ଇଞ୍ଜିନିୟରରୁ ସଫଳ ଚାଷୀ

ବିରିଡି,୨୨।୧(ଡି.ଏନ୍‌.ଏ.): ଇଞ୍ଜିନିୟରରୁ ସଫଳ ଚାଷୀ ପାଲଟିଛନ୍ତି ଚିନ୍ମୟ ଦାଶ। ଅଣ ପାରମ୍ପରିକ ଚାଷକରି ସେ ଯୁବପିଢିଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ବିରିଡି ବ୍ଲକ ୨୨ ମୌଜାର ଚାଷିଖଣ୍ଡ ଗ୍ରାମରେ ତାଙ୍କ ଘର। ପିତା ଚିତ୍ତରଞ୍ଜନ ଦାଶ ଜଣେ ଅବସରପ୍ରାପ୍ତ ଶିକ୍ଷକ। ଚିନ୍ମୟ ହାଇଦ୍ରାବାଦସ୍ଥିତ ଏକ ଅନୁଷ୍ଠାନରୁ ୨୦୦୦ ମସିହାରେ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିବା ପରେ ସେଠାକାର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ମାତ୍ର ଚାକରିରେ ମନ ନ ଲାଗିବାରୁ ସେ ଘରକୁ ଫେରି ଆସିଥିଲେ। କରୋନା ସମୟରେ ସେ ବଗିଚାରେ ଚାଷ କରିବାକୁ ମନ ବଳାଇଲେ। ଏବେ ବଗିଚାରେ ପୋଖରୀ ଖୋଳି ମାଛ ଚାଷ କରିବା ସହ ଆମ୍ବ, କଦଳୀ, ଲେମ୍ବୁ, ସପୁରି, ନଡ଼ିଆ, ଷ୍ଟ୍ରବେରି ଓ ନାଲି ହଳଦୀ ରଙ୍ଗର କ୍ୟାପସିକମ୍‌ ଆଦି ଚାଷ କରି ଭଲ ରୋଜଗାର କରୁଛନ୍ତି। ଘର ଛାତ ଉପରେ ୧୦୦ଟି ଲେଖାଏ କୁଣ୍ଡରେ କରିଥିବା ଷ୍ଟ୍ରବେରି ଓ କ୍ୟାପ୍‌ସିକମ୍‌ ଚାଷକୁ ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ଲୋକେ ଆସୁଛନ୍ତି। ବ୍ଲକ ସହକାରୀ କୃଷି ଅଧିକାରୀ ପ୍ରଦୀପ୍ତ ବେହେରା ଓ ତାଙ୍କ ସହକର୍ମୀମାନେ ତାଙ୍କ କ୍ଷେତ୍ର ପରିଦର୍ଶନ କରି ଚିନ୍ମୟଙ୍କୁ ପ୍ରଶଂସା କରିବାସହ ଅଧିକ ବୈଷୟିକ ଜ୍ଞାନ ମଧ୍ୟ ଦେଇଛନ୍ତି। ଯୁବପିଢ଼ି ଚାଷ ପ୍ରତି ଆକୃଷ୍ଟ ହେଲେ ସ୍ବପ୍ନ ପୂରଣ ହେବ ବୋଲି ଚିନ୍ମୟ କୁହନ୍ତି। ଚାଷକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ଜ୍ଞାନ କୌଶଳ ଓ ମାର୍କେଟିଂ ବ୍ୟବସ୍ଥା କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ସହକାରୀ କୃଷି ଅଧିକାରୀ ବେହେରା କୁହନ୍ତି, ଚିନ୍ମୟ ନିଜ ଉଦ୍ୟମରେ ଅଣପାରମ୍ପରିକ ଚାଷ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri