ସୂଚନା ଫଳକରେ ଅଟକିଛି ମନ୍ଦିର ଉନ୍ନତୀକରଣ

ଖଣ୍ଡପଡ଼ା,୩ା୧୧(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ସହରର ୮ନଂ. ୱାର୍ଡ ଅଧୀନ କୁମ୍ଭାରସାହି ନିକଟରେ ଥିବା ଶ୍ରୀ ବାଲୁଙ୍କେଶ୍ୱର ଦେବ ପ୍ରାଚୀନ ଶୈବ ପୀଠର ଉନ୍ନତିକରଣ କାର୍ଯ୍ୟ କେବଳ ଶିଳାନ୍ୟାସ ଫଳକରେ ସୀମିତ ରହିଛି। ଖଣ୍ଡପଡ଼ା ଏନଏସି କତ୍ତୃପକ୍ଷ ଉକ୍ତ ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତିକରଣ ନିମନ୍ତେ ଅନୁଦାନ ଅର୍ଥ ମଞ୍ଜୁର କରିବା ପରେ ଗତ ଅଗଷ୍ଟ ୩୧ରେ ଖଣ୍ଡପଡା ଏନଏସି ଅଧ୍ୟକ୍ଷାଙ୍କ ଦ୍ୱାରା ବହୁ ଆଡମ୍ବରରେ ମନ୍ଦିର ସମ୍ମୁଖରେ ଭିତ୍ତିପ୍ରସ୍ତର ଉତ୍ସବ ଅନୁଷ୍ଠିତ ହୋଇଥିଲା। ଖୁବ୍‌ଶିଘ୍ର ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତି କରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଏନଏସି ଅଧ୍ୟକ୍ଷା ଓ ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ। ଇତି ମଧ୍ୟରେ ୨ ମାସ ବିତିଥିଲେ ହେଁ ମନ୍ଦିର ଉନ୍ନତିକରଣ କାର୍ଯ୍ୟରେ ବିଳମ୍ବ ଘଟିଛି। ସ୍ଥାନୀୟ ବାସିନ୍ଦା ଏ ସମ୍ପର୍କରେ ଏନଏସି କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳୁ ନ ଥିବା ଜଣାପଡିଛି।
ସୂଚନାଯୋଗ୍ୟ ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ପ୍ରଭୁ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରଟି ରହିଛି। ମନ୍ଦିରର ବାହ୍ୟ ପ୍ରାଚୀର ଭାଙ୍ଗି ମାଟିରେ ମିଶି ଯାଇଛି। ଫଳରେ ଗାଈ ଗୋରୁ ଅବାଧରେ ମନ୍ଦିର ପରିସରରେ ପ୍ରବେଶ କରୁଛନ୍ତି। ଅନାବନା ଗଛଲତାରେ ମନ୍ଦିର ଚତୁଃପାର୍ଶ୍ୱ ଭରି ରହିଛି। ବିଷଧର ସରୀସୃପ ମନ୍ଦିର ପରିସରରେ ବୁଲୁଛନ୍ତି ବୋଲି ମନ୍ଦିରର ପୂଜକ ବିଭୂତି ଭୂଷଣ ମହାପାତ୍ର କହିଛନ୍ତି। ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ପ୍ରାଚୀନ ଶୈବ ପୀଠ ଗତି କରୁଥିବାରୁ ଭକ୍ତମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦିରର ଏକ ଟ୍ରଷ୍ଟ ବୋର୍ଡ ରହିଛି। ମାତ୍ର ଟ୍ରଷ୍ଟ ବୋର୍ଡଟି ସମ୍ପୂର୍ଣ୍ଣ ରୁପେ ସ୍ଥାଣୁ ପାଲଟିଛି। ପ୍ରଭୁ ବାଲୁଙ୍କେଶ୍ୱର ଏକର ଏକର ଜମିବାଡି, ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକ ହୋଇଥିବା ବେଳେ ପରିଚାଳନା ଗତ ତ୍ରୁଟି ଯୋଗୁ ମନ୍ଦିରର ବିଭିନ୍ନ ସମସ୍ୟା ସମାଧାନ ହୋଇ ପାରୁ ନ ଥିବାରୁ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦିରର ଉନ୍ନତିକରଣ ନିମନ୍ତେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri