Posted inଫୁରସତ

ଅଜବ ପରିବାର, ରହିବାକୁ ଖୋଜୁଛନ୍ତି ଏମିତି ଘର

ସାଧାରଣତଃ ଯଦି କୌଣସି ଘରେ ଭୁତ କିମ୍ବା ପ୍ରେତ ଥିବାର ସନ୍ଦେହ ହୁଏ ଲୋକେ ସେ ଘର ଛାଡି ଅନ୍ୟତ୍ର ରହିବାକୁ ପସନ୍ଦ କରନ୍ତି। କିନ୍ତୁ ଇଂଲଣ୍ଡରେ ରହୁଥିବା ବେକ୍ସ ପାମର ଏବଂ ତାଙ୍କ ସ୍ବାମୀ ସେନ୍‌ ଯେଉଁଠାରେ ଭୂତ କିମ୍ବା ଆତ୍ମା ବାସ କରନ୍ତି ସେମିତିି ଘରେ ଖୋଜି ଖୋଜି ରହିବାକୁ ପସନ୍ଦ କରନ୍ତି। ୩ ଛୋଟ ପିଲାଙ୍କୁ ନେଇ ଏହି ଦମ୍ପତ୍ତି ଶ୍ମଶାନରେ ନିର୍ମିତ ଏକ ଭୂତ ଘରେ ରୁହନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ପୁରା ପରିବାର ଭୂତମାନଙ୍କ ସହିତ ରହିବାକୁ ପସନ୍ଦ କରନ୍ତି।
୩୮ ବର୍ଷୀୟ ବେକ୍ସ ଏବଂ ତାଙ୍କ ସ୍ବାମୀ ସେନ୍‌ ପେଶାରେ ଭୂତ ଶିକାରୀ। ଭୂତ ବାବହାରୁ ଥିବା ଭୟରେ ଯେଉଁ ଲୋକେ ଘର ଛାଡନ୍ତି ସେମାନଙ୍କୁ ଘରକୁ ଯାଇ ଭୂତ ଛଡାନ୍ତି ଏହି ଦମ୍ପତ୍ତି। ଏଥିପାଇଁ ସେମାନେ କିଛି ଉପକରଣର ସାହାଯ୍ୟ ମଧ୍ୟ ନିଅନ୍ତି। ଭୂତ ଥିବା ଘରକୁ ଯିବା, ଆତ୍ମାଙ୍କୁ ଭେଟିବା ମଧ୍ୟ ସେମାନଙ୍କର ଅଭ୍ୟାସ ବୋଲି କହନ୍ତି ବେକ୍ସ। କେବଳ ଏତିକି ନୁହେଁ, ସେମାନଙ୍କର ୧୦, ୮ ଏବଂ ୪ ବର୍ଷର ପିଲାମାନେ ମଧ୍ୟ ଭୂତମାନଙ୍କୁ ଭୟ କରନ୍ତି ନାହିଁ, ବରଂ ସେମାନଙ୍କ ସହିତ ରହିବାକୁ ପସନ୍ଦ କରନ୍ତି। ବେକ୍ସ କୁହନ୍ତି, ମୋ ପିଲାମାନେ ମଧ୍ୟ ଏହିପରି ଭୂତ କୋଠରୀକୁ ଭଲ ପାଆନ୍ତି। ସେମାନେ ଆତ୍ମା, ରାତିରେ ଚାଲିବାର ଶବ୍ଦ ହେଉ ଶୁଣିକି ଆଦୌ ଭୟ କରନ୍ତି ନାହିଁ। ମୁଁ ଏବଂ ମୋର ସ୍ବାମୀ ୨୦୧୦ ମସିହାରୁ ଭୂତ ଶିକାର କରିଆସୁଛୁ। ପିଲାଦିନରୁ ମୁଁ ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ସୃଷ୍ଟି କରିଥିଲି। ମୋ ମା ତ୍ରିଶ ମଧ୍ୟ ସମାନ କାମ କରୁଥିଲେ। ସେ ଆତ୍ମା ସହିତ ରହୁଥିଲେ। ପ୍ରଥମେ ମୁଁ ଏହି ଆତ୍ମାମାନଙ୍କୁ ଦେଖି ଭୟଭୀତ ହୋଇଥିଲି କିନ୍ତୁ ପରେ ମୁଁ ଅନୁଭବ କଲି ଯେ ସେମାନେ କୌଣସି କ୍ଷତି କରନ୍ତି ନାହିଁ। ଆମର ଭୂତ ଶିକାର ବ୍ୟବସାୟ ବହୁତ ଭଲ ଚାଳିଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri