ଲୁଣା ନଦୀର ଜଳସ୍ତର କମୁଛି

କେନ୍ଦ୍ରାପଡ଼ା,୨୨ା୩ (ଜଗନ୍ନାଥ ଧଳ): ଗତ ଡିସେମ୍ବର ମାସରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣା ନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳର ପିଇବା ପାଣି ସମସ୍ୟା ଉଭା ହେବା ସହିତ ଅବବାହିକାରେ ଥିବା ଚାଷ ଜମି ପଡ଼ିଆ ପଡିବା ଆଶଙ୍କା ଦେଖାଦେଇଛି। ଲୁଣା ନଦୀରୁ ବେଆଇନ ଭାବେ ବାଲି ଉଠା ଯାଉଥିବାରୁ ନଦୀପଥର ପରିବର୍ତ୍ତନ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। ଜିଲାରେ ପ୍ରବାହିତ ନଦୀଗୁଡିକର ସଂଯୋଗୀକରଣ ପରେ ଏହି ସମସ୍ୟାର ସମାଧାନ ହୋଇ ପାରିବ ବୋଲି ବୁଦ୍ଧିଜୀବୀମାନଙ୍କ ମତ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ସହରସ୍ଥ ଖଡିଅଙ୍ଗର କ୍ଷୀତିଶ କୁମାର ସିଂହ କହିଛନ୍ତି, ସହରକୁ ପାଣି ଯୋଗାଣ ପାଇଁ ପିଏଚ୍‌ଡି ଓ ଜଳ ସମ୍ପଦ ବିଭାଗର ସମନ୍ବୟରେ ଲୁଣା ନଦୀର କଳପଡ଼ାଠାରୁ ପାଣି ଉଠାଯାଉଛି। ତେବେ ଜାନୁଆରୀରୁ ନଦୀର ପମ୍ପ ହାଉସ ପାଖ ଶୁଖିଲା ପଡିଛି। ଏଥିପାଇଁ ୭୦୦ ମିଟର ଦୂରରୁ ଏକ ୧୫୦ ମିଟରର ନାଳି ଖୋଳା ଯାଇ ପମ୍ପ ହାଉସ ନିକଟକୁ ପାଣି ଅଣା ଯାଉଥିଲା। ଏହି ନାଳି ଏବେ ଶୁଖିଲା ଅବସ୍ଥାକୁ ଆସିଗଲାଣି। ଏପରିସ୍ଥିତି ରହିଲେ ଆସନ୍ତା ୧୫ ଦିନ ମଧ୍ୟରେ ସହରକୁ ଜଳ ଯୋଗାଣ ବନ୍ଦ ହୋଇଯିବ। ବୁଦ୍ଧିଜୀବୀ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ପଡାଗୟାସପୁର, ଗୟାସପୁର, ଥାଉରୀ, ଚଢ଼େଇଗୁଆଁ, ରାଜଗଡ, ଅଙ୍ଗୁଳାଇ ଆଦି ସ୍ଥାନରେ ଲୁଣାନଦୀର ଚେକ୍‌ଡ୍ୟାମ ହୋଇଛି। ପାନୀୟ ଜଳ ଯୋଗାଣ ସହ ଚାଷ କାର୍ଯ୍ୟ ପାଇଁ ଜଳ ଯୋଗାଣ ହେବା କଥା। ତେବେ ଖରା ଆରମ୍ଭରୁ ଲୁଣା ନଦୀ ଜଳସ୍ତର ହ୍ରାସ ପାଇଥିବାରୁ ପ୍ରାୟ ୧୦ ହଜାର ହେକ୍ଟର ଜମି ପଡ଼ିଆ ପଡିବ ବୋଲି ଆକଳନ କରାଯାଉଛି। ଏସମ୍ପର୍କରେ ପୂର୍ବତନ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କୁହନ୍ତି, ଲୁଣା ନଦୀ କେନ୍ଦ୍ରାପଡ଼ା ମଧ୍ୟ ଦେଇ ପ୍ରବାହିତ ହେଉଛି। ନଦୀର ଲମ୍ବ ୭୩ କି.ମି. ହୋଇଥିବା ବେଳେ ବ୍ରିଟିଶ ଶାସନ ସମୟରେ ଏହି ବାଟ ଦେଇ ନୌବାଣିଜ୍ୟ ହେଉଥିଲା। ତେବେ ଏହାର ରକ୍ଷଣାବେକ୍ଷଣ ଅଭାବ, ବେଆଇନ ବାଲି ଓ ମାଟି ଉଠାଣ, ଜବରଦଖଲ ହେତୁ ଏବେ ନଦୀର ଗତିପଥ ପରିବର୍ତ୍ତନ ହୋଇଛି। ଏହି ଜିଲାର ଅଧିବାସୀ ଚାଷ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ୧୫,୮୫୦ ହେକ୍ଟର ଚାଷ ଜମିରେ ଉଦ୍‌ବୃତ ଜଳର ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେହିପରି ଜିଲାର ୩୨,୩୫୦ ହେକ୍ଟର ଚାଷ ଜମି ଲୁଣା। ଏଥିସହ ବର୍ଷାଦିନେ ୩୪,୯୫୨ ହେକ୍ଟର ଜମିରେ ବନ୍ୟା ଜଳ ମାଡିଯାଉଛି। ଜିଲାର ୮୪,୯୧୦ ହେକ୍ଟର ଜମିକୁ ମରୁଡ଼ି ଅଞ୍ଚଳ ଘୋଷଣା କରାଯାଇଛି। ନଦୀ ଓ ମୁଖ୍ୟ କେନାଲଗୁଡିକର ଜଳ ପରିଚାଳନା ପାଇଁ ଜିଲା ପରିଷଦରେ ବାରମ୍ବାର ଦାବି ସତ୍ତ୍ୱେ କୌଣସି ସୁଫଳ ମିଳିଲା ନାହିଁ। ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ କହିଛନ୍ତି, ଲୁଣା ନଦୀର ଜଳସେଚନ ଫଳରେ ଜିଲାରେ ଧାନ ସହ ରବି ଫସଲ ଓ ନଳିତା, ବାଦାମ, ଆଖୁ ପରି ଅର୍ଥକାରୀ ଫସଲ, ପନିପରିବା ଚାଷ ହେଉଥିଲା। ତେବେ ଗତ କିଛି ବର୍ଷ ଧରି ଏହି ନଦୀର ଜଳସ୍ତର କମିବାରେ ଲାଗିଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ବନ୍ଧ ନିର୍ମାଣ ଫଳରେ ଏପରି ସ୍ଥିତି ଉପୁଜିଛି। କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ଜିଲାରେ ୭ ନଦୀ ପ୍ରବାହିତ ହେଉଛି। ଏହି ନଦୀଗୁଡିକୁ ସଂଯୋଗୀକରଣ କରାଯାଇ ବିଭିନ୍ନ ସ୍ଥାନରେ ବ୍ୟାରେଜ ନିର୍ମାଣ କରାଗଲେ ଜିଲାର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରନ୍ତା। ଏନେଇ ପ୍ରଶାସକ ଓ ସ୍ଥାନୀୟ ରାଜନେତା କୌଣସି ପଦକ୍ଷେପ ନେଉନାହାନ୍ତି। ଆଗାମୀ ଦିନରେ ଚାଷ ସହ ପାନୀୟ ଜଳ ଜିଲା ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରି ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ.ଉମେଶ ଚନ୍ଦ୍ର ସେଠୀ କହିଛନ୍ତି, ଲୁଣା ନଦୀର ଉନ୍ନତିକରଣ ପାଇଁ ବିଭିନ୍ନ ଯୋଜନା ଚାଲୁ ରହିଛି। ଏହାକୁ ତ୍ୱରାନ୍ବିତ ପାଇଁ ଆର୍ଥିକ ଅନୁଦାନ ଆସିଛି। ଖୁବଶୀଘ୍ର ଜିଲାବାସୀ ଏହାର ସୁଫଳ ପାଇବେ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?