ରୋଷଘରେ ଲାଗିବ ନୂଆ ଖାଣ୍ଡେଲାଇଟ୍‌ ପଥର

ପୁରୀ ଅଫିସ,୧୦।୬:ଚଳିତବର୍ଷ ଶ୍ରୀମନ୍ଦିର ରୋଷଘରେ ନୂଆ ଖାଣ୍ଡେଲାଇଟ୍‌ ପଥର ଲଗାଯିବ। ସେହିପରି ଆସନ୍ତା ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପ ମରାମତି ସହ କଳାହାଟ ଦ୍ୱାର ରୁପାଛାଉଣି କାର୍ଯ୍ୟ ଶେଷ କରାଯିବ। ସମ୍ପ୍ରତି ରଥଯାତ୍ରା ପାଇଁ ସିସିଟିଭି କ୍ୟାମେରା ଲଗାଯାଉଥିବାବେଳେ ଗୁରୁବାର ରଥ ନିର୍ମାଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯାଇଛି।
ପ୍ରଶାସନ ଓ ପୂର୍ତ୍ତ ବିଭାଗର ମିଳିତ କମିଟି ପକ୍ଷରୁ ଗୁରୁବାର ରଥ ନିର୍ମାଣ କାର୍ଯ୍ୟ ଯାଞ୍ଚ କରାଯାଇଛି। କମିଟିର ସଦସ୍ୟ ତଥା ଅଧିକାରୀମାନେ ରଥଖଳାରେ ପହଞ୍ଚି ରଥ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିବା ସହ ଠିକ ଭାବେ କାମ ହେଉଛି କି ନାହିଁ ତାହା ତଦାରଖ କରିଥିଲେ। ସ୍ନାନଯାତ୍ରା ପୂର୍ବରୁ ରଥକାର୍ଯ୍ୟ ଅଗ୍ରଗତି ଯେଉଁଭଳି ଭାବେ ହେବା କଥା ତାହା ହୋଇଛି କି ନାହିଁ ତାହା ବୁଝିଥିଲେ। ରଥ ଚକ ଓସାରଠାରୁ ଆରମ୍ଭକରି ଚକର ବିଭିନ୍ନ ଅଂଶକୁ ଟିମ୍‌ ମାପଚୁପ କରିଛି। ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ସି. ପାଲ୍‌, ଯନ୍ତ୍ରୀ ବିନ୍ଦେଶ୍ୱର ପାତ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ସେହିପରି ଏଏସ୍‌ଆଇ, ରାଜ୍ୟ ପୂର୍ତ୍ତ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନର ଏକ ମିଳିତ ବୈଠକ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ସମୟରେ କିଭଳି ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ ଓ ଭୋଗମଣ୍ଡପ ଇତ୍ୟାଦିର ମରାମତି ହେବ ସେନେଇ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ଭିତର ଅଂଶକୁ କେମିକାଲ୍‌ କ୍ଲିନିଂ କରାଯିବା ପରେ ଫାଟ ମରାମତି କରାଯିବ। ନାଟମଣ୍ଡପରେ ହୋଇଥିବା ଫାଟ ମଧ୍ୟ ମରାମତି କରାଯିବ। କଳାହାଟ ଦ୍ୱାର ରୁପାଛାଉଣି କାର୍ଯ୍ୟ ପୂର୍ବବର୍ଷ ରଥଯାତ୍ରା ସମୟରେ ସରି ନ ଥିଲା। ଚଳିତ ବର୍ଷ ରଥଯାତ୍ରା ସମୟରେ ତାହାକୁ ଶେଷ କରାଯିବ। ବୈଠକରେ ଏଏସ୍‌ଆଇ ଅଧିକାରୀମାନେ ମରାମତି କାର୍ଯ୍ୟରେ ସେବାୟତମାନଙ୍କର ସହଯୋଗ ଲୋଡ଼ିଛନ୍ତି। ସେହିଭଳି ଏଏସ୍‌ଆଇ ରୋଷଘର ଚଟାଣରେ ନୂଆ ଖାଣ୍ଡେଲାଇଟ୍‌ ପଥର ଲଗାଇବ। ଅଧିକାଂଶ ପଥର ନଷ୍ଟ ହୋଇଥିବାରୁ ଏହି କାର୍ଯ୍ୟ ଚଳିତ ବର୍ଷ କରାଯିବ। ଅନ୍ୟପକ୍ଷରେ ସ୍ନାନଯାତ୍ରାରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍‌ କରାଯାଉଛି। ଦୁଇଟି ପୃଥକ ବ୍ୟାରିକେଡ୍‌ ମଧ୍ୟରେ ଭକ୍ତମାନେ ଯାଇ ମହାପ୍ରଭୁଙ୍କ ହାତୀବେଶ ଦର୍ଶନ କରିପାରିବେ। ଶ୍ରୀମନ୍ଦିରକୁ ଯିବା ପାଇଁ ମଧ୍ୟ ବ୍ୟାରିକେଡ୍‌ରେ ସ୍ବତନ୍ତ୍ର ଧାଡ଼ିର ବ୍ୟବସ୍ଥା ହେଉଛି। ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳୀଠାରୁ ବ୍ୟାରିକେଡ୍‌ କରାଯାଉଛି। ଦକ୍ଷିଣ ଦ୍ୱାରରେ ସିସିଟିଭି କ୍ୟାମେରା ଲଗାଯାଉଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତାବ ପଠାଯାଇଥିଲେ ହେଁ ଜିଲା ପ୍ରଶାସନ ଏପର୍ଯ୍ୟନ୍ତ ସିସିଟିଭି ଲଗାଇବା ସମ୍ପର୍କରେ ସୂଚନା ଦେଇନାହିଁ। ଶ୍ରୀମନ୍ଦିର ଚାରିପାଖ ଓ ସ୍ନାନବେଦୀ ସମ୍ମୁଖରେ ସିସିଟିଭି ଲଗାଇବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇନାହିଁ। ଶ୍ରୀମନ୍ଦିର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କୌଶିକ ନାୟକ କହିଛନ୍ତି, ସିସିଟିଭି ଲଗାଯିବା ନେଇ ଜିଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଛି। ଜିଲାପାଳଙ୍କ ଉତ୍ତର ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ସ୍ଥାନ ଚିହ୍ନଟ କରିବ। ଜିଲା ପ୍ରଶାସନକୁ ଏ ନେଇ ଅବଗତ କରାଯିବ। ତେବେ ଶ୍ରୀମନ୍ଦିର ଚାରିପାଖରେ କାହା ପକ୍ଷରୁ ସିସିଟିଭି ଲଗାଯିବ ତାହା ସ୍ପଷ୍ଟ ହୋଇପାରୁନାହିଁ। ପୋଲିସ ପ୍ରଶାସନ ପକ୍ଷରୁ ସାହି କମିଟିଗୁଡ଼ିକର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ଚାରିପାଖରେ ଥିବା ସାହି କମିଟିର କର୍ମକର୍ତ୍ତା ଏଥିରେ ଯୋଗଦେଇଥିଲେ। ସ୍ନାନଯାତ୍ରାଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ସ୍ବେଚ୍ଛାସେବୀ ଯୋଗାଇଦେବା ପାଇଁ ସାହିବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି। ସ୍ବେଚ୍ଛାସେବୀମାନେ ସେବାୟତଙ୍କୁ ଚିହ୍ନଟ କରିବାରେ ପୋଲିସକୁ ସହଯୋଗ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri