ଟ୍ରମ୍ପ ଖେଳିଲେ ବଡ଼ ଗେମ୍! ୪୮ ଘଣ୍ଟା ପରେ ଖୋଲିଲା ହର୍ମୁଜ୍ ପ୍ରଣାଳୀ

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ହଟାଇବା ନେଇ ଘୋଷଣା କରିଛନ୍ତି। ଏକ ବିବୃତ୍ତିରେ ଟ୍ରମ୍ପ କହିଛନ୍ତି, “ଆମେ ଏବେ ଏହାକୁ ସମ୍ପୂର୍ଣ୍ଣ ଖୋଲିବାକୁ ଯାଉଛୁ।” ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ଏହି ବିଷୟରେ ଚାଇନା ସହିତ ଆଲୋଚନା କରିଛୁ । ଚାଇନା ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ନାହିଁ, ଯାହା ପରେ ଆମେ ସ୍ଥାୟୀ ଭାବରେ ଏହି ପ୍ରଣାଳୀ ଖୋଲିବାକୁ ନିଷ୍ପତ୍ତି ନେଇଛୁ ।” ଟ୍ରମ୍ପଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ହର୍ମୁଜ୍ ପ୍ରଣାଳୀରେ ଆମେରିକାର ଅବରୋଧ ସମ୍ପୂର୍ଣ୍ଣ ବିଫଳ ହୋଇଛି

ହର୍ମୁଜ୍ ପ୍ରଣାଳୀ ଆଉ କେବେ ବନ୍ଦ ହେବାର ସମସ୍ୟା ଆସିବ ନାହିଁ । ଏହା ସମସ୍ତ ଦେଶ ପାଇଁ ଖୋଲିଯାଇଛି । ମୁଁ ଏଥିରେ ବହୁତ ଖୁସି ବୋଲି ଟ୍ରମ୍ପ କହିଛନ୍ତି । ଯୁଦ୍ଧବିରତି ମଧ୍ୟରେ, ଚାଇନା ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ନେଇ ସମ୍ପ୍ରତି ରିପୋର୍ଟ ପ୍ରକାଶ ପାଇଛି। ଟ୍ରମ୍ପ୍ କହିଛନ୍ତି ଯେ, ଏହା ପରେ, ସେ ଚାଇନା ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖି ଅସ୍ତ୍ରଶସ୍ତ୍ର ଯୋଗାଇ ନଦେବାକୁ ଅନୁରୋଧ କରିଛନ୍ତି । ଚାଇନା ରାଷ୍ଟ୍ରପତି ଏଥିରେ ରାଜି ହୋଇଛନ୍ତି।

ଟ୍ରମ୍ପ୍ ଆହୁରି କହିଛନ୍ତି ଯେ ଯେତେବେଳେ ସେ ଚାଇନା ଗସ୍ତ କରିବେ, ସି ଜିନପିଙ୍ଗ ତାଙ୍କୁ ଆଲିଙ୍ଗନ କରିବେ। ସେ ଉଲ୍ଲେଖ କରିଛନ୍ତି ଯେ ସେ ସି ଜିନପିଙ୍ଗଙ୍କ ସହିତ ଭଲ ସମ୍ପର୍କ ରଖିଛନ୍ତି ।

 

Dharitri – Odisha’s No.1 Odia Daily