ରାଜନୈତିକ ସମୀକରଣ ଦେଖି ରଣନୀତି

ଆଠମଲ୍ଲିକ,୨୨।୩(ଉଦୀପ୍ତ ପୁରୋହିତ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ସାଧାରଣରେ ବହୁ ଆଲୋଚନା ଚାଲିଛି। ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଆଠମଲ୍ଲିକରେ ରାଜନୈତିକ ଅଙ୍କକଷା ଜାରି ରହିଛି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରମୁଖ ୩ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ମଧ୍ୟରେ ମେଣ୍ଟ ସମ୍ଭାବନା ସହ ଏଥର ଦିମୁଖୀ ନା ତ୍ରିମୁଖୀ ଲଢ଼େଇ ହେବ, ତାହାକୁ ନେଇ ଦଳୀୟ କର୍ମୀ ବିଭିନ୍ନ ଆକଳନ କରୁଛନ୍ତି। ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଗଣମାଧ୍ୟମରେ ଦୈନିକ ନୂଆ ନୂଆ ଖବର ଆସୁଥିବାରୁ ଏହା ଉଭୟ ଦଳର କର୍ମୀଙ୍କୁ ଅଧିକ ଦ୍ୱନ୍ଦ୍ୱରେ ପକାଉଛି।

ଏହି ପ୍ରମୁଖ ଦଳଗୁଡ଼ିକର ଛାମୁଆ ନେତାମାନେ ଅତ୍ୟନ୍ତ ମାପିଚୁପି ମନ୍ତବ୍ୟ ରଖିବା ସହ ନିଜ ନିଜର ସଙ୍ଗଠନକୁ ମଜଭୁତ କରିବା ଉପରେ ଜୋର୍‌ ଦେଉଛନ୍ତି। ତେବେ ରାଜନୀତିରେ ରୁଚି ରଖୁଥିବା ଲୋକେ ମେଣ୍ଟକୁ ନେଇ ଭିନ୍ନ ଭିନ୍ନ ମତପୋଷଣ କରିବା ସହିତ ମେଣ୍ଟ କାହିଁକି ଓ ମେଣ୍ଟ ଦଳ କାହା ସହିତ ଲଢ଼େଇ କରିବେ ବୋଲି ପ୍ରଶ୍ନ କରୁଥିବା ଦେଖାଯାଉଛି। ସେହିପରି ମେଣ୍ଟ ହେଲେ ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ କାହା ଭାଗରେ ପଡ଼ିବ ଓ ଉକ୍ତ ଦଳ କାହାକୁ ପ୍ରାର୍ଥୀ କରିବ ଏବଂ କଂଗ୍ରେସରୁ ପ୍ରାର୍ଥୀ କିଏ ହେବେ ତାହାକୁ ନେଇ ରୀତିମତ ବିଚାରବିମର୍ଶ ଚାଲିଛି। ଆଗାମୀ ଦିନର ରାଜନୈତିକ ସମୀକରଣ ଦେଖିବା ପରେ ଦଳଗୁଡ଼ିକ ନିଜସ୍ବ ରଣନୀତି କରିପାରନ୍ତି ବୋଲି ସମୀକ୍ଷକମାନେ ମତ ଦେଉଛନ୍ତି।

ମେଣ୍ଟକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଲାଗି ରହିଥିବାବେଳେ ବିଜେଡି ବିଧାୟକ ରମେଶ ଚନ୍ଦ୍ର ସାଏ ଓ ପୂର୍ବତନ ପୂର୍ତ୍ତ ସଚିବ ତଥା ବିରିଷ୍ଠ ନେତା ନଳିନୀକାନ୍ତ ପ୍ରଧାନ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ସମାବେଶ ଉପରେ ଜୋର୍‌ ଦେଉଛନ୍ତି। ସେହିପରି ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ ଅନ୍ୟ ଦଳର ନେତା ଓ କର୍ମୀଙ୍କୁ ଦଳରେ ସାମିଲକରି ଶକ୍ତି ବୃଦ୍ଧି କରିବାରେ ଲାଗି ପଡ଼ିଛନ୍ତି। କଂଗେସରୁ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପଛୁଆବର୍ଗ ସେଲ୍‌ ରାଜ୍ୟ ସଭାପତି ବିଜୟାନନ୍ଦ ଚାଉଳିଆ ପଞ୍ଚାୟତସ୍ତରୀୟ ନେତା ଓ କର୍ମୀଙ୍କୁ ଭେଟି ନିର୍ବାଚନ ସମ୍ପର୍କିତ ଆଲୋଚନା କରୁଥିବା ଦେଖାଯାଉଛି। ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଚଳିତ ନିର୍ବାଚନକୁ ବେଶ୍‌ ଗୁରୁତ୍ୱ ଦେଇ ସ୍ଥାନୀୟ ପ୍ରାର୍ଥୀ ଓ ରଣନୀତି ସମ୍ପର୍କିତ ଆଲୋଚନା ପାଇଁ ଆଞ୍ଚଳିକସ୍ତରରେ ନେତାମାନଙ୍କ ସହ ବୈଠକ ପରେ ବୈଠକ କରୁଥିବା ଦେଖିବାକୁ ମିଳୁଛି। ସେହିପରି ୨୦୦୦ ମସିହାରୁ କ୍ଷମତାରୁ ଦୂରରେ ରହିଥିବା କଂଗ୍ରେସ ଦଳ ବିଜେଡି ଓ ଭାଜପା ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ନେଇ ହେଉଥିବା ଚର୍ଚ୍ଚାର ଅନ୍ତିମ ଦୃଶ୍ୟଯାଏ ଅପେକ୍ଷା କରି ରହିଥିବା ବେଳେ ବିଜେଡି ଓ ଭାଜପା ସମର୍ଥକମାନେ ମଧ୍ୟ ମେଣ୍ଟ ହେବ ନା ନାହିଁ ତାହାର ସ୍ପଷ୍ଟତାକୁ ଅପେକ୍ଷା କରି ରହିଛନ୍ତି। ଯଦି ଚଳିତ ନିର୍ବାଚନରେ ନୂତନ ସମୀକରଣ ସୃଷ୍ଟି ହୁଏ, ତା’ହେଲେ କେତେଜଣ ଆଶାୟୀ ନେତାଙ୍କ ଶିବିର ପରିବର୍ତ୍ତନ ଭଳି ଘଟଣା ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri