ସରଳରେଖା

ହରିୟାଣାର କେତେଜଣ ଗୋରକ୍ଷକ ୨୭ ଅଗଷ୍ଟରେ ଚର୍‌ଖି ଦାଦ୍ରି ଜିଲାରେ ଗୋମାଂସ ଖାଉଥିବା ସନ୍ଦେହରେ ସବୀର ମଲିକ ନାମକ ଜଣେ ଯୁବକଙ୍କୁ ପିଟି ହତ୍ୟା କରିଛନ୍ତି। ସବୀରଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ସେ ଜଣେ ବୋତଲ ଗୋଟାଳି। ଏହି ଘଟଣାରେ ୨ ଜଣ ନାବାଳକଙ୍କ ସମେତ ୭ ଜଣଙ୍କୁ ପୋଲିସ ଗିରଫ କରିଛି। ସବୀରଙ୍କୁ ଗୋରକ୍ଷକମାନେ ପିଟୁଥିବାର ଭିଡିଓ ପଦାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ସବୀର କେଉଁ ମାଂସ ଖାଉଥିଲେ ତାହା କୌଣସି ସୂତ୍ରରୁ ଜଣାପଡ଼ିନାହିଁ। ଅର୍ଥାତ୍‌ କେବଳ ଗୋମାଂସ ଖାଇବା ସନ୍ଦେହରେ ତାଙ୍କୁ ଆକ୍ରମଣ କରାଯାଇଥିଲା, କିନ୍ତୁ ବାସ୍ତବତା କେହି ଜାଣିନାହାନ୍ତି। ସେହିପରି ୩୧ ଅଗଷ୍ଟରେ ମହାରାଷ୍ଟ୍ରରେ ସମାନ ଧରଣର ଅଭିଯୋଗ ଅଣାଯାଇ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଜଣେ ବୃଦ୍ଧ ଯାତ୍ରୀଙ୍କୁ ଆକ୍ରମଣ କରାଯାଇଛି। ଏଠାରେ ମନେପଡ଼େ ଗୋମାଂସ ଓ ଗୋଚାଲାଣକୁ ନେଇ ଅତୀତରେ ଘଟିଥିବା ଦୁଇଟି ବଡ଼ ଅଘଟଣ। ୨୦୧୫ରେ ଉତ୍ତରପ୍ରଦେଶର ଦାଦ୍ରିରେ ୫୨ ବର୍ଷୀୟ ମହମ୍ମଦ ଅଖଲାକ୍‌ଙ୍କୁ ବାଛୁରି କାଟିବା ଓ ଘରେ ଗୋମାଂସ ରଖିଥିବା ଅଭିଯୋଗ ଆଣି ଗାଁ ଲୋକେ ମାରିଦେଇଥିଲେ। ସେହିପରି ଏପ୍ରିଲ ୨୦୧୭ରେ ପେହେଲୁ ଖାନ୍‌ ଓ ତାଙ୍କ ୫ ଜଣ ସହଯୋଗୀ ରାଜସ୍ଥାନର ଜୟପୁର ସାପ୍ତାହିକ ହାଟରୁ ଗୋରୁ ଆଣି ହରିୟାଣାର ନୁହ ଗ୍ରାମକୁ ଫେରୁଥିବା ବେଳେ ଅଲଓ୍ବାରଠାରେ ଗୋରକ୍ଷକମାନେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ପେହେଲୁଙ୍କ ମୃତ୍ୟୁ ଘଟିଥିଲା।
ଉପରଲିଖିତ ଘଟଣାକୁ ଦେଖିଲେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଲକ୍ଷ୍ୟ କରି ଗୋରକ୍ଷକମାନେ ଆକ୍ରମଣ କରୁଛନ୍ତି। ଏଇ କିଛି ବର୍ଷ ହେବ ଗୋରକ୍ଷକମାନେ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। ଭାରତୀୟ ରାଜନୀତିରେ ଦେଖାଦେଇଛି ଯେତେବେଳେ ଏହିଭଳି ଘଟଣା ଜାତୀୟ ଗଣମାଧ୍ୟମ ଦ୍ୱାରା ବିଶେଷ ଭାବେ ପ୍ରସାରିତ ହୋଇଥାଏ, ସେଥିରୁ ବୁଝିବାକୁ ହେବ ଯେ କୌଣସି ଗୋଟିଏ ବଡ଼ ଆଭ୍ୟନ୍ତରୀଣ ସମସ୍ୟା କିମ୍ବା ଅଘଟଣରୁ ସାଧାରଣ ନାଗରିକଙ୍କ ଦୃଷ୍ଟିକୁ ଅନ୍ୟତ୍ର ନେବାକୁ ଉଦ୍ୟମ କରାଯାଉଛି। ଏହା ସ୍ବୀକାରଯୋଗ୍ୟ ଯେ ଭାରତରେ ସଂଖ୍ୟାଲଘୁଙ୍କ ବ୍ୟବହାର ସନ୍ତୁଳିତ ରହୁ ନ ଥିଲା। କଂଗ୍ରେସ ଶାସନ ସମୟରେ ପ୍ରାୟ ସବୁ ସପ୍ତାହରେ ଦେଶର କୌଣସି ନା କୌଣସି ସ୍ଥାନରେ ବୋମା ବିସ୍ଫୋରଣ ଘଟୁଥିଲା, ରେଡ୍‌ ଆଲର୍ଟ ଜାରି ହେଉଥିଲା ଏବଂ ସାଧାରଣ ଖଟିଖିଆ ନାଗରିକ ଧର୍ମ ନିର୍ବିଶେଷରେ ହଇରାଣ ହେଉଥିଲେ। ଏହି ସ୍ଥିତିକୁ ଭଲ ଭାବେ ବୁଝିବାକୁ ହେଲେ ସମ୍ପ୍ରତି ବାଂଲାଦେଶର ଉଦାହରଣ ଦେଖିବା କଥା। ସେଠାରେ ହଠାତ୍‌ ଯେଉଁଭଳି ଭାବେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଛି, ତାହା ଭାରତରେ ସମସ୍ତଙ୍କୁ ବ୍ୟସ୍ତ କରୁଛି। ଅନ୍ୟପଟେ ସ୍ଥିର ମାନସିକତା ରଖି ଚିନ୍ତା କଲେ ବୁଝିହେବ ଯେ ବାଂଲାଦେଶରେ ରହୁଥିବା ହିନ୍ଦୁମାନେ ସଂଖ୍ୟାଲଘୁ ହୋଇଥିବା ସତ୍ତ୍ୱେ ଏଭଳି କିଛି କରୁଥିଲେ, ଯଦ୍ଦ୍ବାରା ଅନ୍ୟମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ପୂର୍ବରୁ ଭାରତୀୟ ମୁସଲମାନ ସମ୍ପ୍ରଦାୟର ଅନେକ ଲୋକ ଯେଉଁଭଳି ସାଉଦି ଆରବିୟା ଏବଂ ଅନ୍ୟ କେତୋଟି ମୁସଲ୍‌ମାନ ଦେଶରୁ ସହଯୋଗ ଓ ଅର୍ଥ ପାଇ ଉତ୍ପାତ ହେଉଥିଲେ, ତାହାକୁ ପୂର୍ବ ସରକାର ସହି ଆସୁଥିଲେ। ଫଳସ୍ବରୂପ ସାଧାରଣ ହିନ୍ଦୁଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହିତ ଆମୂଳଚୂଳ ରାଜନୈତିକ ପରିବର୍ତ୍ତନ ପାଇଁ ମତ ସୃଷ୍ଟି ହୋଇଥିଲା। ବାଂଲାଦେଶର ହିନ୍ଦୁମାନଙ୍କ ମଧ୍ୟରେ ଅନୁରୂପ ମାନସିକତା ସୃଷ୍ଟି ହୋଇଥିଲା। ଯେଉଁମାନେ ପୂର୍ବରୁ ବାଂଲାଦେଶ ଯାଇଥିବେ, ସେମାନେ ହୃଦ୍‌ବୋଧ କରିଥିବେ ଯେ ସଂଖ୍ୟାଲଘୁ ହେବା ସତ୍ତ୍ୱେ ସେଠାରେ ହିନ୍ଦୁମାନଙ୍କ ଦୌରାତ୍ମ୍ୟ ଅନେକ ପରିମାଣରେ ବୃଦ୍ଧି ପାଇଥିଲା। ଶେଖ୍‌ ହାସିନାଙ୍କ ଆଓ୍ବାମୀ ଲିଗ୍‌ରେ ପ୍ରବେଶ କରି ହିନ୍ଦୁମାନେ ରାଜନୀତିରେ ଶକ୍ତିଶାଳୀ ହୋଇ ସାଧାରଣ ଲୋକଙ୍କୁ ଦମନ କରିବାରେ ପଛାଉ ନ ଥିଲେ। ଏଥିସହିତ ବାଂଲାଦେଶର ତିନି ପଟରୁ ଭାରତ ଘେରି ରହିଥିବାରୁ ସେହି ସଂଖ୍ୟାଲଘୁ ଗୋଷ୍ଠୀ ମଧ୍ୟରେ ବିଶେଷକରି ଗତ ଦଶନ୍ଧି ଭିତରେ ଦମ୍ଭୋକ୍ତି ବୃଦ୍ଧି ପାଇଥିଲା। ଏବେ ଯେତେବେଳେ ରାଜନୈତିକ ବିପ୍ଳବ ଘଟିଲା ଏବଂ ଶେଖ୍‌ ହାସିନାଙ୍କୁ ଦୌଡ଼ି ପଳାଇବାକୁ ପଡ଼ିଲା, ସେତେବେଳେ ସ୍ବାଭାବିକ ଭାବେ ସଂଖ୍ୟାଲଘୁ ହିନ୍ଦୁମାନେ ସବୁ ପ୍ରକାରର ଅତ୍ୟାଚାର ଶିକାର ହେଉଛନ୍ତି। ଏଥିରୁ ଏକ ବଡ଼ ଶିକ୍ଷା ମିଳୁଛି। ଭାରତରେ ଯଦି କଂଗ୍ରେସ ଅମଳରୁ ସଂଖ୍ୟାଲଘୁଙ୍କୁ ସାମିଲ କରି ଏକ ସନ୍ତୁଳିତ ବାତାବରଣ ସୃଷ୍ଟି ହୋଇଥାନ୍ତା, ଯେଉଁଥିରେ ମୁସଲମାନ ସମ୍ପ୍ରଦାୟ ନିଜର ଭିନ୍ନତା ପରିବର୍ତ୍ତେ ସମନ୍ବୟ ପ୍ରତି ଧ୍ୟାନ ଦେଇଥାନ୍ତେ; ତେବେ ଆଜି ଉପୁଜୁଥିବା ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉ ନ ଥାନ୍ତା। ସେହିଭଳି ବାଂଲାଦେଶରେ ମଧ୍ୟ ରହିଥିବା ହିନ୍ଦୁମାନେ ଯଦି ଅସ୍ଥାୟୀ ରାଜନୈତିକ କ୍ଷମତାକୁ ଆବୋରିବା ପରିବର୍ତ୍ତେ ପୂର୍ବଭଳି ଶାନ୍ତ ରହିଥାନ୍ତେ, ତେବେ ସେହି ଦେଶରେ ଆଜି ମଧ୍ୟ ସେମାନେ ସୁରକ୍ଷିତ ରହିପାରି ଥାଆନ୍ତେ। ଏବେ ଖବର ମିଳିଛି, ଖାଲିଦା ଜିୟାଙ୍କ ବାଂଲାଦେଶ ନ୍ୟାଶ୍‌ନାଲିଷ୍ଟ ପାର୍ଟି (ବିଏନ୍‌ପି) ଭାରତକୁ ଚେତାବନୀ ଦେଇ କହିଛି, ଶେଖ୍‌ ହାସିନାଙ୍କୁ ଫେରାଇଦିଅ, ନଚେତ୍‌ ଭବିଷ୍ୟତରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯିବ। ଏହାର ବିଶ୍ଳେଷଣ କରି ଭାରତର କେତେକ ଅତ୍ୟନ୍ତ ଚତୁର ଗଣମାଧ୍ୟମ ମତ ଦେଇଛନ୍ତି ଯେ, ଯଦି ବାଂଲାଦେଶ କୌଣସି ଅପ୍ରୀତିକର ସ୍ଥିତି ସୃଷ୍ଟି କରେ, ଭାରତ ସେହି ଦେଶକୁ ବିଦ୍ୟୁତ୍‌ ଶକ୍ତି ଯୋଗାଣ ବନ୍ଦ କରିଦେବ। ଦେଖିବାକୁ ଗଲେ ବାଂଲାଦେଶର ପ୍ରାୟ ୨୦ ପ୍ରତିଶତ ବିଦ୍ୟୁତ୍‌ଶକ୍ତି ଭାରତରୁ ଆଦାନୀ କମ୍ପାନୀ ଏବଂ ପିଟିସି ଇଣ୍ଡିଆ ଯୋଗାଉଛନ୍ତି। ସେହି ଦେଶର ୮୦ ପ୍ରତିଶତ ବିଦ୍ୟୁତ୍‌ ଶକ୍ତି ଆମେରିକା ଯୋଗାଇଥିବା ଗ୍ୟାସ୍‌ଚାଳିତ ଟର୍ବାଇନ୍‌ ମାଧ୍ୟମରେ ସୃଷ୍ଟି ହେଉଛି। ବାଂଲାଦେଶର ନିଜସ୍ବ ଯଥେଷ୍ଟ ପରିମାଣର ଗ୍ୟାସ୍‌ ଗଚ୍ଛିତ ଅଛି। ସେଥିପାଇଁ ସେହି ଦେଶ ଭାରତକୁ ଧମକ ଦେଇପାରୁଛି। ଯଦି ବାଂଲାଦେଶ ଭାରତରୁ ବିଦ୍ୟୁତ୍‌ ଶକ୍ତି କିଣିବା ବନ୍ଦ କରିଦେବ, ତେବେ ଭାରତର ଗୌତମ ଆଦାନୀ କମ୍ପାନୀ ଗୁରୁତର ଭାବେ କ୍ଷତି ସହିବ। ଏହାର ରାଜନୈତିକ ପ୍ରଭାବ ମଧ୍ୟ ପଡ଼ିବ। ତେଣୁ ଭାରତରେ ସଂଖ୍ୟାଲଘୁ ମୁସଲମାନଙ୍କ ପ୍ରତି ଆକ୍ରମଣ, ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଏବଂ ଶେଖ୍‌ ହାସିନାଙ୍କ ଭବିଷ୍ୟତ ସବୁ ଗୋଟିଏ ସରଳରେଖାରେ ରହିଯାଉଛି। ଏଭଳି ସମସ୍ୟା କେଉଁ କାରଣରୁ ସୃଷ୍ଟି ହେଲା ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। ସେତେବେଳକୁ କେବଳ କ୍ଷତି ଭାରତର ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri