ସରଳରେଖା

ହରିୟାଣାର କେତେଜଣ ଗୋରକ୍ଷକ ୨୭ ଅଗଷ୍ଟରେ ଚର୍‌ଖି ଦାଦ୍ରି ଜିଲାରେ ଗୋମାଂସ ଖାଉଥିବା ସନ୍ଦେହରେ ସବୀର ମଲିକ ନାମକ ଜଣେ ଯୁବକଙ୍କୁ ପିଟି ହତ୍ୟା କରିଛନ୍ତି। ସବୀରଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ସେ ଜଣେ ବୋତଲ ଗୋଟାଳି। ଏହି ଘଟଣାରେ ୨ ଜଣ ନାବାଳକଙ୍କ ସମେତ ୭ ଜଣଙ୍କୁ ପୋଲିସ ଗିରଫ କରିଛି। ସବୀରଙ୍କୁ ଗୋରକ୍ଷକମାନେ ପିଟୁଥିବାର ଭିଡିଓ ପଦାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ସବୀର କେଉଁ ମାଂସ ଖାଉଥିଲେ ତାହା କୌଣସି ସୂତ୍ରରୁ ଜଣାପଡ଼ିନାହିଁ। ଅର୍ଥାତ୍‌ କେବଳ ଗୋମାଂସ ଖାଇବା ସନ୍ଦେହରେ ତାଙ୍କୁ ଆକ୍ରମଣ କରାଯାଇଥିଲା, କିନ୍ତୁ ବାସ୍ତବତା କେହି ଜାଣିନାହାନ୍ତି। ସେହିପରି ୩୧ ଅଗଷ୍ଟରେ ମହାରାଷ୍ଟ୍ରରେ ସମାନ ଧରଣର ଅଭିଯୋଗ ଅଣାଯାଇ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଜଣେ ବୃଦ୍ଧ ଯାତ୍ରୀଙ୍କୁ ଆକ୍ରମଣ କରାଯାଇଛି। ଏଠାରେ ମନେପଡ଼େ ଗୋମାଂସ ଓ ଗୋଚାଲାଣକୁ ନେଇ ଅତୀତରେ ଘଟିଥିବା ଦୁଇଟି ବଡ଼ ଅଘଟଣ। ୨୦୧୫ରେ ଉତ୍ତରପ୍ରଦେଶର ଦାଦ୍ରିରେ ୫୨ ବର୍ଷୀୟ ମହମ୍ମଦ ଅଖଲାକ୍‌ଙ୍କୁ ବାଛୁରି କାଟିବା ଓ ଘରେ ଗୋମାଂସ ରଖିଥିବା ଅଭିଯୋଗ ଆଣି ଗାଁ ଲୋକେ ମାରିଦେଇଥିଲେ। ସେହିପରି ଏପ୍ରିଲ ୨୦୧୭ରେ ପେହେଲୁ ଖାନ୍‌ ଓ ତାଙ୍କ ୫ ଜଣ ସହଯୋଗୀ ରାଜସ୍ଥାନର ଜୟପୁର ସାପ୍ତାହିକ ହାଟରୁ ଗୋରୁ ଆଣି ହରିୟାଣାର ନୁହ ଗ୍ରାମକୁ ଫେରୁଥିବା ବେଳେ ଅଲଓ୍ବାରଠାରେ ଗୋରକ୍ଷକମାନେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ପେହେଲୁଙ୍କ ମୃତ୍ୟୁ ଘଟିଥିଲା।
ଉପରଲିଖିତ ଘଟଣାକୁ ଦେଖିଲେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଲକ୍ଷ୍ୟ କରି ଗୋରକ୍ଷକମାନେ ଆକ୍ରମଣ କରୁଛନ୍ତି। ଏଇ କିଛି ବର୍ଷ ହେବ ଗୋରକ୍ଷକମାନେ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। ଭାରତୀୟ ରାଜନୀତିରେ ଦେଖାଦେଇଛି ଯେତେବେଳେ ଏହିଭଳି ଘଟଣା ଜାତୀୟ ଗଣମାଧ୍ୟମ ଦ୍ୱାରା ବିଶେଷ ଭାବେ ପ୍ରସାରିତ ହୋଇଥାଏ, ସେଥିରୁ ବୁଝିବାକୁ ହେବ ଯେ କୌଣସି ଗୋଟିଏ ବଡ଼ ଆଭ୍ୟନ୍ତରୀଣ ସମସ୍ୟା କିମ୍ବା ଅଘଟଣରୁ ସାଧାରଣ ନାଗରିକଙ୍କ ଦୃଷ୍ଟିକୁ ଅନ୍ୟତ୍ର ନେବାକୁ ଉଦ୍ୟମ କରାଯାଉଛି। ଏହା ସ୍ବୀକାରଯୋଗ୍ୟ ଯେ ଭାରତରେ ସଂଖ୍ୟାଲଘୁଙ୍କ ବ୍ୟବହାର ସନ୍ତୁଳିତ ରହୁ ନ ଥିଲା। କଂଗ୍ରେସ ଶାସନ ସମୟରେ ପ୍ରାୟ ସବୁ ସପ୍ତାହରେ ଦେଶର କୌଣସି ନା କୌଣସି ସ୍ଥାନରେ ବୋମା ବିସ୍ଫୋରଣ ଘଟୁଥିଲା, ରେଡ୍‌ ଆଲର୍ଟ ଜାରି ହେଉଥିଲା ଏବଂ ସାଧାରଣ ଖଟିଖିଆ ନାଗରିକ ଧର୍ମ ନିର୍ବିଶେଷରେ ହଇରାଣ ହେଉଥିଲେ। ଏହି ସ୍ଥିତିକୁ ଭଲ ଭାବେ ବୁଝିବାକୁ ହେଲେ ସମ୍ପ୍ରତି ବାଂଲାଦେଶର ଉଦାହରଣ ଦେଖିବା କଥା। ସେଠାରେ ହଠାତ୍‌ ଯେଉଁଭଳି ଭାବେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଛି, ତାହା ଭାରତରେ ସମସ୍ତଙ୍କୁ ବ୍ୟସ୍ତ କରୁଛି। ଅନ୍ୟପଟେ ସ୍ଥିର ମାନସିକତା ରଖି ଚିନ୍ତା କଲେ ବୁଝିହେବ ଯେ ବାଂଲାଦେଶରେ ରହୁଥିବା ହିନ୍ଦୁମାନେ ସଂଖ୍ୟାଲଘୁ ହୋଇଥିବା ସତ୍ତ୍ୱେ ଏଭଳି କିଛି କରୁଥିଲେ, ଯଦ୍ଦ୍ବାରା ଅନ୍ୟମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ପୂର୍ବରୁ ଭାରତୀୟ ମୁସଲମାନ ସମ୍ପ୍ରଦାୟର ଅନେକ ଲୋକ ଯେଉଁଭଳି ସାଉଦି ଆରବିୟା ଏବଂ ଅନ୍ୟ କେତୋଟି ମୁସଲ୍‌ମାନ ଦେଶରୁ ସହଯୋଗ ଓ ଅର୍ଥ ପାଇ ଉତ୍ପାତ ହେଉଥିଲେ, ତାହାକୁ ପୂର୍ବ ସରକାର ସହି ଆସୁଥିଲେ। ଫଳସ୍ବରୂପ ସାଧାରଣ ହିନ୍ଦୁଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହିତ ଆମୂଳଚୂଳ ରାଜନୈତିକ ପରିବର୍ତ୍ତନ ପାଇଁ ମତ ସୃଷ୍ଟି ହୋଇଥିଲା। ବାଂଲାଦେଶର ହିନ୍ଦୁମାନଙ୍କ ମଧ୍ୟରେ ଅନୁରୂପ ମାନସିକତା ସୃଷ୍ଟି ହୋଇଥିଲା। ଯେଉଁମାନେ ପୂର୍ବରୁ ବାଂଲାଦେଶ ଯାଇଥିବେ, ସେମାନେ ହୃଦ୍‌ବୋଧ କରିଥିବେ ଯେ ସଂଖ୍ୟାଲଘୁ ହେବା ସତ୍ତ୍ୱେ ସେଠାରେ ହିନ୍ଦୁମାନଙ୍କ ଦୌରାତ୍ମ୍ୟ ଅନେକ ପରିମାଣରେ ବୃଦ୍ଧି ପାଇଥିଲା। ଶେଖ୍‌ ହାସିନାଙ୍କ ଆଓ୍ବାମୀ ଲିଗ୍‌ରେ ପ୍ରବେଶ କରି ହିନ୍ଦୁମାନେ ରାଜନୀତିରେ ଶକ୍ତିଶାଳୀ ହୋଇ ସାଧାରଣ ଲୋକଙ୍କୁ ଦମନ କରିବାରେ ପଛାଉ ନ ଥିଲେ। ଏଥିସହିତ ବାଂଲାଦେଶର ତିନି ପଟରୁ ଭାରତ ଘେରି ରହିଥିବାରୁ ସେହି ସଂଖ୍ୟାଲଘୁ ଗୋଷ୍ଠୀ ମଧ୍ୟରେ ବିଶେଷକରି ଗତ ଦଶନ୍ଧି ଭିତରେ ଦମ୍ଭୋକ୍ତି ବୃଦ୍ଧି ପାଇଥିଲା। ଏବେ ଯେତେବେଳେ ରାଜନୈତିକ ବିପ୍ଳବ ଘଟିଲା ଏବଂ ଶେଖ୍‌ ହାସିନାଙ୍କୁ ଦୌଡ଼ି ପଳାଇବାକୁ ପଡ଼ିଲା, ସେତେବେଳେ ସ୍ବାଭାବିକ ଭାବେ ସଂଖ୍ୟାଲଘୁ ହିନ୍ଦୁମାନେ ସବୁ ପ୍ରକାରର ଅତ୍ୟାଚାର ଶିକାର ହେଉଛନ୍ତି। ଏଥିରୁ ଏକ ବଡ଼ ଶିକ୍ଷା ମିଳୁଛି। ଭାରତରେ ଯଦି କଂଗ୍ରେସ ଅମଳରୁ ସଂଖ୍ୟାଲଘୁଙ୍କୁ ସାମିଲ କରି ଏକ ସନ୍ତୁଳିତ ବାତାବରଣ ସୃଷ୍ଟି ହୋଇଥାନ୍ତା, ଯେଉଁଥିରେ ମୁସଲମାନ ସମ୍ପ୍ରଦାୟ ନିଜର ଭିନ୍ନତା ପରିବର୍ତ୍ତେ ସମନ୍ବୟ ପ୍ରତି ଧ୍ୟାନ ଦେଇଥାନ୍ତେ; ତେବେ ଆଜି ଉପୁଜୁଥିବା ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉ ନ ଥାନ୍ତା। ସେହିଭଳି ବାଂଲାଦେଶରେ ମଧ୍ୟ ରହିଥିବା ହିନ୍ଦୁମାନେ ଯଦି ଅସ୍ଥାୟୀ ରାଜନୈତିକ କ୍ଷମତାକୁ ଆବୋରିବା ପରିବର୍ତ୍ତେ ପୂର୍ବଭଳି ଶାନ୍ତ ରହିଥାନ୍ତେ, ତେବେ ସେହି ଦେଶରେ ଆଜି ମଧ୍ୟ ସେମାନେ ସୁରକ୍ଷିତ ରହିପାରି ଥାଆନ୍ତେ। ଏବେ ଖବର ମିଳିଛି, ଖାଲିଦା ଜିୟାଙ୍କ ବାଂଲାଦେଶ ନ୍ୟାଶ୍‌ନାଲିଷ୍ଟ ପାର୍ଟି (ବିଏନ୍‌ପି) ଭାରତକୁ ଚେତାବନୀ ଦେଇ କହିଛି, ଶେଖ୍‌ ହାସିନାଙ୍କୁ ଫେରାଇଦିଅ, ନଚେତ୍‌ ଭବିଷ୍ୟତରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯିବ। ଏହାର ବିଶ୍ଳେଷଣ କରି ଭାରତର କେତେକ ଅତ୍ୟନ୍ତ ଚତୁର ଗଣମାଧ୍ୟମ ମତ ଦେଇଛନ୍ତି ଯେ, ଯଦି ବାଂଲାଦେଶ କୌଣସି ଅପ୍ରୀତିକର ସ୍ଥିତି ସୃଷ୍ଟି କରେ, ଭାରତ ସେହି ଦେଶକୁ ବିଦ୍ୟୁତ୍‌ ଶକ୍ତି ଯୋଗାଣ ବନ୍ଦ କରିଦେବ। ଦେଖିବାକୁ ଗଲେ ବାଂଲାଦେଶର ପ୍ରାୟ ୨୦ ପ୍ରତିଶତ ବିଦ୍ୟୁତ୍‌ଶକ୍ତି ଭାରତରୁ ଆଦାନୀ କମ୍ପାନୀ ଏବଂ ପିଟିସି ଇଣ୍ଡିଆ ଯୋଗାଉଛନ୍ତି। ସେହି ଦେଶର ୮୦ ପ୍ରତିଶତ ବିଦ୍ୟୁତ୍‌ ଶକ୍ତି ଆମେରିକା ଯୋଗାଇଥିବା ଗ୍ୟାସ୍‌ଚାଳିତ ଟର୍ବାଇନ୍‌ ମାଧ୍ୟମରେ ସୃଷ୍ଟି ହେଉଛି। ବାଂଲାଦେଶର ନିଜସ୍ବ ଯଥେଷ୍ଟ ପରିମାଣର ଗ୍ୟାସ୍‌ ଗଚ୍ଛିତ ଅଛି। ସେଥିପାଇଁ ସେହି ଦେଶ ଭାରତକୁ ଧମକ ଦେଇପାରୁଛି। ଯଦି ବାଂଲାଦେଶ ଭାରତରୁ ବିଦ୍ୟୁତ୍‌ ଶକ୍ତି କିଣିବା ବନ୍ଦ କରିଦେବ, ତେବେ ଭାରତର ଗୌତମ ଆଦାନୀ କମ୍ପାନୀ ଗୁରୁତର ଭାବେ କ୍ଷତି ସହିବ। ଏହାର ରାଜନୈତିକ ପ୍ରଭାବ ମଧ୍ୟ ପଡ଼ିବ। ତେଣୁ ଭାରତରେ ସଂଖ୍ୟାଲଘୁ ମୁସଲମାନଙ୍କ ପ୍ରତି ଆକ୍ରମଣ, ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଏବଂ ଶେଖ୍‌ ହାସିନାଙ୍କ ଭବିଷ୍ୟତ ସବୁ ଗୋଟିଏ ସରଳରେଖାରେ ରହିଯାଉଛି। ଏଭଳି ସମସ୍ୟା କେଉଁ କାରଣରୁ ସୃଷ୍ଟି ହେଲା ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। ସେତେବେଳକୁ କେବଳ କ୍ଷତି ଭାରତର ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri