ ମଧ୍ୟ ବିଭିନ୍ନ ରୋଗ ବ୍ୟାପିବାର ଭୟ ରହିଛି। ଏଣୁ ଗ୍ରାହକ ଏଥିପ୍ରତି ସଚେତନ ହେବା ଜରୁରୀ। ଯଥାସମ୍ଭବ ସ୍ବାସ୍ଥ୍ୟପକ୍ଷେ ହିତକର ବା ହାଇଜେନିକ ଫୁଡ୍‌କୁ ଗ୍ରହଣ କରିବା ଦରକାର।
– ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri