ବଜ୍ରପାତରେ ପରମହଂସନାଥ ମନ୍ଦିର ଦଧିନଉତିରୁ ଖସିପଡ଼ିଲା ପଥର

କଟକ ସଦର,୨୦ା୪(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସନାଥ ମନ୍ଦିରରେ ଏକ ଅଘଟଣ ଘଟିଯାଇଛି। ରବିବାର ରାତିରେ ମନ୍ଦିର ଚୂଡ଼ାରେ ବଜ୍ରପାତ ହୋଇଥିଲା। ଯାହାଫଳରେ ଦଧିନଉତିରୁ ଗୋଟିଏ ପଥର ତଳେ ପଡ଼ିଯାଇ ଭାଙ୍ଗିଯାଇଥିଲା। ସୋମବାର ସକାଳେ ସେବାୟତମାନେ ମନ୍ଦିରକୁ ଆସି ଏପରି ହୋଇଥିବା ଦେଖିବାକୁ ପାଇଥିଲେ।

ଏତଦ୍‌ବ୍ୟତୀତ ମନ୍ଦିର ଭିତରେ ଥିବା ପଙ୍ଖା,ବିଦ୍ୟୁତ୍‌ ବଲ୍‌ବ ପୋଡ଼ିଯାଇଛି। ଏହାକୁ କିଛି ଲୋକ ଅଶୁଭ ସଙ୍କେତ ବୋଲି କହୁଥିବା ବେଳେ ଅନେକ ମନ୍ଦିର ଉପରେ ଥିବା ୟାର୍ଥ ତାର କଟିଯାଇଥିବାରୁ ବଜ୍ରପାତ ମନ୍ଦିର ଚୂଡ଼ାର କ୍ଷତି ଘଟାଇଲା ବୋଲି କହୁଛନ୍ତି। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ମନ୍ଦିରର ରକ୍ଷଣାବେକ୍ଷଣ ଉପରେ ଦୃଷ୍ଟି ଦେବା ପାଇଁ ପରମହଂସ ପଞ୍ଚାୟତ ପୂର୍ବତନ ସରପଞ୍ଚ ଅନିରୁଦ୍ଧ ରାଉଳ ଦାବି କରିଛନ୍ତି।

Dharitri – Odisha’s No.1 Odia Daily