Posted inଫୁରସତ

ବର୍ଷାରେ ଷ୍ଟ୍ରିଟ୍‌ଫୁଡ୍‌

ବର୍ଷାଦିନିଆ ଥଣ୍ଡା
ପାଗରେ ଗରମ ଗରମ ଚଟପଟି ଖାଦ୍ୟ ଖାଇବାର ମଜା ନିଆରା। ଯେଉଁଥିପାଇଁ ଛୋଟରୁ ବଡ ପ୍ରତିଟି ସହରର ରାସ୍ତା ଉଭୟ ପାର୍ଶ୍ୱରେ ଦେଖିବାକୁ ମିଳେ ଭଳିକି ଭଳି ଷ୍ଟ୍ରିଟ୍‌ଫୁଡ୍‌ର ସମ୍ଭାର। ଆଉ ଯାହାକୁ ଖାଇବାର କ୍ରେଜ୍‌ ସବୁଠୁ ଅଧିକ ଥାଏ
ଯୁବପିଢିଙ୍କ ଠାରେ।
ତେବେ ବର୍ଷାଦିନେ
ଏଭଳି ଖାଦ୍ୟ
ସ୍ବାସ୍ଥ୍ୟପକ୍ଷେ ହିତକର
ନୁହେଁ..

ବର୍ତ୍ତମାନ ରାସ୍ତାକଡ଼ରେ ଛୋଟ ଛୋଟ ହୋଟେଲ, ରେଷ୍ଟୁରାଣ୍ଟରେ ବିକ୍ରୟ ହେଉଥିବା ବିଭିନ୍ନ ପ୍ରକାରର ଛଣାଛଣି ଏବଂ ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ପ୍ରାୟ ସଭିଙ୍କୁ ଆକୃଷ୍ଟ କରିଥାଏ। ବିଶେଷ କରି ଯୁବପିଢି ଏଭଳି ଖାଦ୍ୟ ଅଧିକ ଖାଉଥିବା ଦେଖିବାକୁ ମିଳିଥାଏ। ଏହା ହେଉଛି ଏଥିରେ ମିଶୁଥିବା କୃତ୍ରିମ ରଙ୍ଗ, ସୁସ୍ବାଦୁ ବାସନାର କମାଲ। ହେଲେ ଏଭଳି ଖାଦ୍ୟରେ ମିଶୁଥିବା ବିଭିନ୍ନ ଉପାଦାନ ଅପରପକ୍ଷେ ଝାଡ଼ା, ବାନ୍ତି, ଅମ୍ଳ, ଗ୍ୟାସ୍‌ଟ୍ରିକ୍‌, ପେଟବ୍ୟଥା, ପେଟରେ ବାୟୁ ଭର୍ତ୍ତିହୋଇ ଯନ୍ତ୍ରଣା ହେବା, ଅଜୀର୍ଣ୍ଣ, ଶ୍ୱାସ, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ମଧୁମେହ, ମେଦବହୁଳତା, କୋଲେଷ୍ଟରଲ ବୃଦ୍ଧି ଓ ଫୁଡ୍‌ପଏଜନ୍‌ ଏପରି କି କର୍କଟ ରୋଗ ସୃଷ୍ଟି କରିବାର ଆଶଙ୍କା ବଢ଼ାଇଥାଏ…
ସ୍ବାସ୍ଥ୍ୟ ପ୍ରତି ହାନିକାରକ ଫାଷ୍ଟଫୁଡ୍‌
ବର୍ତ୍ତମାନର ଯୁବପିଢିଙ୍କୁ ଘରେ ମାଆ, ମାଉସୀ, ଭଉଣୀମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ପ୍ରକାର ସୁସ୍ବାଦୁ ଘରୋଇ ଖାଦ୍ୟ ବଦଳରେ ମାର୍କେଟ୍‌ରେ ମିଳୁଥିବା ଆଖିକୁ ସୁନ୍ଦର ଦିଶୁଥିବା ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ଅଧିକ ପସନ୍ଦ ଆସୁଛି। ହେଲେ ଏଭଳି ଖାଦ୍ୟ ପ୍ରସ୍ତୁତ କରିବା ଲାଗି ମିଶାଯାଉଥିବା ତେଲ, ମସଲା, ରଙ୍ଗ ଆଦି ବିଭିନ୍ନ ରୋଗର କାରଣ ସାଜିପାରେ। ବିଶେଷ କରି ବର୍ଷାଦିନେ ସୁରକ୍ଷା ଦୃଷ୍ଟିରୁ ଏଭଳି ଖାଦ୍ୟ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ।
ଅଧିକାଂଶ ଷ୍ଟ୍ରିଟ୍‌ଫୁଡ୍‌ ଷ୍ଟଲ୍‌ ନାଳକଡ଼ ବା ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ହୋଇଥାଏ। ଏହାକୁ ପ୍ରସ୍ତୁତକାରୀ କେତେ ପରିସ୍କାର ପରିଛନ ଭାବେ ଏହାକୁ ପ୍ରସ୍ତୁତ କରିଥାନ୍ତି ତାହା ମଧ୍ୟ ପ୍ରଶ୍ନବାଚୀ। ଖାଦ୍ୟରେ ମାଛି ବସିବା ଓ ପୋକ ହେବା ମଧ୍ୟ ଦେଖାଯାଏ। ଏଥିରେ ବ୍ୟବହୃତ ହେଉଥିବା ତେଲ ମଧ୍ୟ ଶସ୍ତା, ନିମ୍ନମାନର; ଯାହାକି ରକ୍ତରେ ଏଲ୍‌.ଡି.ଏଲ୍‌. ମାତ୍ରାକୁ ବଢ଼ାଏ। ଏହାକୁ ବାରମ୍ବାର ଗରମ କଲେ ତେଲର ଫ୍ରି ରେଡିକାଲ୍ସ ତତ୍ତ୍ୱ ନଷ୍ଟ ହୋଇ ବିଷାକ୍ତ ହୋଇଯାଏ, ଯାହାକୁ ପୋଡ଼ାତେଲ କୁହାଯାଏ। ଏହା ପେଟରୋଗର ମୁଖ୍ୟ କାରଣ। ବଜାରରେ ମିଳୁଥିବା ଆର୍ଟିଫିସିଆଲ୍‌ ଫୁଡ୍‌ କଲର, କମ୍‌ ଦାମିକା ଶଶ୍‌, ମସଲା ଆଦିରେ ଲିଡ୍‌, ମର୍କୁରୀ, ପୋଟ୍ଟାସିୟମ କ୍ରୋମେଟ୍‌, ପ୍ରପିଲିନ୍‌ ଗ୍ଲାଇକୋଲ, କ୍ୟାଲସିୟମ ସଲ୍‌ଫେଟ୍‌, ଫସଫେଟ୍‌ ଏଡେସିଭ୍‌, ଏହା ବ୍ୟତୀତ ବଜାରରେ ବିକ୍ରୟ ହେଉଥିବା ପ୍ୟାକେଟ୍‌ ମସଲାଗୁଡିକ ଘରୋଇ ମସଲା ଅପେକ୍ଷା ଅଧିକ ରଙ୍ଗ ଏବଂ ସ୍ବାଦଯୁକ୍ତ ହୋଇଥାଏ। ଏଥିରେ ରଙ୍ଗ ଏବଂ ସୁଗନ୍ଧ ଦ୍ରବ୍ୟ ମିଶ୍ରଣ ହୋଇଥାଏ। ଯାହାକି ଅନ୍ତ ଆମାଶୟ ଓ ଯକୃତକୁ କ୍ଷତି ପହଞ୍ଚାଇଥାଏ। ଖାଦ୍ୟକୁ ସ୍ବାଦୁ କରିବା ପାଇଁ ଚାଇନା ଲୁଣ ବ୍ୟବହୃତ ହୁଏ। ଗୁପ୍‌ଚୁପ୍‌ ପାଣିକୁ କୃତ୍ରିମ ଉପାୟରେ ଖଟା କରିବା ପାଇଁ ଏକ କେମିକାଲ ଗୁଣ୍ଡ ବ୍ୟବହାର କରାଯାଏ। ଏହାର ସ୍ବାଦ ବଢ଼ାଇବା ପାଇଁ ଜଲ୍‌ଜୀରା ଗୁଣ୍ଡ ଦିଆଯାଏ। ଏହା ରକ୍ତକୁ ବହଳିଆ କରେ। ତଜ୍ଜନିତ ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଆଶଙ୍କା ବଢ଼ିଯାଏ।
ଫାଷ୍ଟଫୁଡ୍‌, ବର୍ଗର, ପିଜା ଓ ଚିଲ୍ଲି ପାଇଁ ବ୍ୟବହୃତ ମଇଦାରେ ଫାଇବର ନ ଥିବାରୁ ଏହା କୋଷ୍ଠବଦ୍ଧତା, ଅର୍ଶ, ଭଗନ୍ଦର, ମଧୁମେହ, ମେଦବହୁଳତା ସୃଷ୍ଟି କରେ ଓ ଦାନ୍ତ ଏନାମେଲ୍‌କୁ ନଷ୍ଟ କରେ।
ବର୍ଷାଦିନେ ବିଭିନ୍ନ ପୋକଜୋକ, ଶଁବାଳୁଆ, କେରେଣ୍ଡି, ବେଙ୍ଗ ଅଜଣାରେ ଅପରିଷ୍କାର ସ୍ଥାନରେ ରନ୍ଧାଯାଇଥିବା ଖାଦ୍ୟରେ ପଡିଯିବା ଏବଂ ପଚିଯିବାର ଭୟ ରହିଅଛି। ଏହା ସେବନ ଦ୍ୱାରା ଫୁଡ୍‌ ପଏଜନ୍‌ ହୋଇ ଝାଡ଼ାବାନ୍ତି ହୋଇପାରେ।
ଅନେକ ଦୋକାନରେ ବିକ୍ରି ହୋଇ ପାରିନଥିବା ବାସି ଖାଦ୍ୟକୁ ପରଦିନ ଅଧିକ ତେଲ ମସଲା ଦେଇ କଷି ଗରମ କରି ଏବଂ ଏହାର ବାସିଖଟା ସ୍ବାଦକୁ ଲୁଚାଇବା ପାଇଁ ଦହି, ଖଟାପାଣି ବା ଚିନିର ବ୍ୟବହାର କରିଥା’ନ୍ତି। ଏହା ପେଟରୋଗ, ଅମ୍ଳ, ବାନ୍ତି, ପେଟ ମୋଡ଼ି ଯନ୍ତ୍ରଣା ହେବା, ଝାଡ଼ା ଇତ୍ୟାଦି ହେବାର ଦେଖାଯାଏ।
ଖାଦ୍ୟକୁ ପରଷା ଯାଉଥିବା ପ୍ଲାଷ୍ଟିକ୍‌ ଜିନିଷଗୁଡ଼ିକ ଏହାର ଗରମ ପ୍ରଭାବରେ ତରଳି ଅଣୁଗୁଡିକ ଖାଦ୍ୟରେ ମିଶି ପେଟକୁ ଯାଇ ମାରାତ୍ମକ ରୋଗ ସୃଷ୍ଟି କରେ। ଅନ୍ୟାନ୍ୟ ଷ୍ଟିଲ୍‌ଥାଳି, ଚାମଚ ଆଦି ଭଲ ଭାବେ ନ ଧୋଇ ଅଇଁଠା ପାଣିରେ ଧୋଇ ଶୁଖିଲା ଲୁଗାରେ ପୋଛି ବ୍ୟବହାର କରିବା ଦେଖାଯାଏ। ଯଦ୍ଦ୍ବାରା ସଂକ୍ରାମକ ରୋଗ ବ୍ୟାପେ।
ଦୋକାନୀ ମୁଣ୍ଡକୁ ନ ଘୋଡ଼ାଇବା ଦ୍ୱାରା କେଶ ଝଡ଼ି ଖାଦ୍ୟରେ ପଡ଼ିପାରେ। ମୁହଁରେ ମାସ୍କ ଓ ହାତରେ ଗ୍ଲୋବ୍ସ ବ୍ୟବହାର ନ କରିବା କାରଣରୁ ମଧ୍ୟ ବିଭିନ୍ନ ରୋଗ ବ୍ୟାପିବାର ଭୟ ରହିଛି। ଏଣୁ ଗ୍ରାହକ ଏଥିପ୍ରତି ସଚେତନ ହେବା ଜରୁରୀ। ଯଥାସମ୍ଭବ ସ୍ବାସ୍ଥ୍ୟପକ୍ଷେ ହିତକର ବା ହାଇଜେନିକ ଫୁଡ୍‌କୁ ଗ୍ରହଣ କରିବା ଦରକାର।
– ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri