ସୀମାନ୍ତ ଗ୍ରାମବାସୀଙ୍କୁ ରୋଜଗାର ବାଟ ଦେଖାଇବ ଷ୍ଟ୍ରବେରି ଚାଷ

ପଟ୍ଟାଙ୍ଗୀ,୨୪।୨(ଡି.ଏନ.ଏ.) ସୀମାନ୍ତ ଗ୍ରାମରେ ବସବାସ କରୁଥିବା ଲୋକେ କିପରି ସ୍ବାବଲମ୍ବୀ ହୋଇ ରୋଜଗାରକ୍ଷମ ହୋଇ ପାରିବେ ସେନେଇ ଜିଲା ପ୍ରଶାସନ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରିଆସୁଛି। କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଡୋଲିଆମ୍ବ ଗ୍ରାମବାସୀଙ୍କ ପାଇଁ ଏବେ ଷ୍ଟ୍ରବେରି ଚାଷ ନୂଆ ଆଶା ଦେଖାଇଛି। ପ୍ରଶାସନ ପକ୍ଷରୁ ଜୈବିକ ପଦ୍ଧତିରେ କରାଯାଇଥିବା ଏହି ଚାଷ ଆଗାମୀ ଦିନରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିପାରି ଏ ଆଶା ଉଜ୍ଜ୍ୱଳ ହୋଇଛି। କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକରେ ଷ୍ଟ୍ରବେରି ଚାଷ ପାଇଁ ମଧ୍ୟ କୋଟିଆ ପଞ୍ଚାୟତବାସୀ ସହଯୋଗର ହାତ ବଢାଇଛନ୍ତି।
ଏବେ ଡୋଲିଆମ୍ବ ଗ୍ରାମବାସୀ କିପରି ଉନ୍ନତମାନର ଷ୍ଟ୍ରବେରି ଚାଷ କରି ଲାଭବାନ ହେବେ ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ଅବ୍ଦଲ ଏମ. ଅଖତରଙ୍କ ନିର୍ଦ୍ଦେଶରେ ଆଇଟିଡିଏ ପକ୍ଷରୁ ଜୈବିକ ପଦ୍ଧତିରେ ଡ୍ରପିଓମଲ୍ଟିଂ ମାଧ୍ୟମରେ ଏହି ଚାଷ ପାଇଁ ତାଲିମ ବ୍ୟବସ୍ଥା ହୋଇଥିଲା। ପୁଣେରୁ ଷ୍ଟ୍ରବେରି ଚାରା ଆଣି ପ୍ରାୟ ୫ଏକର ଜମିରେ ଚାଷ କରାଯାଇଥିଲା । ଯାହା ଏବେ ଅମଳ ହୋଇଛି। ଅମଳ ଷ୍ଟ୍ରବେରିକୁ କିପରି ବାହାର ବଜାରରେ ଉଚିତ ମୂଲ୍ୟରେ ବିକ୍ରି ହୋଇପାରିବ ସେନେଇ ମଧ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ଆଇଟିଡିଏର ଜିଲା ପ୍ରକଳ୍ପ ସଂଯୋଜକ କାଶୀପ୍ରସାଦ ନାୟକ କହିଛନ୍ତି। ସେ କହିଛନ୍ତି ଯେ, ୩୫ ଲକ୍ଷ ଟଙ୍କା ର ଏକ ଯୋଜନା ପ୍ରସ୍ତୁତ କରି ଏପରି ଉନ୍ନତ ମାନର ଚାଷ କରାଯାଇଛି। ବର୍ତ୍ତମାନ ଷ୍ଟ୍ରବେରି ଫଳ ବଜାରରେ କିଲୋ ପିଛା ୪୦୦ରୁ ୫୦୦ଟଙ୍କା ବିକ୍ରି ହେଉଛି। ଡୋଲିଆମ୍ବ ଗ୍ରାମରେ ଅମଳ ହୋଇଥିବା ଷ୍ଟ୍ରବେରି କିପରି ହୋଲସେଲ ଦରରେ ୨୫୦ ଟଙ୍କା ମଧ୍ୟରେ ବିକ୍ରି ହେବ ସେନେଇ ବିଭିନ୍ନ ହୋଲ୍ସେରମାନଙ୍କ ସହ ଯୋଗାଯୋଗ କରାଯାଉଛି ବୋଲି ନାୟକ ପ୍ରକାଶ କରିଛନ୍ତି।
ଏପଟେ ଜିଲା ପ୍ରଶାସନ ପକ୍ଷରୁ ଏପରି କାର୍ଯ୍ୟକ୍ରମ ଡୋଲିଆମ୍ବଠାରେ କରାଯାଉଥିବା ବେଳେ ପଡୋଶୀ ଆନ୍ଧ୍ରର ଅତିରିକ୍ତ ପିଡି ଡିଆରଡିଏ ୱାଇ. ସତ୍ୟମ ନାଇଡୁଙ୍କ ତତ୍ତ୍ୱାବଧାନରେ ସାଲୁର ବ୍ଲକର ଏପିଏମ୍‌ ଜୟାମାଁ ଏବଂ ସିସି ନିର୍ମଳା ପ୍ରମୁଖ ଫାଟୁସିନେରି ଗ୍ରାମରେ ପହଞ୍ଚତ୍ ଅମଳ ହୋଇଥିବା ହଳଦୀ ଓ ଗ୍ରାମବାସୀଙ୍କ ନିକଟରେ ଗଛିତ ରହିଥିବା ତେନ୍ତୁଳି କିପରି ଆନ୍ଧ୍ର ବଜାରରେ ଉଚିତ ମୂଲ୍ୟରେ ବିକ୍ରି ହୋଇପାରିବ ସେନେଇ ଲୋକଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନିର୍ବାଚନ ଆସିଲେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରମାନଙ୍କ ସ୍ଥାୟୀ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ମିଳେ। ନିର୍ବାଚନୀ ବୈତରିଣୀ ପାର ହେବା ପରେ ରାଜନେତାମାନେ ସବୁ କିଛି ଭୁଲି ଯାଆନ୍ତି। ଏହି ଦୁଇ ପ୍ରମୁଖ ସମସ୍ୟାକୁ ନେଇ ବଙ୍ଗୀୟ ଭୋଟରମାନଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି ବୋଲି କୁହାଯାଇଛି। ୨୨ ନଂ. ଜିଲା ପରିଷଦ ଜୋନ୍‌ରୁ ବିଜେଡିରୁ ଅପୁ ପରିଡ଼ା, ଭାଜପାରୁ ସରୋଜକାନ୍ତ ସାହୁ, କଂଗ୍ରେସରୁ ବ୍ରଜମୋହନ ମଣ୍ଡଳ ପ୍ରାର୍ଥୀ ହୋଇଛନ୍ତି। ଏହି ଜୋନରୁ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡିର କବିତା ମଲିକ ୧୧ ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିଥିଲେ। ସେହିପରି ୨୩ ନଂ. ଜିଲା ପରିଷଦ ଜୋନରୁ ବିଜେଡିରୁ ମୃତ୍ୟୁଞ୍ଜୟ ମଣ୍ଡଳ, ଭାଜପାରୁ ଶଶିକାନ୍ତ ପରିଡ଼ା, ସିଆଇଏମ୍‌ରୁ ନରୋତ୍ତମ ପାର୍ଥସାରଥି, କଂଗ୍ରେସରୁ ସୁଶୀଲ ସେନାପତି ଓ ସ୍ବାଧୀନ ଭାବେ ଅଛିନ୍ତ ମାଇତି ପ୍ରାର୍ଥୀ ହୋଇ ନିର୍ବାଚନ ମଇଦାନରେ ରହିଛନ୍ତି। ଏହି ଜୋନ୍‌ରୁ ୨୦୧୭ ନିର୍ବାଚନରେ ବିଜେଡିରୁ ମାଧବୀଲତା ହାଲଦାର ବିଜୟୀ ହୋଇଥିଲେ। କିନ୍ତୁ ବାସ୍ତବ ପକ୍ଷେ ବିଜେଡି ସହ ଭାଜପାର କଡ଼ା ମୁକାବିଲା ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି। ଏହି ଦୁଇ ଜିଲା ପରିଷଦ ଜୋନ୍‌ରେ ବିଜେଡି ପ୍ରାର୍ଥୀମାନେ ଗଡ଼ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ୨୨ ନଂ. ଜିଲା ପରିଷଦ ଜୋନ୍‌ରେ ୩୫ ହଜାରରୁ ଅଧିକ ଭୋଟର ଥିବାବେଳେ ୨୩ ନଂ. ଜୋନ୍‌ରେ ୩୪ ହଜାରରୁ ଅଧିକ ଭୋଟର ରହିଛନ୍ତି। ମୋଟରେ ୬୯ ହଜାରରୁ ଅଧିକ ଥିବାବେଳେ ସେଥିମଧ୍ୟରୁ ୩୦ ହଜାରରୁ ଅଧିକ ବଙ୍ଗୀୟ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ବଙ୍ଗୀୟ ଭୋଟରଙ୍କ ମନ ଜିଣିବାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭିନ୍ନ ଭିନ୍ନ ପନ୍ଥା ଓ କସରତ କରିବା ଏବେଠୁ ଆରମ୍ଭ ହୋଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri