ଜମିରେ ପଚୁଛି ଷ୍ଟ୍ରବେରୀ

ଦାରିଙ୍ଗବାଡି,୨୯ା୨(ଅରୁଣ ସାହୁ)ଦାରିଙ୍ଗବାଡି ପ୍ରଥମେ ଜୈବିକ ପଦ୍ଧତିରେ କଫି ଚାଷ କରି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ସେହି କ୍ରମରେ ଗତ ୨୦୨୨-୨୩ ଆର୍ଥିକ ବର୍ଷ ପ୍ରଥମଥର ପାଇଁ କନ୍ଧମାଳ ଜିଲାରେ ଜିଲା ପ୍ରଶାସନର ଉଦ୍ୟମରେ ଷ୍ଟ୍ରବେରୀ ଚାଷ ଆରମ୍ଭ କରାଯାଇଥିଲା। ମାତ୍ର ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏଲିଜ଼ାବେଥ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ରୋଜଗାର କରାଯାଇଥିଲା। ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ଉକ୍ତ ବ୍ଲକରେ ସିଆଙ୍ଗବାଲି ପଞ୍ଚାୟତ ମାଲେବାଡି ରାଜସ୍ବ ଗ୍ରାମର ପଞ୍ଚୁପଲୀ ଗ୍ରାମରେ ଅଢେଇ ଏକର ଓ ଶ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମରେ ଅଢେଇ ଏକର ଜମିରେ ଷ୍ଟ୍ରବେରୀ ଚାଷ କରାଯାଇଥିଲା। ତେବେ ପଞ୍ଚୁପଲୀରେ ଜୀବନଜ୍ୟୋତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ କରାଯାଉଥିବା ଚାଷରେ ବହୁ କ୍ଷତି ହୋଇଥିବା ମହିଳା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ଷ୍ଟ୍ରବେରୀ ଦୈନିକ ୧ କୁଇଣ୍ଟାଲରୁ ଅଧିକା ଅମଳ ହେଉଛି। ପ୍ରଥମେ ଫଳ ଅମଳ ହେବା ସମୟରେ ଚାଷ ଜମି ନିକଟରେ ହିଁ ବିକ୍ରି ହେଉଥିଲା। ଦାରିଙ୍ଗବାଡିକୁ ଆସୁଥିବା ପର୍ଯ୍ୟଟକମାନେ ଷ୍ଟ୍ରବେରୀ କିଣି ନେଉଥିଲେ, କିଲୋ ପିଛା ୫ ଶହ ଟଙ୍କା ଓ ୨ଶହ ଗ୍ରାମ ପ୍ୟାକେଟକୁ ୧ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇପାରୁଥିଲା। କିନ୍ତୁ ଚଳିତ ସପ୍ତାହରେ ପ୍ରବଳ ବର୍ଷା ଯୋଗୁ ଏବେ ଷ୍ଟ୍ରବେରୀ ନଷ୍ଟ ହେବାରେ ଲାଗିଛି। ଜମିରେ କୁଇଣ୍ଟାଲ କୁଇଣ୍ଟାଲ ଷ୍ଟ୍ରବେରୀ ପଚି ଶଢ଼ି ନଷ୍ଟ ହୋଇଯାଇଛି। ଫଳରେ ଏବେ ଜୀବନଜ୍ୟୋତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଚିନ୍ତାରେ ପଡିଛନ୍ତି। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କରି ଚାଷ କରିଥିବା ମହିଳାମାନେ କିଭଳି ଋଣ ପରିଶୋଧ କରିବେ ସେମାନଙ୍କ ଚିନ୍ତା ବଢିଯାଇଛି। ଜିଲା ପ୍ରଶାସନକୁ ସେମାନେ ନିବେଦନ କରିଛନ୍ତି ସେମାନଙ୍କୁ ଷ୍ଟ୍ରବେରୀ ପ୍ରକ୍ରିୟାକରଣ ତଥା ଜେଲି, ଜୁସ୍‌, ସ୍କ୍ବାସ୍‌ ଆଦି ପ୍ରସ୍ତୁତ କରି ବିକ୍ରି କରିବାକୁ ସାହାଯ୍ୟ କଲେ ସେମାନେ ଏହି ଚାଷରେ ସଫଳତା ପାଇବେ ବୋଲି ଆଶା କରିଛନ୍ତି। ଦୁଇ ଦୁଇ ଥର ଷ୍ଟ୍ରବେରୀ ଫଳକୁ ପ୍ରକ୍ରିୟାକରଣ କରି ବିକ୍ରି ପାଇଁ ତାଲିମ ପ୍ରଦାନ କରାଯାଇଥିଲେ ସୁଦ୍ଧା ପ୍ରକ୍ରିୟା କରଣ ପାଇଁ ଆବଶ୍ୟକ ମ୍ୟାଟେରିଆଲ ଯୋଗାଇ ଦିଆଯାଇନାହିଁ। ଏବେ ଜମିରେ କୁଇଣ୍ଟାଲ କୁଇଣ୍ଟାଲ ଷ୍ଟ୍ରବେରୀ ଫଳ ପଡି ରହିଥିବା ବେଳେ ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ କୁହାଯାଇଛି। ଏନେଇ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର କହିଛନ୍ତି, ଷ୍ଟ୍ରବେରୀ ଚାଷ ସଫଳତାର ସହ ହୋଇଛି। ପ୍ରକ୍ରିୟାକରଣ ପାଇଁ ତାଲିମ ଦିଆଯିବା ସହ ସେମାନେ ମ୍ୟାଟେରିଆଲ କିଣି ଜୁସ, ଜେଲି, ସ୍କ୍ବାସ୍‌ ଆଦି ପ୍ରସ୍ତୁତ କରି ବିକ୍ରି କରିବାକୁ କୁହାଯାଇଛି। କେଉଁ କାରଣରୁ କରିନାହାନ୍ତି ତାହା ସେ ତଦନ୍ତ କରିବେ ବୋଲି କହିଛନ୍ତି। ଏଥିସହ ଜୀବନଜ୍ୟୋତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଆକାଉଣ୍ଟରେ ୬ ଲକ୍ଷ ୩୦ହଜାର ୪୦୦ ଟଙ୍କା ସହାୟତା କରାଯାଇଛି। ଏଥିସହ ସୁଲୁମାହାଠାରେ ଆଶା ସର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୫ ଲକ୍ଷ ୭୬ ହଜାର ଟଙ୍କା ସହାୟତା କରାଯାଇଥିବା କହିଛନ୍ତି। ତେଣୁ ମହିଳାମାନେ ଏହି ସହାୟତା ରାଶିର ଫାଇଦା ନେଇ ପ୍ରକ୍ରିୟାକରଣ ପାଇଁ ମ୍ୟାଟେରିଆଲ କିଣିବାକୁ ବିଡିଓ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri