କୋଟିଆର ୧୦୦ ଏକର ଜମିରେ ଷ୍ଟ୍ରବେରି ଚାଷ

କୋରାପୁଟ,୬ା୪(ସ୍ବ.ପ୍ର.): କୋରାପୁଟ ଜିଲାର କୋଟିଆ ପଞ୍ଚାୟତ ଅଞ୍ଚଳରେ ଏବେ ୨୦ ଏକର ଜମିରେ ଷ୍ଟ୍ରବେରି ଚାଷ କରାଯାଉଛି। ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯାଇ ୧୦୦ ଏକର ଜମିରେ ଷ୍ଟ୍ରବେରି ଚାଷ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ପିଏ ଆଇଟିଡିଏ କାରୁ ସୋରେନ କହିଛନ୍ତି। ଏଥିପାଇଁ କୋଟିଆ ପଞ୍ଚାୟତର ରଣସିଂ, ଗଞ୍ଜେଇପଦର, ପନିକି ଆଦି ୧୦ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ଏହି ଗ୍ରାମରେ ଥିବା ୧୦୦ ଏକର ଜମିରେ ଷ୍ଟ୍ରବେରି ଚାଷ ହେବ। ଏହି ଚାଷ ପାଇଁ ଆବଶ୍ୟକ ଅନୁଦାନ ଜିଲା ପ୍ରଶାସନ ଯୋଗାଇ ଦେବ। ଏ ନେଇ ବୁଧବାର ପିଏ ଆଇଟିଡିଏ ସୋରେନ ଓ ବିଭାଗୀୟ ଅଧିକାରୀମାନେ କୋଟିଆ ପରିଦର୍ଶନ କରିଛନ୍ତି। ଗତ ମାସରେ ତତ୍କାଳିନ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲାର କୋଟିଆ ଅଞ୍ଚଳ ପରିଦର୍ଶନ କରି ଏଠାରେ ଉପତ୍ାଦିତ ଷ୍ଟବେରିର ଗୁଣାତ୍ମକମାନ ରହିଥିବା ପ୍ରକାଶ କରିଥିଲେ। ଆଗାମୀ ଦିନରେ ଏହି ଚାଷକୁ ଅଧିକ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ସେ କହିଥିଲେ ା
କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ଥିବା କୋଟିଆ ପଞ୍ଚାୟତ ଅଞ୍ଚଳରେ ଥଣ୍ଡା ଜଳବାୟୁ ଓ ପରିବେଶକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଗତ ଦୁଇ ବର୍ଷ ହେବ ଆଇଟିଡିଏ ଦ୍ୱାରା ଷ୍ଟବେରି ଚାଷ ଆରମ୍ଭ କରିଛି। ଚଳିତବର୍ଷ ମଧ୍ୟ ଉକ୍ତ ଅଞ୍ଚଳରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପ୍ରାୟ ୨୦ ଏକର ଜମିରେ ଷ୍ଟବେରି ଚାଷ କରାଯାଇଛି ା ଏବେ ଆଇଟିଡିଏର ମିଶନ ଜିବିକା ପ୍ରକଳ୍ପ ଦ୍ୱାରା କୋଟିଆର ଜାନିଗୁଡା ଗ୍ରାମର ୩ ଏକର ଜମି, ଫାଟୁସିନେରୀ ଗ୍ରାମର ୯ ଏକର ଜମି ଓ ନୂଆଗଁା ପଞ୍ଚାୟତର ଗାଲିଗାବଦର ଗ୍ରାମରେ ୮ ଏକର ଜମିରେ ଏହି ଷ୍ଟବେରି ଚାଷ କରାଯାଉଛି ା ଜୈବିକ ପ୍ରଣାଳୀରେ କରାଯାଉଥିବା ଏହି କୋଟିଆ ଷ୍ଟ୍ରବେରିର ଦାମ୍‌ କେଜି ପ୍ରତି ୫ ଶହ ଟଙ୍କା ରହିଛି। ପ୍ରତି ୨ ଶହ ଗ୍ରାମକୁ ନେଇ ହୋଇଥିବା ପ୍ୟାକେଟ୍‌ର ମୂଲ୍ୟ ଶହେ ଟଙ୍କା ରଖାଯାଇଛି ା ଏହାର ବିକ୍ରି ନେଇ କୃଷି ପରାମର୍ଶଦାତା ଶିବ ବେହେରା ଓ ଯାନ୍ତ୍ରିକ ପରାମର୍ଶଦାତା ସତ୍ୟ ମହାନ୍ତି ସହଯୋଗ କରୁଛନ୍ତି। କେବଳ ଓଡ଼ିଶା ନୁହେଁ ଏହାର ଗୁଣାତ୍ମକମାନ ଯୋଗୁ ଆନ୍ଧ୍ରରେ ମଧ୍ୟ କୋଟିଆ ଷ୍ଟବେରିର ବେଶ ଚାହିଦା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri