ଜମିରେ ପଚୁଛି ଷ୍ଟ୍ରବେରୀ

ଦାରିଙ୍ଗବାଡି,୨୯ା୨(ଅରୁଣ ସାହୁ)ଦାରିଙ୍ଗବାଡି ପ୍ରଥମେ ଜୈବିକ ପଦ୍ଧତିରେ କଫି ଚାଷ କରି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ସେହି କ୍ରମରେ ଗତ ୨୦୨୨-୨୩ ଆର୍ଥିକ ବର୍ଷ ପ୍ରଥମଥର ପାଇଁ କନ୍ଧମାଳ ଜିଲାରେ ଜିଲା ପ୍ରଶାସନର ଉଦ୍ୟମରେ ଷ୍ଟ୍ରବେରୀ ଚାଷ ଆରମ୍ଭ କରାଯାଇଥିଲା। ମାତ୍ର ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏଲିଜ଼ାବେଥ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ରୋଜଗାର କରାଯାଇଥିଲା। ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ଉକ୍ତ ବ୍ଲକରେ ସିଆଙ୍ଗବାଲି ପଞ୍ଚାୟତ ମାଲେବାଡି ରାଜସ୍ବ ଗ୍ରାମର ପଞ୍ଚୁପଲୀ ଗ୍ରାମରେ ଅଢେଇ ଏକର ଓ ଶ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମରେ ଅଢେଇ ଏକର ଜମିରେ ଷ୍ଟ୍ରବେରୀ ଚାଷ କରାଯାଇଥିଲା। ତେବେ ପଞ୍ଚୁପଲୀରେ ଜୀବନଜ୍ୟୋତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ କରାଯାଉଥିବା ଚାଷରେ ବହୁ କ୍ଷତି ହୋଇଥିବା ମହିଳା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ଷ୍ଟ୍ରବେରୀ ଦୈନିକ ୧ କୁଇଣ୍ଟାଲରୁ ଅଧିକା ଅମଳ ହେଉଛି। ପ୍ରଥମେ ଫଳ ଅମଳ ହେବା ସମୟରେ ଚାଷ ଜମି ନିକଟରେ ହିଁ ବିକ୍ରି ହେଉଥିଲା। ଦାରିଙ୍ଗବାଡିକୁ ଆସୁଥିବା ପର୍ଯ୍ୟଟକମାନେ ଷ୍ଟ୍ରବେରୀ କିଣି ନେଉଥିଲେ, କିଲୋ ପିଛା ୫ ଶହ ଟଙ୍କା ଓ ୨ଶହ ଗ୍ରାମ ପ୍ୟାକେଟକୁ ୧ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇପାରୁଥିଲା। କିନ୍ତୁ ଚଳିତ ସପ୍ତାହରେ ପ୍ରବଳ ବର୍ଷା ଯୋଗୁ ଏବେ ଷ୍ଟ୍ରବେରୀ ନଷ୍ଟ ହେବାରେ ଲାଗିଛି। ଜମିରେ କୁଇଣ୍ଟାଲ କୁଇଣ୍ଟାଲ ଷ୍ଟ୍ରବେରୀ ପଚି ଶଢ଼ି ନଷ୍ଟ ହୋଇଯାଇଛି। ଫଳରେ ଏବେ ଜୀବନଜ୍ୟୋତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଚିନ୍ତାରେ ପଡିଛନ୍ତି। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କରି ଚାଷ କରିଥିବା ମହିଳାମାନେ କିଭଳି ଋଣ ପରିଶୋଧ କରିବେ ସେମାନଙ୍କ ଚିନ୍ତା ବଢିଯାଇଛି। ଜିଲା ପ୍ରଶାସନକୁ ସେମାନେ ନିବେଦନ କରିଛନ୍ତି ସେମାନଙ୍କୁ ଷ୍ଟ୍ରବେରୀ ପ୍ରକ୍ରିୟାକରଣ ତଥା ଜେଲି, ଜୁସ୍‌, ସ୍କ୍ବାସ୍‌ ଆଦି ପ୍ରସ୍ତୁତ କରି ବିକ୍ରି କରିବାକୁ ସାହାଯ୍ୟ କଲେ ସେମାନେ ଏହି ଚାଷରେ ସଫଳତା ପାଇବେ ବୋଲି ଆଶା କରିଛନ୍ତି। ଦୁଇ ଦୁଇ ଥର ଷ୍ଟ୍ରବେରୀ ଫଳକୁ ପ୍ରକ୍ରିୟାକରଣ କରି ବିକ୍ରି ପାଇଁ ତାଲିମ ପ୍ରଦାନ କରାଯାଇଥିଲେ ସୁଦ୍ଧା ପ୍ରକ୍ରିୟା କରଣ ପାଇଁ ଆବଶ୍ୟକ ମ୍ୟାଟେରିଆଲ ଯୋଗାଇ ଦିଆଯାଇନାହିଁ। ଏବେ ଜମିରେ କୁଇଣ୍ଟାଲ କୁଇଣ୍ଟାଲ ଷ୍ଟ୍ରବେରୀ ଫଳ ପଡି ରହିଥିବା ବେଳେ ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ କୁହାଯାଇଛି। ଏନେଇ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର କହିଛନ୍ତି, ଷ୍ଟ୍ରବେରୀ ଚାଷ ସଫଳତାର ସହ ହୋଇଛି। ପ୍ରକ୍ରିୟାକରଣ ପାଇଁ ତାଲିମ ଦିଆଯିବା ସହ ସେମାନେ ମ୍ୟାଟେରିଆଲ କିଣି ଜୁସ, ଜେଲି, ସ୍କ୍ବାସ୍‌ ଆଦି ପ୍ରସ୍ତୁତ କରି ବିକ୍ରି କରିବାକୁ କୁହାଯାଇଛି। କେଉଁ କାରଣରୁ କରିନାହାନ୍ତି ତାହା ସେ ତଦନ୍ତ କରିବେ ବୋଲି କହିଛନ୍ତି। ଏଥିସହ ଜୀବନଜ୍ୟୋତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଆକାଉଣ୍ଟରେ ୬ ଲକ୍ଷ ୩୦ହଜାର ୪୦୦ ଟଙ୍କା ସହାୟତା କରାଯାଇଛି। ଏଥିସହ ସୁଲୁମାହାଠାରେ ଆଶା ସର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୫ ଲକ୍ଷ ୭୬ ହଜାର ଟଙ୍କା ସହାୟତା କରାଯାଇଥିବା କହିଛନ୍ତି। ତେଣୁ ମହିଳାମାନେ ଏହି ସହାୟତା ରାଶିର ଫାଇଦା ନେଇ ପ୍ରକ୍ରିୟାକରଣ ପାଇଁ ମ୍ୟାଟେରିଆଲ କିଣିବାକୁ ବିଡିଓ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri