ଗାଁରେ ମଦ ବିକ୍ରି ବନ୍ଦ କରାଯାଉ: ଜିଲାପାଳ, ପୋଲିସକୁ ଫେରାଦ ହେଲେ ଗ୍ରାମବାସୀ

ବଡ଼ଗାଁ,୧୨ା୧(ଅଶୋକ ଷଡଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଞ୍ଚଳରେ ମଦ ବିକ୍ରି ଦିନିକୁ ଦିନ ବଢ଼ିବାରେ ଲାଗିଛି। ଥାନା ଅଧୀନ ଅଧିକାଂଶ ଗାଁରେ ଅବାଧ ମଦ ବିକ୍ରି ଯୋଗୁ ଅଶାନ୍ତ ପରିବେଶ ସୃଷ୍ଟି ହେଉଛି। ଏପରିକି ଯୁବପିଢୀ ମଦ କବଳରେ ପଡ଼ି ବିପଥଗାମୀ ହେଉଛନ୍ତି। ଏପରିକି ଘର ସଂସାର ଉଜୁଡି ଯାଉଛି। ଏହିପରି ସମସ୍ୟାରେ ପଡିଛନ୍ତି ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଜରଙ୍ଗଲୋଇ ନିକଟ କନ୍ଦରାପଡା ଗ୍ରାମବାସୀ। ଏ ସମ୍ପର୍କରେ ଗ୍ରାମବାସୀ ସୋମବାର ଜିଲାପାଳ, ଅବକାରୀ ଅଧିକାରୀ ଏବଂ ବଡ଼ଗାଁ ଥାନାରେ ଜଣାଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଗ୍ରାମର ହଳଧର ନାଏକ, ସବିତା କିସାନ, ହେମ ନାଏକ, ହରିପ୍ରୀୟା ମାଝୀ, ବସନ୍ତ ଏକ୍କା, ଗୁରୁବାରି ମାଝୀ, ଭାଗ୍ୟବତୀ କିସାନ, ପ୍ରେମ ଏକ୍କା, ନିଳୀମା ଏକ୍କା, ବେଣୁଧର କିସାନ, ସୂର୍ଯ୍ୟକାନ୍ତି କିସାନଙ୍କ ସହିତ ୬୦ରୁ ଊର୍ଦ୍ଧ ଗ୍ରାମବାସୀ ପ୍ରଥମେ ସୁନ୍ଦରଗଡ ଯାଇ ସେଠାରେ ଜିଲାପାଳଙ୍କୁ ତାଙ୍କ କାର୍ଯ୍ୟାଳରେ ଭେଟି ଦାବି ପତ୍ରଦେଇ ସମାଧାନ ଦାବି କରିଥିଲେ। ପରେ ବଡ଼ଗାଁ ଯାଇ ଥାନା ଆଇଆଇସିଙ୍କ ଅନୁପସ୍ଥିତିରେ ଏଏସଆଇ ତପନ ବେହେରାଙ୍କୁ ଦାବିପତ୍ର ଦେଇଥିଲେ। ପରେ ବଡ଼ଗାଁ ଅବକାରୀ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ଦେଇଛନ୍ତି।

ପତ୍ରରେ ଦର୍ଶାଯାଇଛି ଯେ, ଗ୍ରାମରେ ୫୦ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ଅଧିକାଂଶ ପରିବାର ଶ୍ରମିକ କାମ କରି ପରିବାର ପ୍ରତିପୋଷଣ କରନ୍ତି। ଗ୍ରାମର ୩ଟି ପରିବାର ଦେଶୀ ମଦ ଖୋଲାଖୋଲି ବିକ୍ରି କରିଆସୁଛନ୍ତି। ଏଥିଯୋଗୁ ଗାଁରେ ଅନେକ ସମୟରେ ଗଣ୍ଡଗୋଳ ହୋଇ ଅଶାନ୍ତ ପରିବେଶ ସୃଷ୍ଟି ହେଉଛି। ପ୍ରତ୍ୟେକ ଘରେ ମଦ ଯୋଗୁ କଳହ ଲାଗି ରହୁଛି। ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ କୁ ପ୍ରଭାବ ପଡୁଛି। ବାରମ୍ବାର ଗ୍ରାମବାସୀ ବୈଠକ କରି ମଦ ବିକ୍ରେତାଙ୍କୁ ବିକ୍ରି ବନ୍ଦ କରିବାକୁ କହିଥିଲେ ମଧ୍ୟ ସେମାନେ ମାନୁ ନାହାନ୍ତି। ଫଳରେ ଗ୍ରାମବାସୀ ମଦ ବିକ୍ରି ବନ୍ଦ କରିବାକୁ ଦାବି କରି ପୋଲିସକୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲଡ଼ା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ପ୍ରସଙ୍ଗ ଅନାସ୍ଥା ବୈଠକ କରିବାକୁ ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୨୭ା୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ବାଲଡ଼ା ପଞ୍ଚାୟତ ସରପଞ୍ଚ ବିକ୍ରମ ସୀସାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ବୈଠକ ଶୀଘ୍ର କରିବାକୁ…

ବାବୁଲ ସୁପ୍ରିୟୋ, ପୂର୍ବ DGP ରାଜୀବ କୁମାର…ରାଜ୍ୟ ସଭା ପାଇଁ ଏହି ୪ ପ୍ରାର୍ଥୀଙ୍କ ଉପରେ ଭରସା କଲେ ମମତା

କୋଲକାତା,୨୭।୨: ପଶ୍ଚିମବଙ୍ଗର ୫ଟି ରାଜ୍ୟ ସଭା ଆସନ ପାଇଁ ଶୁକ୍ରବାର ତୃଣମୂଳ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଏଥର ପ୍ରଶାସନିକ ଅଭିଜ୍ଞତା, ଆଇନଗତ…

କର୍ଣ୍ଣାଟକରେ ପ୍ରେମୀଯୁଗଳଙ୍କ ମୃତ୍ୟୁ: ମୃତଦେହ ଗାଁକୁ ଆଣିବା ପାଇଁ ପୋଲିସ, ପ୍ରଶାସନ ନିକଟରେ ନିବେଦନ

ଗୁଣପୁର, ୨୭।୨ (ସଂକେତ ପାତ୍ର ): ପ୍ରଥମେ ଭଲ ପାଇଲେ, ପରେ ବାହା ହେଲେ। ବାହାଘର ପରେ କାମ ଅନ୍ବେଷଣରେ କର୍ଣ୍ଣାଟକ ଚାଲିଯାଇଥିଲେ। ସେଠାରେ କୌଣସି କାରଣରୁ…

ପୌର ପରିଷଦରେ ବ୍ୟାପକ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଦାବିପତ୍ର

ଗୁଣପୁର, ୨୭।୨ (ସଂକତେ ପାତ୍ର/ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବିଜେଡି ପକ୍ଷରୁ ଶୁକ୍ରବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l…

ମଲା କୁକୁଡ଼ା ମାଂସ ଖାଇ ୪ ମହିଳା ଗୁରୁତର

କଲ୍ୟାଣସିଂହପୁର, ୨୭।୨ (ଦୀପକ କୁମାର ପରିଡା ): ମଲା କୁକୁଡ଼ା ମାଂସ ଖାଇ ଗୋଟିଏ ପରିବାରର ୪ ଜଣ ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…

ଟିମ୍‌ ଇଣ୍ଡିଆକୁ ଫେରିବେ ରିଙ୍କୁ ସିଂ, ପିତାଙ୍କୁ ହରାଇଥିବା ସତ୍ତ୍ୱେ ଦେଶ ପାଇଁ ନେଲେ ବଡ଼ ନିଷ୍ପତ୍ତି 

ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟର ଯୁବ ତାରକା ରିଙ୍କୁ ସିଂ ବର୍ତ୍ତମାନ ନିଜ ଜୀବନର ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ଟି-୨୦ ବିଶ୍ୱକପ ୨୦୨୬ ଅଭିଯାନ…

ବରଗଡ଼ରେ ଲଜ୍ଜା: ୧୨ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର, ଜଣେ ବ୍ୟକ୍ତିଙ୍କୁ ଅଟକ ରଖି…

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସଦର ଥାନା ଅଞ୍ଚଳରେ ଜଣେ ନାବାଳିକା(୧୨)ଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଏ ନେଇ ଶୁକ୍ରବାର ବରଗଡ଼ ସଦର ଥାନାରେ ପୀଡିତାଙ୍କ ପରିବାର…

IPL ୨୦୨୬: ୩୦ ଦିନ ପୂର୍ବରୁ ବଦଳିଲା କାର୍ଯ୍ୟସୂଚୀ, ଏବେ ଏହି ତାରିଖରୁ ଆରମ୍ଭ ହେବ ୧୯ତମ ସିଜନ୍‌

ନୂଆଦିଲ୍ଲୀ,୨୭।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ଉତ୍ସାହ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱକପ୍‌ ଶେଷ ହେବାର ମାତ୍ର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri