Categories: ଖେଳ

‘ମୋତେ ଟ୍ୟାଗ୍‌ କରିବା ବନ୍ଦ କର, ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ନୁହେଁ’

ନୂଆଦିଲ୍ଲୀ,୩୦।୯: “ମୁଁ ଅମରିନ୍ଦର ସିଂ। ଭାରତୀୟ ଫୁଟବଲ ଦଳର ଗୋଲକିପର। ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ନୁହେଁ। ଏଣୁ ଦୟାକରି ମୋତେ ଟ୍ୟାଗ କରନ୍ତୁ ନାହିଁ”। ଏଭଳି ଟୁଇଟ୍‌ କରିଛନ୍ତି ଭାରତୀୟ ଫୁଟବଲ ଦଳର ସଦସ୍ୟ ଅମରିନ୍ଦର ସିଂ। ତାଙ୍କ ନାମ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ମେଳ ଖାଉଥିବାରୁ ୟୁଜର୍ସ ଅଯଥାରେ ବିଭିନ୍ନ ପୋଷ୍ଟ ଓ ଟୁଇଟ୍‌ରେ ମୁଖ୍ୟମନ୍ତ୍ରୀ କ୍ୟାପଟେନଙ୍କ ବଦଳରେ ତାଙ୍କୁ ଟ୍ୟାଗ କରୁଛନ୍ତି। ଏଥିଯୋଗୁ ଭାରତୀୟ ଫୁଟ୍‌ବଲ ଦଳର ଗୋଲକିପର ଅମରିନ୍ଦର ୟୁଜର୍ସଙ୍କୁ ଭୁଲବଶତଃ ତାଙ୍କୁ ଆଉ ଟ୍ୟାଗ ନ କରିବାକୁ ଅନୁରୋଧ କରିଛନ୍ତି। ଅମରିନ୍ଦରଙ୍କ ଟୁଇଟ୍‌କୁ ରିଟୁଇଟ୍‌ କରି ଭେଟେରାନ କଂଗ୍ରେସ ନେତା କ୍ୟାପଟେନ ଲେଖିଛନ୍ତି, “ମା ବନ୍ଧୁ ତୁମ ପ୍ରତି ମୋ ସହାନୁଭୂତି ଅଛି। ତୁମ ଆଗାମୀ ମ୍ୟାଚ୍‌ ପାଇଁ ଶୁଭେଚ୍ଛା”।

Share