ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି ପ୍ରଭାବିତ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ପ୍ରଭାବିତ ଲୋକଙ୍କୁ ଆଶାନୁରୂପ କ୍ଷତିପୂରଣ ମିଳି ନ ଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଶନିବାର ପୂର୍ବାହ୍ନରେ କ୍ଷତିଗ୍ରସ୍ତ ଲୋକେ ୫୩ ନମ୍ବର ଜାତୀୟ ରାଜପଥର ଚକରକେନ୍ଦ ଛକରେ ରାଜପଥ ଅବରୋଧ ସହିତ କ୍ଷତିପୂରଣ ଦାବି କରିଛନ୍ତି। ଆନ୍ଦୋଳନ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବିଭାଗୀୟ ଅଧିକାରୀ ଏବଂ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ଜାରି ରଖିଛି।

Dharitri – Odisha’s No.1 Odia Daily

Share