Posted inଫୁରସତ

ସୁନ୍ଦର ଦେଶର କଥା

ଆମ ପୃଥିବୀ ବଡ଼ ବିଚିତ୍ର। ଏ ପୃଥିବୀରେ ବିଭିନ୍ନ ଦେଶ ରହିଛି। ଆଉ ପ୍ରତ୍ୟେକ ଦେଶରେ କିଛି ନା କିଛି ଭିନ୍ନକଥା ଦେଖିବାକୁ ମିଳିଥାଏ। ସେହିସବୁ ଦେଶର ଇତିହାସ ମଧ୍ୟ ବଡ଼ ବିଚିତ୍ର। ସେସବୁ ଇତିହାସମାନଙ୍କରେ ଏଭଳି ଅନେକ ଘଟଣା ଲୁଚି ରହିଥାଏ, ଯାହାକୁ ଜାଣି ଆମେ ବିସ୍ମିତ ହୋଇଯାଉ। ସେହିଭଳି ଏକ ରାଷ୍ଟ୍ର ହେଉଛି ମେକ୍ସିକୋ। ଏକ ଉତ୍ତର ଆମେରିକୀୟ ରାଷ୍ଟ୍ର। ଏହାର ଇତିହାସ ଆଶ୍ଚର୍ଯ୍ୟଜନକ ଘଟଣା ଓ କାର୍ଯ୍ୟକଳାପରେ ଭରପୂର। ମେକ୍ସିକୋକୁ ବିଶ୍ୱର ୧୪ତମ ବଡ଼ ରାଷ୍ଟ୍ର ଭାବରେ ବିବେଚନା କରାଯାଇଥାଏ। ସେତିକିନୁହେଁ, ଏହାକୁ ସବୁଠୁ ସୁନ୍ଦରତମ ଦେଶ ଭାବରେ ମଧ୍ୟ ମାନ୍ୟତା ଦିଆଯାଏ। ଏଠାରେ ଏମିତି କିଛି କଥା, ଘଟଣା, କୀର୍ତ୍ତିରାଜି ରହିଛି; ଯାହା ମେକ୍ସିକୋକୁ ବିଶ୍ୱ ଇତିହାସରେ ନିଆରା ସ୍ଥାନ ପ୍ରଦାନ କରିଛି।
ଘଣ୍ଟାକରେ ତିନି ରାଷ୍ଟ୍ରପତି: ଆଜିକୁ ପ୍ରାୟ ୧୦୭ ବର୍ଷ ପୂର୍ବେ ମେକ୍ସିକୋରେ ଘଟିଥିଲା ଏମିତି ଏକ ଘଟଣା, ଯାହା ଏବେ ସୁଦ୍ଧା ଏକ ଆଶ୍ଚର୍ଯ୍ୟଜନକ ଘଟଣା ହୋଇ ରହିଛି। ନା ସେମିତି ଘଟଣା ଆଗରୁ କେଉଁଠି ଘଟିଥିଲା। ନା ସେଭଳି ଘଟଣା ପରେ କେଉଁଠି ଘଟିଛି। ଗୋଟିଏ ଘଣ୍ଟା ମଧ୍ୟରେ ତିନିତିନିଜଣ ବ୍ୟକ୍ତି ଏହି ରାଷ୍ଟ୍ରର ରାଷ୍ଟ୍ରପତି ଆସନରେ ବସିଥିଲେ। ଏହି ଘଟଣାକୁ ବିଶ୍ୱର ରାଜନୀତି ସମୀକ୍ଷକମାନେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଭାବରେ ଅଭିହିତ କରନ୍ତି। ୧୯୧୩ ମସିହା। ଫେବୟାରୀ ମାସ। ସେତେବେଳେ ରାଷ୍ଟ୍ରପତି ଥିଲେ ଫ୍ରାନ୍‌ସିସ୍କୋ ଆଇ ମୈଡେରୋ। ତାଙ୍କର କାର୍ଯ୍ୟକାଳ ଶେଷ ହୋଇଗଲା। ସେ ରାଷ୍ଟ୍ରପତି ପଦରୁ ହଟିଗଲେ। ଏହାପରେ ଖାଲି ସ୍ଥାନ ପୂରଣ କରିବାର ପାଳି। ତାଙ୍କ ପରେ ପେଡ୍ରୋ ଲସ୍କୁରିନ୍‌ ରାଷ୍ଟ୍ରପତି ଆସନରେ ବସିଲେ। ମାତ୍ର ରାଷ୍ଟ୍ରପତି ଆସନ ପେଡ୍ରୋଙ୍କ ପାଇଁ ଆଦୌ ସହଜସାଧ୍ୟ ନ ଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ମାତ୍ର କିଛି ମିନିଟ୍‌ ମଧ୍ୟରେ ପେଡ୍ରୋ ରାଷ୍ଟ୍ରପତି ଆସନରୁ ଇସ୍ତଫା ଦେଇଦେଲେ। ତଥ୍ୟ ଅନୁଯାୟୀ, ପେଡ୍ରୋ ମାତ୍ର ୨୬ମିନିଟ୍‌ ପାଇଁ ରାଷ୍ଟ୍ରପତି ଆସନରେ ବସି ଏକ ବିଶ୍ୱରେକର୍ଡ଼ କରିଥିଲେ। ନା ତାଙ୍କ ପୂର୍ବରୁ କେହି ଏତେ କମ୍‌ ସମୟ ପାଇଁ ରାଷ୍ଟ୍ରପତି ହୋଇଥିଲେ ନା ତାଙ୍କ ପରେ ଆଉ କେହି ଏତେ କମ୍‌ ସମୟ ଲାଗି ରାଷ୍ଟ୍ରପତି ହୋଇଛନ୍ତି। ସେଥିଲାଗି ପେଡ୍ରୋଙ୍କର ରେକର୍ଡ଼ଟି ଏବେ ସୁଦ୍ଧା ଅକ୍ଷୁଣ୍ଣ ରହିଛି। ସେ ଯା’ହେଉ ଏହାପରେ ପୁଣି ରାଷ୍ଟ୍ରପତି ପଦ ଖାଲିପଡ଼ିଲା। ସେହି ଆସନରେ ବସିଲେ ଭିକ୍ଟୋରିଆନୋ ହୁଏର୍ଟା।
୨ହଜାର ବର୍ଷର ଗଛ : ମେକ୍ସିକୋ ଇତିହାସର ଆଉ ଏକ ବିସ୍ମୟ ହେଉଛି ଏହାର ୨ହଜାର ବର୍ଷର ପୁରୁଣା ମୋଣ୍ଟେଜୁମା ସାଇପ୍ରସ୍‌ ବୃକ୍ଷ। ମେକ୍ସିକୋର ଲୋକମାନେ ଏହି ଗଛକୁ ଦେବତାମାନଙ୍କର ଗଛ ବୋଲି ମଧ୍ୟ ମାନିଥାନ୍ତି। ସେଠାରେ ଏହି ଗଛ ରହିଥିବା ସ୍ଥଳକୁ ଏକ ଦର୍ଶନୀୟ ସ୍ଥାନ ବୋଲି କହିଲେ ମଧ୍ୟ ଭୁଲ୍‌ ହେବନାହିଁ। ପିଢ଼ି ପରେ ପିଢ଼ି ଏହି ଗଛକୁ ଲୋକମାନେ ଏକ ମିରାକ୍ଲ ବୋଲି ଭାବି ଆସିଛନ୍ତି। ଏହି ଗଛ ଦୁଇହଜାର ବର୍ଷର ମେକ୍ସିକୋକୁ ଦେଖିଛି। ଏହାର ଉଚ୍ଚତା ୪୦ଫୁଟରୁ ବହୁ ଅଧିକ। ଏବେ ମଧ୍ୟ ଏହି ଗଛର ସତେଜତା ଉଦ୍ଭିଦ ବିଜ୍ଞାନୀମାନଙ୍କୁ ବିସ୍ମିତ କରିଦେଇଥାଏ।
ସାନ ଜ୍ୱାଳାମୁଖୀ : ଜ୍ୱାଳାମୁଖୀ ବା ଆଗ୍ନେୟଗିରି କହିଲେ ଆମମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଯାଏ। ଆଗ୍ନେୟଗିରି ହେଉଛି ପ୍ରକୃତିର ଏକ ବିସ୍ମୟ। ପୃଥିବୀର ଅଭ୍ୟନ୍ତରରେ ଭୌଗୋଳିକ ସନ୍ତୁଳନ ହ୍ରାସ ପାଇଲେ ଏହି ଜ୍ୱାଳାମୁଖୀମାନେ ପୃଥିବୀ ଉପରକୁ ଉଠି ଆସିଥାନ୍ତି। ପୃଥିବୀର ବହୁ ସ୍ଥାନରେ ଅନେକ ଜ୍ୱାଳାମୁଖୀ ରହିଛି। ତେବେ ଜାଣନ୍ତି କି ପୃଥିବୀର ସବୁଠୁ ଛୋଟ ଜ୍ୱାଳାମୁଖୀ କେଉଁଠି ରହିଛି? ତାହା ମଧ୍ୟ ରହିଛି ଏଇ ମେକ୍ସିକୋରେ। ଏହାର ନାମ କ୍ୟୁସ୍କୋମେଟ୍‌। ଏହା ୧୩ଫୁଟ ଲମ୍ବା ଏବଂ ୨୩ ମିଟର ଚଉଡ଼ା।
ଚିଚେନ ଇଜ୍ଜା : ମଣିଷ ପାଇଁ ସବୁଠୁ ରହସ୍ୟମୟ କଳାକୃତି ହେଉଛି ପିରାମିଡ୍‌। ପିରାମିଡ୍‌କୁ ନେଇ ଅନେକ ଇତିହାସ, ଅନେକ କଥା କାହାଣୀ ଅଛି। ମେକ୍ସିକୋରେ ରହିଥିବା ପିରାମିଡ୍‌ ବିଷୟରେ କୁହାଯାଏ ଯେ, ଏହାକୁ ମାୟା ସଭ୍ୟତା କାଳରେ ନିର୍ମାଣ କରାଯାଇଥିଲା। ମେକ୍ସିକୋର ଏହି ପିରାମିଡ୍‌ର ନାମ ଚିଚେନ ଇଜ୍ଜା। ଏହି ପିରାମିଡ୍‌କୁ ନେଇ ମେକ୍ସିକୋର ଇତିହାସ ବେଶ୍‌ ସମୃଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri