ବନ୍ଦ ହେଉ ୟୁଜର୍ସ ଫି’ ଆଦାୟ

ଯାଜପୁର ଅଫିସ,୨୨।୧: ସହରର ନାଗରିକମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବା ସ୍ବାୟତ୍ତ ଶାସନ ସଂସ୍ଥାର ଦାୟିତ୍ୱ। ଏଥିପାଇଁ ୨୬ଟି ୱାର୍ଡକୁ ନେଇ ବ୍ୟାସନଗର ପୌର ପରିଷଦ ଗଠିତ ହୋଇଛି। ହେଲେ ୨୦୧୮ ସେପ୍ଟେମ୍ବରରୁ ଏହି ସଂସ୍ଥା ପ୍ରଶାସକଙ୍କ ଦାୟିତ୍ୱରେ ଚାଲିଛି। ଫଳରେ ସହରର ପରିମଳ, ଆଲୋକୀକରଣ, ଡ୍ରେନେଜ ଆଦି ବ୍ୟବସ୍ଥା ସରକାରୀ ବାବୁଙ୍କ ଦ୍ୱାରା ପରିଚାଳିତ ହେଉଛି। ସଂପୃକ୍ତ ବାବୁଙ୍କ ମନମାନି ଯୋଗୁ ୪ ମାସରୁ ଊର୍ଦ୍ଧ୍ୱ ହେବ ସଫେଇ କର୍ମଚାରୀମାନଙ୍କୁ ଦରମା ଦିଆଯାଇନାହିଁ ବୋଲି ଅଭିଯୋଗ ହୋଇଛି। ଦୀର୍ଘଦିନ ହେଲା ବହିର୍ଗମନ ପଥ ନ ଥିବାରୁ ଆବର୍ଜନା ପାଣି ରାସ୍ତାରେ ଲହଡି ଭାଙ୍ଗୁଛି। ନିର୍ଦ୍ଧାରିତ ସ୍ଥାନରେ ଅଳିଆ ପକାଯାଉନାହିଁ। ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଗଦା କରାଯାଇ ପରିବେଶକୁ ଦୂଷିତ କରାଯାଉଛି। ପୌରାଞ୍ଚଳରେ ଥିବା ୨୫୦୦ରୁ ଊର୍ଦ୍ଧ୍ୱ ବିଦ୍ୟୁତ୍‌ ଖୁଣ୍ଟରେ ଆଲୋକ ବ୍ୟବସ୍ଥା ନାହିଁ। ତେଣୁ ସମଗ୍ର ପୌରାଞ୍ଚଳରୁ ୟୁଜର୍ସ ଫି ଆଦାୟ ବନ୍ଦ କରାଯାଉ ବୋଲି ବ୍ୟାସନଗର କଂଗ୍ରେସ କମିଟି ପକ୍ଷରୁ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରରେ ଆହୁରି ଦର୍ଶାଯାଇଛି, ବ୍ୟାସନଗର ପୌର ପରିଷଦ ଏକ ମଧ୍ୟମ ଧରଣର ସହର। ଏଠାକାର ଅଧିବାସୀମାନଙ୍କୁ ଅଦ୍ୟାବଧି ସହରାଞ୍ଚଳର ମୌଳିକ ସୁବିଧା ଯୋଗାଇ ଦିଆଯାଇ ପାରିନାହିଁ। ତଥାପି ସମସ୍ତ ଗୃହକର୍ତ୍ତା ଓ ବ୍ୟବସାୟୀ ନିର୍ଦ୍ଧାରିତ କର ଦେଇ ସହଯୋଗ କରି ଆସୁଛନ୍ତି। ହେଲେ ତାହା ବଦଳରେ ବସ୍ତିବାସିନ୍ଦା କୌଣସି ମୌଳିକ ସୁବିଧା ପାଉନାହାନ୍ତି। ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ପୌରପରିଷଦ ତରଫରୁ ନୂତନ ଭାବେ ୟୁଜର୍ସ ଫି ନାମରେ ଅନ୍ୟ ଏକ ଟିକସ ସହରବାସୀ, ସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ ଓ ଉଠା ବେପାରୀଙ୍କଠାରୁ ପୌର କର୍ମଚାରୀମାନେ ଜୁଲମ୍‌ କରି ଆଦାୟ କରୁଛନ୍ତି। ଉଠାବେପାରୀଙ୍କୁ ଥଇଥାନ କରିବା ପାଇଁ ଭେଣ୍ଡିଂ ଜୋନ୍‌ର ବ୍ୟବସ୍ଥା କରାଯାଇନାହିଁ। ସହରର ସମସ୍ତ ବସ୍ତି ଅଞ୍ଚଳକୁ ସଫେଇ କାର୍ଯ୍ୟରେ ସାମିଲ କରାଯାଇନାହିଁ। ବସ୍ତି ଅଞ୍ଚଳର ସବୁ ରାସ୍ତାକୁ ପକ୍କା କରାଯାଇ ପାରି ନାହିଁ।
ଏ ସଂକ୍ରାନ୍ତରେ ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ସହରବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସହରର ରାସ୍ତା, ଡ୍ରେନେଜ, ଆଲୋକୀକରଣ ଆଦି ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ସରକାରୀ ନିର୍ଦ୍ଦେଶ ଅନୁସାରେ ଆମେ ୟୁଜର୍ସ ଫି ଆଦାୟ କରୁଛୁ। ତଥାପି ଜନସାଧାରଣ ଯେଉଁ ଦାବି ଉପସ୍ଥାପନ କରିଛନ୍ତି ସେ ସଂକ୍ରାନ୍ତରେ ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri