ତାଣ୍ଡବ ରଚିଲା କାଳବୈଶାଖୀ

କାମାକ୍ଷାନଗର,୩୦।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ବିଭିନ୍ନ ସ୍ଥାନରେ ବୁଧବାର କାଳବୈଶାଖୀ ତାଣ୍ଡବ ରଚିଛି। ଝଡ଼ତୋଫାନ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ମାତ୍ର ୩୦ ମିନିଟ୍‌ରେ ଅଞ୍ଚଳର ଚିତ୍ର ବଦଳାଇ ଦେଇଛି। କାନପୁରା ପଞ୍ଚାୟତିରାଜ ହାଇସ୍କୁଲର ରୋଷେଇ ଘର, ସାଇକେଲ ଷ୍ଟାଣ୍ଡ କ୍ଷତିଗ୍ରସ୍ତ ହୋଇଥିବାବେଳେ ଜିରିଡ଼ାମାଳି, କାନପୁରାରେ ବହୁ ଗଛ ଧରାଶାୟୀ ହୋଇପଡ଼ିଛି। ମୁଣ୍ଡିଦେଉଳି ବଜାରରେ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଘରେ ପଶିଯାଇଛି।
ବୁଧବାର ସକାଳ ବେଳା ଅଞ୍ଚଳର ପାଗ ଶୁଖିଲା ଥିବାବେଳେ ଅପରାହ୍ନରେ ପାଣିପାଗ ବଦଳିଗଲା। ସାଢ଼େ ୪ଟା ବେଳେ ହଠାତ୍‌ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଝଡ଼ବର୍ଷା ଆରମ୍ଭ ହୋଇଯାଇଥିଲା। ପ୍ରବଳମାତ୍ରାରେ କରକାପାତ ହୋଇ ରାସ୍ତାଘାଟରେ ବହଳିଆ ଆସ୍ତରଣ ସୃଷ୍ଟି କରିଥିଲା। ଅନ୍ୟପଟେ ଏଭଳି କୁଆପଥର ମାଡ଼ ଚାଷୀକୁଳ ପାଇଁ ଦାରୁଣ ଦୁଃଖ ଆଣିଦେଇଛି। କାନପୁରା, ମହୁଲପାଳ, ସାରୁଆଳି ପଞ୍ଚାୟତରେ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଯାଇଛି। ମହୁଲପାଳ ଏବଂ ସାରୁଆଳି ଅଞ୍ଚଳର ବାଇଗଣ ଚାଷୀମାନେ ସର୍ବାଧିକ କ୍ଷତି ସହିଛନ୍ତି। ସେହିପରି କାନପୁରା ପଞ୍ଚାୟତିରାଜ ହାଇସ୍କୁଲ ପରିସରରେ ଥିବା ବହୁ ଗଛ ଭାଙ୍ଗିପଡ଼ିଛି। ଗ୍ରାମର ପ୍ରଶାନ୍ତ କୁମାର ରାଉତଙ୍କ କୁକୁଡ଼ା ଫାର୍ମ ଉଡ଼ିଯାଇଥିବାବେଳେ ୫୦ରୁ ଊର୍ଦ୍ଧ୍ୱ କୁକୁଡ଼ାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଦୁଷ୍ମନ୍ତ ରାଉତ, ସାରଙ୍ଗଧର ରାଉତ, ଡମ୍ବରୁଧର ରାଉତ, ସଞ୍ଜୟ ରାଉତ, ସୁଶାନ୍ତ ରାଉତ, ଅନନ୍ତ ରାଉତ, ବିଗଲ ରାଉତ, ଭରତ ରାଉତଙ୍କ ଘର ଝଡ଼ତୋଫାନରେ କ୍ଷତିଗ୍ରସ୍ତ ହୋଇଛି। ଦୀନବନ୍ଧୁ ରାଉତଙ୍କ ଘର ଉପରେ ଆମ୍ବ ଗଛ ଭାଙ୍ଗି ପଡ଼ିବାରୁ ପରିବାର ସଦସ୍ୟ ଘର ଭିତରେ ରହିଯାଇଥିଲେ। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଅନୁରୂପ ଭାବେ ଜରିଡ଼ାମାଳି ନିକଟ ଜାତୀୟ ରାଜପଥରେ ବହୁ ଗଛ ଉପୁଡ଼ି ପଡ଼ିଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସହର ମଧ୍ୟଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ଶେଷ ହେଉ ନ ଥିବାରୁ ବର୍ଷାଜଳ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଲୋକଙ୍କ ଘରେ ପଶିଯାଇଥିଲା, ଯାହାକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି।
ଅପରପକ୍ଷେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିବାରୁ ସରବରାହ ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ୍‌ ବିଭାଗ ଏବଂ ଅଗ୍ନିଶମ କର୍ମଚାରୀ ଗଛକଟା ଜାରି ରଖିଥିବାବେଳେ ଯଥାସମ୍ଭବ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରିବାକୁ ଉଦ୍ୟମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri