Categories: ଖେଳ

ମନେପଡ଼ିବେ ମାରାଡୋନା

ରେଫରିଙ୍କ ହ୍ବିସିଲ ବାଜିବ। ପଡ଼ିଆରେ ଖେଳାଳିମାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହେବ। ସମର୍ଥକମାନେ ଗ୍ୟାଲେରିରେ ନାଚିବେ। ଏସବୁ ଦେଖିବାକୁ ମିଳିବ କାତାରରେ। କିନ୍ତୁ ଜଣେ ଅନୁପସ୍ଥିତ ରହିବେ। ଲୋକେ ତାଙ୍କୁ ‘ଗଡ୍‌ ଅଫ୍‌ ଫୁଟ୍‌ବଲ’ କହୁଥିବା ବେଳେ ଅନ୍ୟ କେତେକ ତାଙ୍କୁ ‘କିଙ୍ଗ୍‌’ ବୋଲି କହିଥାନ୍ତି। ସେ ଯାହା ହେଉ ନା କାହିଁକି ରବିବାର ଆରମ୍ଭ ହେବାକୁଥିବା ଫୁଟ୍‌ବଲ ବିଶ୍ୱକପ୍‌ରେ ଡିଏଗୋ ମାରାଡୋନାଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ, ଯିଏକି ଖେଳ ପାଇଁ ସବୁକିଛି ଦେଇଛନ୍ତି। ଆମେ ଏଥର ତାଙ୍କୁ ମିସ୍‌ କରିବା। ବେଳେବେଳେ ମୁଁ ଭାବେ ସେ ଏବେ ମଧ୍ୟ ଜୀବିତ ଅଛନ୍ତି। ମାରାଡୋନା ବିଶ୍ୱକପ୍‌ କେବେ ମିସ୍‌ କରନ୍ତି ନାହିଁ। ଦର୍ଶକଙ୍କ ମହଲରେ ସେ ତାଙ୍କ ଆର୍ଜେଣ୍ଟିନା ଦଳକୁ ଉତ୍ସାହିତ କରିଥାନ୍ତି। ସେ ସବୁବେଳେ ମନେପଡ଼ିବେ। ନଭେମ୍ବର ୨୫ରେ ତାଙ୍କର ମୃତ୍ୟୁ ବାର୍ଷିକୀ ପଡୁଛି ତାହା ପୁଣି ବିଶ୍ୱକପ୍‌ ଚାଲିଥିବା ବେଳେ। ଲୋକେ ତାଙ୍କ ପ୍ରତି କ୍ରମାଗତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଆସୁଛନ୍ତି। ଆହୁରି ଅନେକ କିଛି ଦେଖିବାକୁ ମିଳିବ। ମେକ୍ସିକୋର ଫେଡେରାଲ ଡିଷ୍ଟ୍ରିକ୍ଟରେ ପହଞ୍ଚତ୍ବା ପରେ ମାରାଡୋନାଙ୍କୁ ନେଇ ମୋର ସୁନ୍ଦର ସ୍ମୃତି ରହିଛି। ଆମେ ସେତେବେଳେ କ୍ଲବ ଆମେରିକାରେ ଟ୍ରେନିଂ ନେଉଥିଲୁ। ସେ ଆମକୁ ଖୁବ୍‌ ଉତ୍ସାହିତ କରୁଥିଲେ, ସତେଯେମିିତି ସେ ଆମର ଲିଡର। ମୋ ଜୀବନରେ ସେ ଜଣେ ଅନନ୍ୟ ଚରିତ୍ର ଥିଲେ। ବିଶ୍ୱକପ୍‌ ସମୟର ଗୋଟିଏ କଥା ମୋର ମନେପଡୁଛି। ଆମେ ୪ରୁ ୫ଜଣ ଖେଳାଳି ତାଙ୍କ ସହିତ ଏକାଠି ଭୋଜନ କରିଥିଲୁ। ମାରାଡୋନା ସେତେବେଳେ ଆମକୁ କହିଥିଲେ, ପ୍ରତିଦ୍ୱନ୍ଦ୍ୱୀ ଦଳର ଖେଳାଳି ତାଙ୍କୁ ରୋକିବାକୁ ଚେଷ୍ଟା କରିଥାନ୍ତି। ତାଙ୍କୁ କିକ୍‌ ମଧ୍ୟ କରିଥାନ୍ତି। କିନ୍ତୁ ବଲ୍‌ ଯେତେବେଳେ ତାଙ୍କ ନିୟନ୍ତ୍ରଣକୁ ଚାଲି ଆସେ ପ୍ରତିଦ୍ୱନ୍ଦ୍ୱୀ ଖେଳାଳି ତାଙ୍କୁ ରୋକିବାରେ ସମର୍ଥ ହୋଇ ନ ଥାନ୍ତି। ତାଙ୍କର ଏହି ବାର୍ତ୍ତା ଆମକୁ ପ୍ରେରଣା ଦେଇଥିଲା। ଯାହାଫଳରେ ସେହି ବିଶ୍ୱକପ୍‌ରେ ଆମେ ଶତ ପ୍ରତିଶତ ପ୍ରଦର୍ଶନ କରିପାରିଥିଲୁ। ୬୦ବର୍ଷ ବୟସରେ ସେ ଆମକୁ ଛାଡ଼ି ଚାଲିଯାଇଛନ୍ତି। ଏହା ଏକ ଧକ୍କା ଥିଲା, ଯାହାକି ଦେଶକୁ ଏକପ୍ରକାର ପଙ୍ଗୁ କରିଦେଇଥିଲା। ୧୯୮୬ରୁ ୨୦୨୨ ଅର୍ଥାତ୍‌ ମେକ୍ସିକୋରୁ କାତାର ପର୍ଯ୍ୟନ୍ତ ପ୍ରଥମଥର ଶୀତ ଋତୁରେ ବିଶ୍ୱକପ୍‌ ଅନୁଷ୍ଠିତ ହେଉଛି, ତାହା ପୁଣି ସିନ୍ଥେଟିକ୍‌ ଘାସ ଓ ବହୁ କଟକଣା ମଧ୍ୟରେ। ୧୯୮୬ ବିଶ୍ୱକପ୍‌ ଗୌରବ ଫେରାଇ ଆଣିବା ଦାୟିତ୍ୱ ବର୍ତ୍ତମାନ ଲିଓନେଲ ମେସିଙ୍କ ଉପରେ। ଜଣେ ଆର୍ଜେଣ୍ଟାଇନ୍‌ ହିସାବରେ ମୁଁ ମେସି ଓ ତାଙ୍କ ଦଳକୁ ସମର୍ଥନ କରିବି। ମାତ୍ର ଜଣେ ପୂର୍ବତନ ଖେଳାଳି ହିସାବରେ ‘ଫୁଟ୍‌ବଲ’କୁ ସମର୍ଥନ କରିବି। ଏହି ବିଶ୍ୱକପ୍‌ରେ ଆମେ ଫୁଟ୍‌ବଲ ଖେଳକୁ ଭଲ ରୂପେ ଉପଭୋଗ କରିବୁ ବୋଲି ମୋର ଆଶା।

(ଚିଭାକସ୍ପୋଟର୍‌ସ ମ୍ୟାନେଜମେଣ୍ଟ)

Share